Posted inବୌଦ୍ଧ

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି , ବରିଷ୍ଠ ଭାଜପା ନେତା ସୁର୍ଯ୍ୟ ନାରାୟଣ ମହାପାତ୍ର, ଅଞ୍ଜନ ସାହୁ, ସତ୍ୟାନନ୍ଦ ପାଣ୍ଡେ, ପ୍ରେମାନନ୍ଦ ମିଶ୍ର, ନାରାୟଣ କର୍ମୀ , ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା
କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ସମସ୍ତ ପ୍ରକାର କାର୍ଯ୍ୟ ଠପ୍‌ ହୋଇପଡିଛି ା ଫଳରେ ବହୁ ପ୍ରବାସୀ ଶ୍ରମିକ କାମ ହରାଇ ରାଜ୍ୟ ବାହାରେ ଭୋକ ଉପାସରେ ପଡି ରହିଛନ୍ତି ା ଗାଡି ଚଳାଚଳ ସୁବିଧା ନ ଥିବାରୁ ସେମାନେ ନିଜ ଗାଁକୁ ମଧ୍ୟ ଫେରି ପାରୁନାହାନ୍ତି ା ଏହାମଧ୍ୟରେ ଜିଲାକୁ କିଛି ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ଚେନ୍ନାଇ, ଦିଲ୍ଳୀ, ବେଙ୍ଗାଲୁର, କୋଲକତା , ଆନ୍ଧ୍ରପ୍ରଦେଶ, କେରଳ,ଓ ତେଲଙ୍ଗନା ଆଦି ରାଜ୍ୟରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଟକି ରହିଛନ୍ତି ା ଏହି ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା…

କାର୍‌ରେ ଆସି ବରଯାତ୍ରୀ ଗାଡ଼ି ଉପରକୁ କଲେ ଗୁଳିମାଡ଼, ଆଉ ତା’ ପରେ…

ବୌଦ୍ଧ,୨୩।୪(ଅଜିତ କୁମାର ବାରିକ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ): ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତ ବଏଲବେଡ଼ା ଗ୍ରାମରୁ ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମକୁ ମଙ୍ଗଳବାର ରାତିରେ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri