ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି କେହି ରାମାୟଣ ଦେଖି ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆଉ କେହି କେହି ଟେଲିଭିଜନର କ୍ଲିପ ନେଇ ଏହାକୁ ଟୁଇଟର୍‌ରେ ଶେୟାର କରିଥିବା ଦେଖାଯାଇଛି। ଦୁଇ ଦିନ ପୂର୍ବେ ଦୂରଦର୍ଶନରେ ରାମାୟଣ ପ୍ରସାରଣକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଥିଲେ। ଏହା ଜାଣିବା ପରେ ଦର୍ଶକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ତେବେ ମାର୍ଚ୍ଚ ୨୮ରୁ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୭ଟାରେ ମହାଭାରତ ପ୍ରସାରଣ କରାଯିବ ବୋଲି ମଧ୍ୟ ସୂଚନା ରହିଛି। ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନରେ ଏଭଳି ଧାରାବାହିକ ପ୍ରସାରିତ ହୋଇଥିବାରୁ ଦର୍ଶକେ ଦୂରଦର୍ଶନକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ...

ରାମ ଜନ୍ମଭୂମି ପରିସରକୁ ବୋମାରେ ଉଡାଇ ଦେବାକୁ ଧମକ

ଅଯୋଧ୍ୟା,୩ ।୨: ଅଯୋଧ୍ୟାରେ ଗୁରୁବାର ଅର୍ଥାତ୍ ଫେବୃୟାରୀ ୨ରେ ରାମ ଜନ୍ମଭୂମି ସ୍ଥଳକୁ ବୋମାରେ ଉଡାଇ ଦେବାର ଧମକ ଦିଆଯିବା ପରେ ଲୋକେ ଭୟଭିତ ହୋଇଯାଇଛନ୍ତି...

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ...

ଖୁବ୍‌ଶୀଘ୍ର ନୂଆ ଘରକୁ ସିଫ୍ଟ ହେବେ ରାହୁଲ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୀଘ୍ର ଏକ ନୂଆ ଘର ମିଳିପାରେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂଆ ଘର ଖୋଜିବା ଶେଷ...

ପୋଷ୍ଟର ବିବାଦ: ଅମିତ ଶାହାଙ୍କ ଫଟୋ ଉପରେ, ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ତଳେ

କୋଲକତା,୨୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କ ଶାନ୍ତି ନିକେତନ ଗସ୍ତ ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ପୋଷ୍ଟର ପ୍ରସଙ୍ଗ ଉଠାଇଛି। ଟିଏମସି...

ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ

ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ...

୯୯ ପ୍ରତିଶତ ଜଗଦୀଶ ଶେଟ୍ଟାରଙ୍କୁ ମିଳିବ ଟିକେଟ୍‌: ୟେଦୁରପ୍ପା

ବେଙ୍ଗାଲୁରୁ,୧୨।୪: ଆସନ୍ତା ମେ’୧୦ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ଭାଜପା ୧୮୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ୫୨ଜଣ...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା...

Advertisement
Archives

Model This Week