Posted inଖେଳ

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌: ଓପନରେ ପ୍ରତ୍ୟୁଷ, ବାଳିକାରେ ଶ୍ରଦ୍ଧା ଚାମ୍ପିୟନ

କଟକ ଅଫିସ,୧୫ା୭- ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାର ଓପନ ବର୍ଗରେ ୬.୫ ପଏଣ୍ଟ ହାସଲ କରି ପ୍ରତ୍ୟୁଷ ନାୟକ ଚାମ୍ପିୟନ ହୋଇଛନ୍ତି । ବାଳିକା ବର୍ଗରେ ଶ୍ରଦ୍ଧା ସ୍ମରଣିକା ନନ୍ଦ ଓ ଜୟଶ୍ରୀ ବାରିକ ୬ ପଏଣ୍ଟ ଲେଖାଏ ହାସଲ କରିଥିବା ବେଳେ ଟାଇବ୍ରେକର ପଦ୍ଧତିରେ ଶ୍ରଦ୍ଧା ସ୍ମରଣିକା ଚାମ୍ପିୟନ ଟାଇଟଲ ହାସଲ କରିଛନ୍ତି । ଓପନ ବର୍ଗରେ ପ୍ରତିଯୋଗିତାର ଟପସିଡ଼ ଖେଳାଳି ଆୟୁଷ୍ମାନ ମହାନ୍ତି ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରୀୟାଂଶ ଦେ, ଜୀବନ ଜ୍ୟୋତି, ବିଶ୍ୱପ୍ରୀତ ରାୟ, ଶ୍ରେୟାଂଶ ହୋତା, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ଆୟୁଷ ଆର୍ୟନ ମହାପାତ୍ର, ସିଦ୍ଧାର୍ଥ ମିଶ୍ର, ପ୍ରୀତପାଲ ଷଡ଼ଙ୍ଗୀ ଓପନ ବର୍ଗରେ ୧୦ମ ସ୍ଥାନ ମଧ୍ୟରେ ଅଛନ୍ତି । ବାଳିକା ବର୍ଗରେ ଜୟଶ୍ରୀ ବାରିକ, ସାଇ ସମ୍ପ୍ରଦା ମହାନ୍ତି, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ଅଂଶିତା ପଟ୍ଟନାୟକ, ଜ୍ୟୋତିକା ସାହୁ, ଶ୍ରଦ୍ଧା ମିଶ୍ର, ପ୍ରତ୍ୟୁଷା ଜେନା, ଶ୍ରୁତି ସ୍ନେହୀ, ସାଇଶା ସ୍ବାଇଁ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନରେ ଅଛନ୍ତି। କଟକ ଜିଲା ଚେସ୍‌ ସଂଘ ଓ ନିଖିଳ ଓଡ଼ିଶା ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ଟୁର୍ନାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ଅଭିନେତ୍ରୀ ମେଘନା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଖିଳ ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ, ପୂର୍ବତଟ ରେଳବାଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡା. ସେକ୍‌ ରହେମତୁଲ୍ଲା, ଓ.ପି ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଟକ ଜିଲା ଚେସ ସଂଘ ସଭାପତି ବିବେକ ତିବେରୱାଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଛନ୍ତି। ରାଜେନ୍ଦ୍ର କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି, ନିହାର ରଞ୍ଜନ ସାସମଲ ଖେଳ ପରିଚାଳନା କରିଥିଲେ। ସେକ ମନସୁର ଅଲ୍ଲୀ, ସାହେବ ଅଖତାର ସହାୟତା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri