Posted inଜାତୀୟ

ରାତ୍ର କର୍ଫ୍ୟୁ ବେଳେ ଆନ୍ତଃରାଜ୍ୟ ବସ୍‌କୁ ଅଟକାଅ ନାହିଁ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩ା୬(ପି.ଟି.): ସାରା ଦେଶରେ ଅନ୍‌ଲକ୍‌ ୧ ଆରମ୍ଭ ହେବା ସହ ଲକ୍‌ଡାଉନ ବେଳର ଅଧିକାଂଶ କଟକଣା କୋହଳ କରାଯାଇଛି। ରାତ୍ରକାଳୀନ କର୍ଫ୍ୟୁକୁ ରାତି ୯ଟାରୁ ସକାଳ ୫ଟା ମଧ୍ୟରେ ସୀମିତ କରାଯାଇଛି। ଏହି ସମୟରେ ଜାତୀୟ ତଥା ରାଜ୍ୟ ରାଜପଥରେ ଯାତ୍ରୀ ଓ ମାଲ୍‌ ପରିବହନ ଉପରେ ରାଜ୍ୟ କଟକଣା ଲଗାଉଥିବାରୁ କେନ୍ଦ୍ର ସରକାର ଏହାର ପ୍ରତିବାଦ କରିଛନ୍ତି। ରାତ୍ରକାଳୀନ କର୍ଫ୍ୟୁ ବେଳେ ଯାତ୍ରୀଙ୍କୁ ନେଇଯାଉଥିବା ଆନ୍ତଃରାଜ୍ୟ ବସ୍‌ଗୁଡ଼ିକୁ ନ ଅଟକାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସାନି ବିଜ୍ଞପ୍ତି ଜାରି କରାଯାଇଛି। ରାତିସାରା ମାଲ କିମ୍ବା ଯାତ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଧା ଦିଆଯିବା ଉଚିତ ନୁହେଁ ବୋଲି ଏଥିରେ ସ୍ପଷ୍ଟ କରିଦିଆଯାଇଛି। ରାତ୍ରକାଳୀନ କର୍ଫ୍ୟୁ ବେଳେ କେତେକ ରାଜ୍ୟର ପୋଲିସ ସବୁପ୍ରକାର ଯାନ ଅଟକାଉଥିବା କେନ୍ଦ୍ର ସରକାରଙ୍କ ନଜରକୁ ଆସିବା ପରେ ଏଭଳି ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲୋକଙ୍କ ଭିଡ଼ କମାଇବା ଓ ସାମାଜିକ ଦୂରତ୍ୱ ସୁନିଶ୍ଚିତ କରିବା ଲାଗି କରାଯାଇଛି। ଅତ୍ୟାବଶ୍ୟକ ସେବା ଏବଂ ଆନ୍ତଃରାଜ୍ୟ ଯାତ୍ରୀଙ୍କ ବସ୍‌ରେ ଯାତାୟାତକୁ ବନ୍ଦ କରିବା ପାଇଁ ନୁହେଁ। ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଆନ୍ତଃରାଜ୍ୟ ପରିବହନ ବନ୍ଦ ନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌...

ଗଣତନ୍ତ୍ର ବିରୋଧରେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ

ନୂଆଦିଲ୍ଲୀ,୨୩ା୪: ଜୋସ୍‌ ଓର୍ଟେଗା ଓ୍ବାଇ ଗାସେଟ୍‌ ହେଉଛନ୍ତି (୧୮୮୩-୧୯୫୫) ବିଂଶ ଶତାବ୍ଦୀର ବହୁଳ ଭାବେ ବିସ୍ମୃତ ବିଚାରକ। ସ୍ପେନ୍‌ର ଏହି ରୂଢ଼ି ବିରୋଧୀ ଦାର୍ଶନିକଙ୍କ ସବୁଠୁ...

ଚିନିକଳ ଦୁର୍ନୀତିର ଯାଞ୍ଚ୍‌ ପାଇଁ ଶାହାଙ୍କ ଅନୁମତି ଲୋଡ଼ିଲା ଇଡ଼ି, ଗଡ଼କରୀଙ୍କ ୨ କଳ ବି ସାମିଲ୍‌…

ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ଚିନିକଳ କିଣିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିର ଯାଞ୍ଚ୍‌ ପାଇଁ...

‘ଆତଙ୍କବାଦକୁ ଅସ୍ତ୍ର କରି ଭାରତ ସହ କଥାବାର୍ତ୍ତା ଅସମ୍ଭବ’: ଏସ ଜୟଶଙ୍କର

ନୂଆଦିଲ୍ଲୀ,୩୧ ।୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଉପରେ ଆକ୍ରମଣ କରି ବୈଦେଶିକ...

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ...

ସ୍ବାମୀଙ୍କ ଉପରେ ଚାଲିଛି ସ୍ତ୍ରୀର ହତ୍ୟା ମାମଲା, ୮ ମାସ ପରେ ପ୍ରେମିକଙ୍କ ଘରୁ ମିଳିଲେ ମହିଳା

ପାଟନା,୧୮ା୬: ବିହାରର ଦାନାପୁର (ସୁଲତାନପୁର)ରୁ ସାମ୍ନାକୁ ଆସିଛି ସଭିଙ୍କୁ ଚମାକାଇ ଦେଲା ଭଳି ଘଟଣା। ୮ ମାସ ହେଲା ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ...

ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ

ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।...

ଘରୋଇ ସ୍କୁଲ୍‌କୁ ଦେବାକୁ ପଡ଼ିବ ଫି-ଖର୍ଚ୍ଚର ହିସାବ…

ଲକ୍ଷ୍ନୌ,୧୫।୭: ଏଣିକି ଉତ୍ତରପ୍ରଦେଶର ସମସ୍ତ ଘରୋଇ ସ୍କୁଲ୍‌କୁ ଫି ଏବଂ ଖର୍ଚ୍ଚର ହିସାବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ଦେବାକୁ ପଡ଼ିବ। ଏନେଇ ରାଜ୍ୟ...

Advertisement
Archives

Model This Week