Posted inରାଜ୍ୟ

ରାଜ୍ୟକୁ ଫେରିଲେଣି ୧, ୩୩,୨୪୫ ପ୍ରବାସୀ: ଗଞ୍ଜାମ ଜିଲାରେ ସର୍ବାଧିକ ୫୫, ୫୬୭

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷଲକ୍ଷ ଓଡ଼ିଆ ଫସି ରହିଛନ୍ତି। କଟକଣା କୋହଳ ହେବାପରଠାରୁ ପ୍ରବାସୀମାନେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି। ଶନିବାର ୧୭ହଜାର ୮୫୫ଜଣ ଓଡ଼ିଆ ଭଉଣୀ ଭାଇ ରାଜ୍ୟକୁ ଫେରି ଆସିଛନ୍ତି। ଏମାନଙ୍କୁ ମିଶାଇ ଇତିମଧ୍ୟରେ ବାହା ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧ଲକ୍ଷ ୩୩ହଜାର ୨୪୫ଜଣ ଫେରିଲେଣି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟାନ୍ୟ ଯାନବାହନରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ରାଜ୍ୟର ୫ ଜିଲାକୁ ଯାଇଛନ୍ତି। ଗଞ୍ଜାମ ଜିଲାକୁ ସର୍ବାଧିକ ୫୫ହଜାର ୫୬୭ଜଣ ପ୍ରବାସୀ ଫେରିଛନ୍ତି। ଏହା ତଳକୁ ବାଲେଶ୍ୱରକୁ ୧୧ହଜାର ୩୬୮, କଟକକୁ ୮ହଜାର ୧୯୮, କେନ୍ଦ୍ରାପଡ଼ାକୁ ୭ହଜାର ୪୫୭, ଭଦ୍ରକକୁ ୭ହଜାର ୨୭୩ ପ୍ରବାସୀ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକ ସଂଖ୍ୟକ ପ୍ରବାସୀ ଫେରିଥିବାରୁ ଏହିସବୁ ଜିଲାରେ ସେମାନଙ୍କ ପାଇଁ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାରେ ଆଉ ଅଧିକ ୫ହଜାର ପର୍ଯ୍ୟନ୍ତ ବେଡ୍‌ ବଢ଼ାଇବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଖୁବ୍‌ଶୀଘ୍ର ଆଉ ୧ ହଜାର ଲେଖାଏ ବେଡ୍‌ ବଢ଼ିବ। ତେବେ ରାଜ୍ୟର ୪୫ପ୍ରତିଶତ ପ୍ରବାସୀ ଗଞ୍ଜାମ ଜିଲାକୁ ଫେରିଛନ୍ତି। ତେଣୁ ସେଠାରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ତେଣୁ ଏହି ଜିଲାର ୪ ସ୍ଥାନରେ ଅତିରିକ୍ତ କରୋନା କେୟାର ସେଣ୍ଟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର...

ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ...

ଏ ବର୍ଷ ବି ହେବନାହିଁ ଐତିହାସିକ ବାଲିଯାତ୍ରା

କଟକ ଅଫିସ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା...

ପୁରୀ ଜିଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବେ ସ୍ବାସ୍ଥ୍ୟ ସଚିବ : ବାତ୍ୟା କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ ୨୦ ଡାକ୍ତର

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ତଦାରଖ ଲାଗି ବିଭାଗୀୟ ଶାସନ ସଚିବଙ୍କ ସହ ଅନ୍ୟ ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀମାନେ ସୋମବାର ପୁରୀ ଜିଲାର ବିଭିନ୍ନ...

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୮ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ...

ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନ ଉପରେ ମିଳିବ ଫୁଲ୍‌ ମାର୍କ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଶ୍ରେଣୀର ଗତ ୧୧ ତାରିଖରେ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ...

୩୯ ଡିଗ୍ରୀ ଉପରେ ୩ ସହର: ଆସନ୍ତା ୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭।୪(ବ୍ୟୁରୋ) : ରାଜ୍ୟରେ ବର୍ଷା କମିବା ସହ ଖରାତାତି ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟର ୩ ସହରରେ ତାମପାତ୍ରା ୩୯ ଡିଗ୍ରୀ ଓ ତାହାଠାରୁ ଅଧିକ...

Advertisement
Archives

Model This Week