Posted inଜାତୀୟ

ରାତି ୯ଟାରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ

ଭୋପାଳ,୨୩।୩: ପାଖାପାଖି ମାସେ ହେବ ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଥିବା ହାଇଡ୍ରାମା ସୋମବାର ରାତି ୯ଟାରେ ଶେଷ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ହାଇକମାଣ୍ଡ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନଙ୍କ ନାଁରେ ମୋହର ମାରିଛନ୍ତି। ଶିବରାଜ ସୋମବାର ରାତି ୯ଟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଥର ଲାଗି ରାଜ ଭବନ ପରିସରରେ ଶପଥ ନେବେ ବୋଲି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ମଧ୍ୟପ୍ରଦେଶର ଆଉ ୨୨ କଂଗ୍ରେସ ବିଧାୟକ ଦଳ ଛାଡି ଦେଇଥିଲେ। ଫଳରେ ମଧ୍ୟପ୍ରଦେଶରେ କଂଗ୍ରେସ ଶାସିତ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା। ଆଉ ଏବେ ଭାଜପା କଳେ ବଳେ କୌଶଳେ ମଧ୍ୟପ୍ରଦେଶରେ ଶାସନ ଭାର ହାତକୁ ନେଇଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ୍‌ରେ ଜିନ୍ସ୍‌-ଟି ଶର୍ଟ ପିନ୍ଧିବା ମନା

ସମ୍ଭାଲ,୪।୩: ଉତ୍ତରପ୍ରଦେଶ ସମ୍ଭାଳ ଜିଲାପାଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରିଛନ୍ତି। ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ,...

ଚମ୍ବଲରୁ ୬ଟି ରାଜ୍ୟକୁ ସପ୍ଲାଏ ହେଉଥିଲା ସିନ୍ଥେଟିକ୍‌ କ୍ଷୀର: ୫୭ ଗିରଫ

ଭୋପାଳ,୨୦।୭: ମଧ୍ୟପ୍ରଦେଶ ଗ୍ବାଲିୟର-ଚମ୍ବଲ ଅଞ୍ଚଳରେ ଚାଲିଥିବା ୩ଟି ସିନ୍ଥେଟିକ୍‌ କ୍ଷୀର କାରଖାନା ଉପରେ ପୋଲିସ ଚଢ଼ାଉ କରିଛି। ଏନେଇ ୫୭ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ...

ପ୍ରବାସୀ ଶ୍ରମିକଙ୍କୁ ନିଜ ସହରକୁ ଛଡ଼ାଯିବନି

ନୂଆଦିଲ୍ଲୀ,୨୮ା୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କରେ ଅଛନ୍ତି। ଲକ୍‌ଡାଉନ୍‌ ଲାଗୁହେବା ପରେ ଅନେକ ଲୋକ କାମଧନ୍ଦା ହରାଇବା ସହ ପେଟକୁ ଦାନା ଯୋଗାଡ଼କରିବା ଓ...

ଏଠାରେ ୧କିଲୋ ପ୍ଲାଷ୍ଟିକ୍‌ ବଦଳରେ ମିଳୁଛି କିଲେ ଚାଉଳ

ମୁଲୁଗୁ,୧୯।୧୧: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ଓ ପରିବେଶ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି।...

ଦଶହରାରେ କୁମାରୀ ପୂଜା: ୪ ବର୍ଷର ମୁସଲମାନ ବାଳିକା ଫାତିମାଙ୍କୁ ପଶ୍ଚିମବଙ୍ଗରେ କରାଗଲା ପୂଜା

କୋଲକତା,୭।୧୦: ଦଶହରାରେ ପଶ୍ଚିମବଙ୍ଗରେ ଧୁମ୍‌ଧାମ୍‌ରେ କୁମାରୀ ପୂଜା କରାଯାଇଥାଏ। ଏହାର ଆରମ୍ଭ ସ୍ବାମୀ ବିବେକାନନ୍ଦ ବେଲୁର ମଠରେ ଆରମ୍ଭ କରିଥିଲେ। ଚଳିତ ବର୍ଷ ଇଞ୍ଜିନିୟର ତମଲ...

ବାରାଣସୀରେ ବିଦ୍ୟୁତ୍‌ କାଟ୍‌: ହାଣ ମୁହଁରେ ନିର୍ଦ୍ଦେଶକ; ତଳ ପଦବୀରେ ଇଞ୍ଜିନିୟର ଭାବେ ହେଲେ ନିଯୁକ୍ତ

ଲକ୍ଷ୍ନୌ,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଶକ୍ତିି ବିଭାଗର ଜଣେ ନିର୍ଦ୍ଦେଶକ ପ୍ରଶାସନର ହାଣ ମୁହଁରେ ପଡ଼ିଛନ୍ତି। ତାଙ୍କୁ...

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

ଗୁଲାମ୍‌ନବୀ ଆଜାଦ୍‌ଙ୍କ କଶ୍ମୀର ଗସ୍ତ ବିଫଳ: ଶ୍ରୀନଗର ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ,୮।୮: କଂଗ୍ରେସ ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌ ଗୁରୁବାର କଶ୍ମୀର ଗସ୍ତରେ ଯାଇଛନ୍ତି। ତେବେ ଏହା ବିଫଳ ହୋଇଛି। ତାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ...

Advertisement


Archives

Model This Week

Why Dharitri