Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର

ଜୟପୁର, ୧୨ା୬:ମଧ୍ୟପ୍ରଦେଶରେ କମଳନାଥ ସରକାର ପରେ ଭାଜପା ଏବେ ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ ଜାରି ରଖିଛି। ବିଶେଷକରି ଜୁନ୍‌ ୧୯ରେ ରାଜ୍ୟ ସଭା ଭୋଟ ପୂର୍ବରୁ ଭାଜପା କଂଗ୍ରେସ ବିଧାୟକଙ୍କୁ ହାତେଇବା ଲାଗି ଘୋଡ଼ାବେପାର ଆରମ୍ଭ କରିଦେଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ୨୫ କୋଟି ଟଙ୍କାର ଲୋଭ ଦେଖାଯାଇଥିବା ବେଳେ ୧୦ କୋଟି ଲେଖାଏ ଆଗୁଆ ଯଚାଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାରକୁ ଭାଙ୍ଗିବା ସହ ରାଜ୍ୟ ସଭା ନିର୍ବାଚନ ଜିତିବା ଲାଗି ଭାଜପା ପ୍ରୟାସ ଜାରି ରଖିଥିବା ସେ ଖବରଦାତାଙ୍କ ଆଗରେ ଅଭିଯୋଗ କରିଛନ୍ତି। କଂଗ୍ରେସ ୧୦୭ ବିଧାୟକଙ୍କ ସହ ୧୩ ସ୍ବାଧୀନ ବିଧାୟକଙ୍କୁ ଜୟପୁର ବାହାରେ ଥିବା ଏକ ରିସର୍ଟକୁ ନେବା ଲାଗି ଯୋଜନା କରୁଛି। ସେଠାରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ ବୋଲି ଗେହଲଟ ପ୍ରକାଶ କରିଛନ୍ତି। କେତେଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କୁ ଭାଜପା ପକ୍ଷରୁ ଅର୍ଥଲୋଭ ଦେଖାଯାଇଥିଲେ ହେଁ ସେମାନେ ଦୃଢ଼ ଥିବା ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଓ ଗୁଜରାଟରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଚତୁରତା ସହ ନିର୍ବାଚନକୁ ଦୁଇମାସ ଘୁଞ୍ଚାଇ ଦେଇଥିଲେ ବୋଲି ଗେହଲଟ ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ବିକାକିଣା ସମ୍ଭବ ହୋଇପାରିବ ବୋଲି ସେ ଆଶା ରଖିଥିଲେ। ଏବେ ସେ ସମୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri