‘ରାଜ୍ୟ ବାହାରେ କଳାପ୍ରଦର୍ଶନ କରିବାକୁ ଲକ୍ଷ୍ୟ’: କେନ୍ଦୁଝରର ଯୁବ ଶିଳ୍ପୀ ନିଶିକାନ୍ତ

କେନ୍ଦୁଝର, ୧୧।୧୨(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ଯୁବ ଟେରାକୋଟା ଶିଳ୍ପୀ ନିଶିକାନ୍ତ ବେହେରା। ନିଜ ବାପାଙ୍କଠାରୁ ଟେରାକୋଟା ଶିଳ୍ପ କଳା ଶିଖିବା ପରେ ଏବେ ସ୍ୟାଣ୍ଡ ଆର୍ଟ ପାଇଁ ମନ ବଳାଇଛନ୍ତି। ଏହି କଳାରେ ପ୍ରତିଭା ପ୍ରଦର୍ଶନ ଲାଗି ଏଥର କୋଣାର୍କ ମହୋତ୍ସବ ଅବସରରେ ତାଙ୍କୁ ମିଳିଥିଲା ସୁଯୋଗ। ସେଠାରେ ନିଖୁଣ କଳାକୃତି ପ୍ରଦର୍ଶନ କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦୁଝର ଭଳି ଖଣି ଖାଦାନ ଭଳି ଜିଲାରେ ବାଲି ଉପଲବ୍ଧ ହେଉ ନ ଥିବାରୁ ସେ ଅଭ୍ୟାସ କରିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଜିଲାର ଯୁବ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରାଗଲେ ସେମାନେ ବିଭିନ କଳାରେ ପାରଦର୍ଶିତା ପ୍ରଦର୍ଶନ କରିପାରିବେ ବୋଲି ନିଶିକାନ୍ତ କହିଛନ୍ତି। ଆଗାମୀ ଦିନରେ ରାଜ୍ୟ ବାହାରେ ସେ ତାଙ୍କ କଳା ପ୍ରତିଭା ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଥିବା ଏହି ଅବସରରେ ପ୍ରକାଶ କରିଛନ୍ତି।
କୋଣାର୍କର ଚନ୍ଦ୍ରଭାଗାରେ ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୟାଣ୍ତ ଆର୍ଟ ଫେଷ୍ଟିଭାଲ ବାଲୁକାଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟଠାରୁ ଆନ୍ତର୍ଜାତିକ ସ୍ତର ଯାଏ ୧୨୩ଜଣ ବାଲୁକାଶିଳ୍ପୀ ଭାଗ ନେଇଥିଲେ। ସେଠାରେ ବାଲୁକାଚିତ୍ରର ୪୨ଟି ଷ୍ଟଲ ହୋଇଥିଲା। କେନ୍ଦୁଝର ଜିଲାରୁ ଯାଇଥିବା ନିଶିକାନ୍ତଙ୍କ ଗ୍ରୁପ୍‌ରେ ସୌରଭ ନାଏକ, ଅଜୟ ଘୋଷ ଓ ଗତିକୃଷ୍ଣ ନାୟକ ପ୍ରମୁଖ ସାମିଲଥିଲେ। ସେମାନେ ୫ଟି ବିଷୟବସ୍ତୁକୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏଠାରେ ନିଶିକାନ୍ତଙ୍କ ବାଲୁକା ଚିତ୍ରକଳା ବେଶ ପ୍ରଶଂସିତ ହୋଇଥିଲା।
ନିଶିକାନ୍ତ ଏବେ ବାଲେଶ୍ୱରରେ ଚିତ୍ର କଳା ଅଧ୍ୟୟନ କରୁଛନ୍ତି। ତାଙ୍କ ବାପା ଗୌର ଚରଣ ବେହେରା ଜଣେ ଟେରାକୋଟା ଶିଳ୍ପୀ। ତାଙ୍କ ଠାରୁ ସେ ପିଲା ଦିନରୁ ଏହି ଟେରାକୋଟା କଳା ଶିକ୍ଷା ଲାଭ କରି ନିଜକୁ ଜଣେ ଟେରାକୋଟା ଶିଳ୍ପୀ ଭାବରେ ପରିଚିତ କରାଇ ପାରିଛନ୍ତି। ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଦର୍ଶ ଭାବେ ଗ୍ରହଣ କରି ସ୍ୟାଣ୍ଡ ଆର୍ଟରେ ନିଜ ପ୍ରତିଭା ପ୍ରଦର୍ଶନ ଲାଗି ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ଜିଲାରେ କଳାର ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ: ଏମ୍‌ଜିଏନ୍‌ଆରଜିଏସରେ ଏକ କୋଟି ଶ୍ରମଦିବସ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେ ଗଞ୍ଜାମ ଜିଲା ରେକର୍ଡ ସୃଷ୍ଟି କରିଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ...

ପାଇଖାନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଆରମ୍ଭ

ଗୋପ,୧୩।୧୦(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପାଇଖାନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଭୁବନେଶ୍ବର ଭିଜିଲାନ୍ସ ବିଭାଗର...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ।...

ହମ୍ପସ୍‌ ବଢ଼ାଉଛି ରାଜପଥରେ ଦୁର୍ଘଟଣା

କଣିହାଁ,୨୧।୩(ଡି.ଏନ.ଏ.): ୫୩ନଂ. ଜାତୀୟ ରାଜପଥର କଣିହାଁ ବ୍ଲକ ସଦର ମହକୁମା ଠାରେ ଏକ ନୂଆ ହମ୍ପସ୍‌ ନିର୍ମାଣ କରାଯାଇଛି। ହେଲେ ନିୟମ ଅନୁସାରେ ଗାଡ଼ି ଚାଳକଙ୍କ...

ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ୩ ଗିରଫ

ଚନ୍ଦ୍ରଗିରି,୩।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ପୋଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ରାଇସିଂ ଛକରୁ ୫୯.୫୦୦ କେଜି ଗଞ୍ଜେଇ ବୋଝେଇ ଏକ ବୋଲେରୋ(ଓଡି୦୭କ୍ୟୁ୪୪୫୦) ଜବତ କରିଛି।...

କ୍ରାନ୍ତି ଦିବସରେ ସମ୍ମାନିତ ହେଲେ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ

ପଦ୍ମପୁର,୯ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆରୁହ ପଞ୍ଚାୟତ ତୁଲମତୁଲା ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରାସାଦ ରାୟଙ୍କୁ ସୋମବାର କ୍ରାନ୍ତି ଦିବସରେ...

ଆଇନ ଜାଲରେ ଆଦର୍ଶ ବିଦ୍ୟାଳୟ

ବଇଣ୍ଡା,୪ା୮(ପରୀକ୍ଷିତ ସାହୁ) ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନାମୂଲ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପାଠ୍ୟକ୍ରମ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ...

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୫ା୯(ସ୍ବ.ପ୍ର.):ନାଉଗାଁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ...

Advertisement
Archives

Model This Week