ରାଧାରାଣୀପଡା ଶୀତଳଷଷ୍ଠୀ ଥାଳଉଠା ଉଠିଲା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ରାଧାରାଣୀପଡା ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୀତଳଷଷ୍ଠୀ ଥାଳଉଠା କାର୍ଯ୍ୟକ୍ରମ ରବିବାର ସମ୍ପନ୍ନ ହୋଇଛି। କମିଟି ସଭାପତି ମନୀଷ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଶୀତଳଷଷ୍ଠୀ ମହୋତ୍ସବକୁ କିପରି ପାଳନ କରାଯିବ ଆଲୋଚନା ହୋଇଥିଲା। କରୋନା ମହାମାରୀକୁ ଆଖି ଆଗରେ ରଖି ଶୀତଳଷଷ୍ଠୀ ପାଳନ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍‌-୧୯ ନିୟମାବଳୀକୁ ପୂଜା କମିଟି ପାଳନ କରିବ ବୋଲି ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ଆଗକୁ ମଧ୍ୟ ଯେଉଁସବୁ ନିଷ୍ପତ୍ତି ନେବେ ତାକୁ ପୂଜା କମିଟି ପାଳନ କରିବ ଓ ଜିଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସର୍ବପ୍ରଥମେ ଯାତ୍ରା ଆରମ୍ଭ ସ୍ବରୂପ ଦେବାଧିଦେବ ମହାଦେବ ଓ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବର ଶୁଭାରମ୍ଭ ଥାଳଉଠା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। କାଯର୍‌ୟକ୍ରମରେ ରାଧାରାଣୀପଡା ଓ କଂସାରୀପଡା ପୂଜା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏବିଏସ୍‌ଏସ୍‌ ପକ୍ଷରୁ ମଧ୍ୟ ସିଦ୍ଧେଶ୍ୱର ବାବା ଶୀତଳଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ବଣ୍ଟି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀକୁ ଆଖି ଆଗରେ ଚଳିତବର୍ଷ ମନ୍ଦିରରେ ପୂଜା କରାଯିବ ବୋଲି ପୂଜା କମିଟି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁମିତ-ତପସ୍ବିନୀ ଦମ୍ପତିି ବିବାଦ ମାମଲା: ୧୫ରେ ମୂଳ ପିଟିଶନର ଶୁଣାଣି

ବ୍ରହ୍ମପୁର ଅଫିସ,୧୧ା୩: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ବିବାଦ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ଦେବାକୁ...

ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନି, କମୁଛନ୍ତିି ପିଲା

ଦଶମନ୍ତପୁର,୧୨ା୮(ଡି.ଏନ.ଏ.):ନିୟମିତ ଭାବେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦେବା ଲାଗି ପ୍ରଦାନ କରାଯାଉଥିବା ଅଣ୍ଡା ହଡ଼ପ କରାଯାଉଥିବାରୁ ବିଦ୍ୟାଳୟ ଆସିବା ପ୍ରତି ସେମାନଙ୍କ ଆଗ୍ରହ...

ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ...

ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ...

ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା...

ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି...

ବିନା ଭକ୍ତରେ ଆରମ୍ଭ ହେଲା ଓଳାସୁଣୀ ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୮।୨(ଡି.ଏନ.ଏ.): ପ୍ରସିଦ୍ଧ ଓଳାସୁଣୀ ଗୁମ୍ଫା ମେଳା ରବିବାର ଆରମ୍ଭ ହୋଇଛି। ପବିତ୍ର ମାଘ କୃଷ୍ଣ ଏକାଦଶୀ ତିଥିରେ ଆରମ୍ଭ ହେଇଥିବା ଏହି ମେଳା ଚଳିତ ବର୍ଷ...

‘ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରଥ ନିର୍ମାଣ’

ପୁରୀ ଅଫିସ,୧୫।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ...

Advertisement
Archives

Model This Week