Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡ଼ିକ ଅଟକିବ ନାହିଁ । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ନିଜ ଲୋକଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବାର ଆଶଙ୍କା ରହିଛି । ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ
ମିଥୁନ
ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି। ସାୟାହ୍ନେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଅର୍ଥାଭାବ କେତେକ କାମକୁ ଅଟକାଇ ଦେଇପାରେ । ଆଜିର ଯାତ୍ରା ସମୟରେ କୌଣସି ଅଜଣା ବନ୍ଧୁଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାଯ୍ୟ କରିବ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ରାଜନୈତିକ ସ୍ଥିତି ସରଗରମ ରହିବ ।
ସି˚ହ
ସି˚ହ
ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ଅଶାନ୍ତ ରହିବେ। ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ। ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରୁ ଉତ୍ସାହିତ ହେବେ। ଗୃହସଜ୍ଜାରେ ମନୋନିବେଶ କରିବେ ଓ ପଡ଼ୋଶୀଙ୍କ ନିକଟରୁ ସାହାଯ୍ୟ ମଧ୍ୟ ପାଇବେ ।
ତୁଳା
ତୁଳା
ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି। ଆକସ୍ମିକ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଧାର କରଜ କରି ଚଳାଇନେବେ । କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ ।
ଧନୁ
ଧନୁ
ଆଜି ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଲୋଚନା ଅବକାଶରେ କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ ା ଅଫିସ୍‌ କାମରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ ।
ମକର
ମକର
ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ହଠାତ୍‌ ବନ୍ଧୁମାନଙ୍କ ଅନୁରୋଧକ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଜମିଜମା ବିବାଦର ସମାଧାନ ହେବା ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଆତ୍ମୀୟମାନଙ୍କ ସହଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡ଼ିକ ସମ୍ପନ୍ନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅନ୍ୟମାନଙ୍କର ପ୍ରତିବନ୍ଧକ ଯୁକ୍ତ କାମ ଆପଣଙ୍କ କୌଣସି କାମକୁ ଅଟକାଇ ପାରିବ ନାହିଁ। ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ
ଈର୍ଷାପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ । ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । କେତେକ କ୍ଷେତ୍ରରେ ଜିଦ୍‌ଖୋର କାର୍ଯ୍ୟକଳାପ ଯୋଗୁ ହଇରାଣ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‌ ୩୦ ତାରିଖ – Daily Horoscope

ମେଷ ଆଜି ପାପଗ୍ରହ ଯୁକ୍ତ ନୀଚସ୍ଥ ଚନ୍ଦ୍ର କର୍ମକ୍ଷେତ୍ର ସକାଶେ ପ୍ରତିକୂଳତା ଆନୟନ କରିପାରନ୍ତି। ପରିବହନରେ ସମସ୍ୟା ମାନସିକ ଅଶାନ୍ତିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ...

ରାଶିଫଳ: ସୋମବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ମେଷରାଶି ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ। ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ।...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଶନି ସହ ବୁଧଙ୍କ ସଂଯୋଗ କାରଣରୁ ଅଟକିଥିବା କାମ ସକାଶେ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ, ପରିବହନ, କଳା, କ୍ରୀଡ଼ା ପାଇଁ ଚାପ ବଢିପାରେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ...

ରାଶିଫଳ: ଗୁରୁବାର, ମେ ୧୩ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ହେତୁ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ...

ରାଶିଫଳ: ଶୁକ୍ରବାର, ମେ ୨୪ ତାରିଖ – Daily Horoscope

ମେଷ ଆଜି କର୍ମ ସ୍ଥାନରେ ଚନ୍ଦ୍ର ଚତୁର୍ଥଭାବକୁ ଦେଖୁଥିବାରୁ ଗୃହ, ଭୂମି, ଗାଡ଼ି, ମୋଟର ଦିଗରୁ ଲାଭବାନ୍‌ ହେବେ। କିନ୍ତୁ ବନ୍ଧୁବାନ୍ଧବ, ସହକର୍ମୀ, ଧାର କରଜ,...

ରାଶିଫଳ: ଗୁରୁବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଙ୍କ ସଂଯୋଗ ହେତୁ ମାନସିକ ଅସ୍ଥିରତା ଓ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପୁଅ ବୋହୂଙ୍କ...

ରାଶିଫଳ: ସୋମବାର, ଫେବୃୟାରୀ ୨୨ ତାରିଖ– Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତିବନ୍ଧକ କାରଣରୁ...

Advertisement
Archives

Model This Week