ରାମାୟଣରେ ଦଶରଥ, କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଏହି ଯୋଡ଼ି, ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ

ମୁମ୍ବାଇ: ୩୩ ବର୍ଷ ପରେ ପୁଣି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଉଛି। ଏଥିରେ ଅଭିନୟ କରିଥିବା ଏକ ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦଶରଥ ଏବଂ କୌଶଲ୍ୟାଙ୍କ କଥା କହୁଛୁ। ରାମାୟଣରେ ଦଶରଥ ଭୂମିକାରେ ବାଲ୍‌ଧୂରୀ ଏବଂ ମାତା କୌଶଲ୍ୟା ଭୂମିକାରେ ଜୟଶ୍ରୀ ଗଡକର ଅଭିନୟ କରିଥିଲେ। ଦୁହେଁ ବାସ୍ତବ ଜୀବନରେ ମଧ୍ୟ ସ୍ବାମୀ ସ୍ତ୍ରୀ। ରାମାୟଣ ବ୍ୟତୀତ ଏ ଦୁଇ କଳାକାର ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଉଭୟ ମରାଠୀ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କର୍ନାଟକରେ ରହୁଥିବା ଜୟଶ୍ରୀ ମରାଠୀ ଫିଲ୍ମରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ତମାଶା’ ଥିଲା। ଏହା ପରେ ୧୯୯୫ରେ ସେ ଶାନ୍ତାରାମଙ୍କ ଫିଲ୍ମ ‘ଝନକ ଝନକ ଝନକ ପାୟଲ ବାଜେ’ରେ ଅଭିନୟ କରିଥିଲେ। ଏହା ପରେ ଆଉ ପଛକୁ ଫେରିନାହାନ୍ତି ଜୟଶ୍ରୀ। ତାଙ୍କ ଅଭିନୀତ ହିଟ୍‌ ଫିଲ୍ମ ମଧ୍ୟରେ ‘ସଙ୍ଗତେ ଏକା’ ‘ଅବଗାଚୀ ସଂସାର’, ‘ମାନିନୀ’ ରହିଛି। ତେବେ ୨୦୦୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲ ଧୂରୀଙ୍କ କଥା କୁହାଗଲେ ସେ ମରାଠୀ ଫିଲ୍ମରେ ଏକ ଜଣାଶୁଣା ଚେହେରା। ଏହା ବ୍ୟତୀତ ସେ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ସେ ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଟିଭିରେ ତାଙ୍କୁ ଅଧିକାଂଶ ଲୋକ ମହାରାଜ ଦଶରଥ ଭାବେ ଜାଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନରେ ରିଲିଜ୍‌ ହେବ ଗୁଞ୍ଜନ ସକ୍ସସେନା ବାୟୋପିକର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସସେନା: ଦ କାର୍ଗିଲ ଗର୍ଲ’ ବାୟୋପିକ୍‌ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଅଗଷ୍ଟ ୧୨ରେ...

ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ...

ନିଆରା ଢଙ୍ଗରେ ଗଜାନନଙ୍କ ପୂଜା କରୁଛନ୍ତି ଶିଳ୍ପା

ବଲିଉଡ୍‌ ସେଲିବ୍ରିଟିମାନେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରୁଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟିକେ...

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା...

ବିବାହକୁ ନେଇ ରାଗିଲେ ରବୀନା

ନୂଆଦିଲ୍ଲୀ: ଦେଶ ସାରା ଲକ୍‌ଡାଉନ୍‌ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

Coronavirus Update


Archives

Model This Week

Why Dharitri