ରାଜ୍ୟରେ ଆହୁରି ବଢିବ କରୋନାର ପ୍ରକୋପ, ଭୟ କରିବାର ନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ,୨୪।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ରାଜ୍ୟରେ ପୂର୍ବରୁ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଆଗାମୀ ଦିନରେ ରାଜ୍ୟରେ କରୋନାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ହେଲ ଏହାକୁ ନେଇ ଭୟଭିତ ହେବାର ନାହିଁ। ସମସ୍ତେ ମିଶି ଏହି ଯୁଦ୍ଧରେ ଲଢିବାକୁ ପ୍ରସ୍ତୁତ ରହିବା ଦରକାର। ସରକାର ମଧ୍ୟ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଏବେବି କିଛି ଲୋକ ଲକ୍‌ଡାଉନ ନିୟମ ପାଳନ କରୁ ନ ଥିବା ଦେଖାଯାଉଛି। ଯଦିଓ ପୂର୍ବରୁ ସତର୍କ କରି ଦିଆଯାଇଥିଲା କି ମେ’ ମାସ ଶେଷ ବେଳକୁ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷରେ ପହଞ୍ଚିବ ସେହି ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍‌ ରହିଛି ବୋଲି ଠାକରେ କହିଛନ୍ତି। ତେଣୁ ଆମେ ସମସ୍ତେ ମିଶି ଲଢିଲେ କରୋନାକୁ ହରାଇ ପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ଅତିକ୍ରମ କରି ସାରିଲାଣି। ସୋମବାର ଇଦ୍‌ ଥିବାରୁ ଘରେ ରହି ଏହି ପର୍ବ ପାଳନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ମିଲ୍‌ ଗଣ ବଳାତ୍କାର ମାମଲା, ଦୋଷୀଙ୍କ ଫାଶୀଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ…

ମୁମ୍ବାଇ,୨୫।୧୧: ଶକ୍ତି ମିଲ୍ସ ପରିସରରେ ୨୨ ବର୍ଷ ବୟସ୍କା ମହିଳା ଫଟୋ ଜର୍ନାଲିଷ୍ଟଙ୍କ ଗଣବଳାତ୍କାରର ଘଟଣାରେ ତିନିଜଣ ଦୋଷୀଙ୍କୁ ଦିଆଯାଇଥିବା ପାଶୀଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ...

ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି

ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ...

ହରିୟାଣାରେ ମୁସଲିମ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ, ୪ା୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତକର ପରିବେଶ ରହିଛି।...

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର...

ଗ୍ରାମ୍ୟ ନ୍ୟାୟାଳୟ ବିଳମ୍ବକୁ ନେଇ ରାଜ୍ୟକୁ ସୁପ୍ରିମକୋର୍ଟ ଝଟକା

ନୂଆଦିଲ୍ଲୀ,୧୨ା୨: ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନକୁ ନେଇ ଏକ ପିଟିଶନ ଉପରେ ସତ୍ୟପାଠ ଦାଖଲରେ ବିଳମ୍ବ କରିଥିବା ଓଡ଼ିଶା ସରକାରଙ୍କ ଉପରେ ସୁପ୍ରିମକୋର୍ଟ ୧ ଲକ୍ଷ ଟଙ୍କା...

ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ…

ମୁମ୍ବାଇ,୨୦।୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ଉଦ୍ଧବ) ନେତା ଉଦ୍ଧବ ଠାକରେଙ୍କୁ ନିଜ ଦଳର ନେତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା...

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ଦିଆଗଲା ନୋଟିସ୍‌

ହାଇଦ୍ରାବାଦ,୧୭।୮: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ତାଡେପାଲି ଗାଁର ଡେପୁଟି ତହସିଲଦାର ଏହି ନୋଟିସ ଦେଇଛନ୍ତି। ତେବେ...

ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ

ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ...

Advertisement
Archives

Model This Week