ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୩ଟି ଲୋକପ୍ରିୟ ପର୍ବ ଓ ଲୋକନୃତ୍ୟ ସାମିଲ ହୋଇଛି। ଓଡ଼ିଶାର ଘରେ ଘରେ ପରିଚିତ ମାର୍ଗଶିର ମାସର ମାଣବସା ଗୁରୁବାର ତଥା ଲକ୍ଷ୍ମୀପୂଜା ସହ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ଛଉ ନୃତ୍ୟ ଏବଂ ରାବଣଛାୟା ନୃତ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ଭାରତରେ ବିବିଧ ସଂସ୍କୃତି ଓ ପରମ୍ପରା କିଭଳି ପରସ୍ପର ସହ ଛନ୍ଦି ହୋଇ ରହିଛି ଓ ଏହାର ଇତିହାସ କିଭଳି ମହାନ ତାହାକୁ ଏହି ଇନ୍‌ଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକାରେ ଦର୍ଶାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଐତିହ୍ୟ ବାବଦରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପ୍ରଚାର କରାଯାଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ତାଲିକାରେ ମାଣବସା ଗୁରୁବାର ପ୍ରଥା, ଛଉ ନୃତ୍ୟ ଏବଂ ରାବଣଛାୟାକୁ କେବଳ ସାମିଲ କରାଯାଇନି, ବରଂ ଏହା ବାବଦରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଛଉ ଏବଂ ରାବଣଛାୟାର ଭିଡିଓ ଲିଙ୍କ୍‌ ମଧ୍ୟ ଏଠାରେ ରହିଛି। ଏହାକୁ ଦେଖି ଲୋକେ ଏହି ପାରମ୍ପରିକ ଲୋକକଳା ସମ୍ପର୍କରେ ଅଧିକ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ...

ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା

ଆଳି, ୧୩।୬(ଡି.ଏନ୍‌.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି...

ଜାଳେଣିରୁ ଜଙ୍ଗଲ ମୋହ

କାମାକ୍ଷାନଗର, ୨୪।୧ (ସୁଧୀର କୁମାର ପରିଡ଼ା) ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଅଭିଯାନ। କାନ୍ଧରେ କୁରାଢ଼ି, ହାତରେ ଠେଙ୍ଗା ଧରି ଦଳେ ପଶନ୍ତି ଜଙ୍ଗଲ ଭିତରକୁ।...

ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ

ଖଣ୍ଡପଡ଼ା,୨୬ା୮(ସ୍ବ.ପ୍ର.)- ସ୍ବଚ୍ଛ ଭାରତ ମିଶନ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି...

ନାଲ୍‌କୋରେ ଫୁଲ, ଫଳ ପ୍ରଦର୍ଶନୀ

ବଅଁରପାଳ,୩୦।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ନଗରରେ ଗୁରୁବାର ସକାଳେ ଫୁଲ,ଫଳ ଓ ପନିପରିବା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି। ଡିଏଫ୍‌ଓ କାର୍ତ୍ତିକ ଭି ଯୋଗ ଦେଇ ଏହି...

ଟ୍ରକ୍‌ ଧକ୍କାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ତାଳଚେର,୧୯।୧(ନି.ପ୍ର.): ତାଳଚେର ବସ୍‌ଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କର ନାମ ସନ୍ଧ୍ୟାରାଣୀ ଦାସ ଘର ଅନୁଗୋଳ ଗୀତାଗ୍ରାମରେ। ସେ ଆଜଡେରା...

ଟ୍ରେନ୍‌ରୁ ଖସି କଟିଥିଲା ଦୁଇ ଗୋଡ଼, ଚିକିତ୍ସାଧିନ ଅବସ୍ଥାରେ ଯୁବକ ମୃତ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ରୋଡ୍‌ ଷ୍ଟେଶନରେ ମଙ୍ଗଳବାର ଏକ ପାସେଞ୍ଜର ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଜଣେ ଯାତ୍ରୀ ଅସାବଧାନତାବଶତଃ ଖସି ପଡ଼ିଥିଲେ। ସେ ଟ୍ରେନ୍‌ ଲାଇନ୍‌ରେ...

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *