Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର

ଜୟପୁର, ୧୨ା୬:ମଧ୍ୟପ୍ରଦେଶରେ କମଳନାଥ ସରକାର ପରେ ଭାଜପା ଏବେ ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ ଜାରି ରଖିଛି। ବିଶେଷକରି ଜୁନ୍‌ ୧୯ରେ ରାଜ୍ୟ ସଭା ଭୋଟ ପୂର୍ବରୁ ଭାଜପା କଂଗ୍ରେସ ବିଧାୟକଙ୍କୁ ହାତେଇବା ଲାଗି ଘୋଡ଼ାବେପାର ଆରମ୍ଭ କରିଦେଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ୨୫ କୋଟି ଟଙ୍କାର ଲୋଭ ଦେଖାଯାଇଥିବା ବେଳେ ୧୦ କୋଟି ଲେଖାଏ ଆଗୁଆ ଯଚାଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାରକୁ ଭାଙ୍ଗିବା ସହ ରାଜ୍ୟ ସଭା ନିର୍ବାଚନ ଜିତିବା ଲାଗି ଭାଜପା ପ୍ରୟାସ ଜାରି ରଖିଥିବା ସେ ଖବରଦାତାଙ୍କ ଆଗରେ ଅଭିଯୋଗ କରିଛନ୍ତି। କଂଗ୍ରେସ ୧୦୭ ବିଧାୟକଙ୍କ ସହ ୧୩ ସ୍ବାଧୀନ ବିଧାୟକଙ୍କୁ ଜୟପୁର ବାହାରେ ଥିବା ଏକ ରିସର୍ଟକୁ ନେବା ଲାଗି ଯୋଜନା କରୁଛି। ସେଠାରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ ବୋଲି ଗେହଲଟ ପ୍ରକାଶ କରିଛନ୍ତି। କେତେଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କୁ ଭାଜପା ପକ୍ଷରୁ ଅର୍ଥଲୋଭ ଦେଖାଯାଇଥିଲେ ହେଁ ସେମାନେ ଦୃଢ଼ ଥିବା ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଓ ଗୁଜରାଟରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଚତୁରତା ସହ ନିର୍ବାଚନକୁ ଦୁଇମାସ ଘୁଞ୍ଚାଇ ଦେଇଥିଲେ ବୋଲି ଗେହଲଟ ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ବିକାକିଣା ସମ୍ଭବ ହୋଇପାରିବ ବୋଲି ସେ ଆଶା ରଖିଥିଲେ। ଏବେ ସେ ସମୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି...

ସରିଲା ନିର୍ବାଚନ: ଏବେ ମେ ୨୩କୁ ସମସ୍ତଙ୍କ ଅପେକ୍ଷା

ନୂଆଦିଲ୍ଲୀ, ୧୯।୫: ଶେଷ ହୋଇଛି ୨୦୧୯ ସାଧାରଣ ନିର୍ବାଚନ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ର୍ନିବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି। ତେବେ...

ଅଗଷ୍ଟ ୩୧ରେ ପ୍ରକାଶ ପାଇବ ଆସାମ ଏନ୍‌ଆର୍‌ସିର ଅନ୍ତିମ ତାଲିକା

ଗୁଆହାଟି,୩୦।୮: ଆସାମର ଏନ୍‌ଆର୍‌ସି ବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ଚୁଡାନ୍ତ ତାଲିକା ଅଗଷ୍ଟ ୩୧ ତାରିଖ ଅର୍ଥାତ୍‌ ଶନିବାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।...

ମୋଦି ସରକାର ଏଭଳି କଲେ ଯେ, ରବିବାର ସୋମବାର ମଧ୍ୟରେ ରହିଲାନି କିଛି ଫରକ: ରାହୁଲ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଜାରି ରହିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି...

‘ଜୀବନ ଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି’

କୋଲକାତା, ୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ...

କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ

ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍‌ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ...

ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ...

ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୨୫।୭: ମଧ୍ୟପ୍ରଦେଶ ରତ୍‌ଲାମ୍‌ର ତାଲ୍‌ ଅଞ୍ଚଳରେ ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ...

Advertisement
Archives

Model This Week