Posted inଜାତୀୟ

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ କହିଛନ୍ତି। ଲୋକଙ୍କୁ ପ୍ରଲୋଭିତ କରୁଥିବା ତତ୍ତ୍ୱଙ୍କ ବିରୋଧରେ ନ୍ୟାୟପାଳିକା ଛିଡ଼ାହେବା ସହ ସାମ୍ବିଧାନିକ ପବିତ୍ରତା ରକ୍ଷାକରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜଷ୍ଟିସ ଗୋଗୋଇ କହିଛନ୍ତି, ନ୍ୟାୟପାଳିକା ସ୍ବାଧୀନତା ଉପରେ ହେଉଥିବା ଉପରୋକ୍ତ ତତ୍ତ୍ୱଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବା ସହ ନିଜକୁ ସୁଦୃଢ଼ କରିବା ଆବଶ୍ୟକ। ରାଷ୍ଟ୍ର ଯାତ୍ରାର କେତେକ ସୋପାନରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଜନବାଦୀ ଲହର ପ୍ରଭାବରେ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଓ ଲକ୍ଷ୍ୟଠାରୁ ଦୂରେଇ ଯାଉଛନ୍ତି। ସେତେବେଳେ ନ୍ୟାୟପାଳିକାକୁ ଜାଗ୍ରତ ହୋଇ ସମ୍ବିଧାନର ସୁରକ୍ଷା ଲାଗି ଉକ୍ତ ଶକ୍ତି ବିରୋଧରେ ଛିଡାହେବାକୁ ପଡିବ । ବିଚାରପତିମାନଙ୍କ ନିଯୁକ୍ତି ରାଜନୈତିକ ପ୍ରଭାବଠାରୁ ଦୂରେଇ ରହିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ଇସ୍ରୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ

ନୂଆଦିଲ୍ଲୀ, ୨୭ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ...

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...

ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା...

ମନେପଡନ୍ତି ଅଟଳ ଜୀ

ନୂଆଦିଲ୍ଲୀ, ୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ...

ରୀତିନୀତିରେ ବିବାହ କରିବେ ନଡ୍ଡାଙ୍କ ପୁଅ

ନୂଆଦିଲ୍ଲୀ,୨୫।୧: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପୁଅ ହରିଶଙ୍କର ବିବାହ ଅନୁଷ୍ଠିତ ହେବ। ବୁଧବାର ରାଜସ୍ଥାନର ଜୟପୁରର ରାଜମହଲ ପ୍ୟାଲେସ ହୋଟେଲରେ ବ୍ୟବସାୟୀ ରାମକାନ୍ତ...

ଭାରତ ସରକାରଙ୍କୁ ତାଲିବାନ୍‌ର ଚିଠି…

ନୂଆଦିଲ୍ଲୀ/କାବୁଲ,୨୯।୯: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ୍‌ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରୟାସ କରିଛି। ତାଲିବାନ୍‌ ଭାରତ ସରକାରଙ୍କ...

ଅନ୍ନଦାତାଙ୍କ ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ କରୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୧: ସିଙ୍ଘୁ ସୀମାରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ...

ଇଣ୍ଡୋନେସିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ସନ୍ଦୀପ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଆଇଏଫଏସ ଅଧିକାରୀ ସନ୍ଦୀପ ଚକ୍ରବର୍ତ୍ତୀଙ୍କୁ ଇଣ୍ଡୋନେସିଆ ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି।...

Advertisement
Archives

Model This Week