ରାଜ୍ୟର ଋଣଭାର ୧,୦୩,୪୧୦ କୋଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ବଢ଼ି ବଢ଼ି ଚାଲିଛି। ୨୦୦୯-୧୦ରେ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା ୨୩,୫୨୪ ଟଙ୍କା ହୋଇଛି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ତେବେ ରାଜ୍ୟର ମୁଣ୍ଡପିଛା ଋଣ ଜାତୀୟ ଏବଂ ଅଗ୍ରଣୀ ରାଜ୍ୟର ଋଣଠାରୁ କମ୍‌ ରହିଛି। ୨୦୨୧ ଜାନୁୟାରୀ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ଭାର ୧,୦୩,୪୧୦.୪୦ କୋଟି ଟଙ୍କା ରହିଛି। ସେଥିରୁ ବିଦେଶୀ ସଂସ୍ଥାରୁ ୬୩୪୭.୪୪ କୋଟି ଟଙ୍କା ଅଣାଯାଇଥିବାବେଳେ ୫୩,୩୮୫.୯୨ କୋଟି ଟଙ୍କା କାମ୍ପା, ଓଏମ୍‌ବିଡିଏସି ଏବଂ ଖୋଲା ବଜାରରୁ ଅଣାଯାଇଛି। ରାଜ୍ୟ ସରକାର ଅନ୍ତର୍ଜାତୀୟ ସଂସ୍ଥା, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ ଉତ୍ସରୁ ଋଣ ଆଣିଥାଆନ୍ତି। ବିଶ୍ୱବ୍ୟାଙ୍କ, ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାଶନାଲ ଫଣ୍ଡ ଫର୍‌ ଏଗ୍ରିକଲଚର ଡେଭେଲପମେଣ୍ଟ (ଆଇଏଫ୍‌ଏଡି), ଜାପାନ ଇଣ୍ଟରନ୍ୟାଶନାଲ କୋପରେଶନ ଏଜେନ୍ସି, କେଏଫ୍‌ଡବ୍ଲ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, ବ୍ରକିକ୍ସ ବ୍ୟାଙ୍କ ଏବଂ ଏସିଆନ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରୁ ଋଣ ଆଣିଥାଆନ୍ତି। ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ବ୍ୟାଙ୍କ, ନାବାର୍ଡ ଓ୍ବେରହାଉସିଂ ସ୍କିମ ଏବଂ ଦୀର୍ଘ ମିଆଦ ଜଳସେଚନ ପାଣ୍ଠି ଆଦିରୁ ୧୫,୬୨୩.୫୫ କୋଟି ଋଣ ନେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ଆଦାୟ ପ୍ରଭାବିତ ହେଇଛି। ସେଥିପାଇଁ କେନ୍ଦ୍ର ସରକାର ସ୍ପେଶାଲ ଓ୍ବିଣ୍ଡୋ ଜରିଆରେ ରାଜ୍ୟ ସରକାର ୩,୮୨୨ କୋଟି ଟଙ୍କା ଚଳିତ ଆର୍ଥିକବର୍ଷରେ ଋଣ କରିଛନ୍ତି। ସେହିପରି ୨୦୨୧ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ଜିଏସ୍‌ଟି କ୍ଷତି ଭରଣା ବାବଦରେ ୨୯,୯୯୪.୬୧ କୋଟି ପାଇଛନ୍ତି। ବିତ୍ତୀୟ ଉତ୍ତରଦାୟିତ୍ୱ ଓ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନର୍ମ ଅନୁଯାୟୀ ଋଣ ଭାର ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅମ୍ପନ ତାଣ୍ଡବ: ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ଅମ୍ପନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଅତିକ୍ରମ କରି ଯାଇଛି। ସ୍ଥଳଭାଗ ମୁହାଁ ହେବା ବେଳେ ଓଡିଶା ଉପକୂଳରେ କିଛି...

ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ: ମୁକାବିଲା ପାଇଁ ବୈଠକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଓୟୁଏଟି ଡିନ୍‌ ଲଳୀତ...

ଡାକ ବିଭାଗକୁ ରିପୋର୍ଟ ତଲବ

କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍‌ଏମ୍‌ଏସ୍‌)କୁ ଖୋର୍ଦ୍ଧା ରୋଡ୍‌କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ...

ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି...

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ବଇଣ୍ଡା,୨୨।୧ (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶୁକ୍ରବାର ଏକ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଲଲିତ ମୋହନ ବେହେରାଙ୍କ...

ଭିମ୍‌ସାର ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ଅଡୁଆ

ସମ୍ବଲପୁର,୨୦ା୫(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାର ମେଡିକାଲ କଲେଜ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବେପରୁଆ ନୀତି ଯୋଗୁ ପିଲାଙ୍କ ଭବିଷ୍ୟତ...

ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର,୪।୯(ବ୍ୟୁରୋ)-ବିଜେଡିର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜଗତସିଂହପୁର ବିଧାୟକ ତଥା ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ କୁମାର ମୁଦୁଲି ଶୁକ୍ରବାର କରୋନା ପଜିଟିଭ...

ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ...

Advertisement
Archives

Model This Week