ରାଜନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୩।୬: ବଲିଉଡ୍‌ ନାୟକ ଅନିଲ କପୁର, ରିତେଶ ଦେଶମୁଖ, ନାୟିକା ଦିଶା ପାଟନି ପ୍ରମୁଖ ମହାରାଷ୍ଟ୍ରର ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ‘ମଲଙ୍ଗ’ ଅଭିନେତା ଅନିଲ କପୁର ଆଦିତ୍ୟଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଏହାସହ ଯୁବବର୍ଗଙ୍କ ପାଇଁ ଆଦିତ୍ୟ ପ୍ରେରଣା ବୋଲି ମଧ୍ୟ ଅନିଲ ଟୁଇଟ୍‌ କରି ଲେଖିବା ସହ ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ନାୟିକା ଦିଶା ପାଟନି ଶନିବାର ନିଜ ଜନ୍ମଦିନ ପାଳନ କରୁଥିବା ବେଳେ ପ୍ରଥମକରି ଆଦିତ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଲିଉଡ୍‌ ନାୟକ ରିତେଶ ଦେଶମୁଖ ମଧ୍ୟ ଆଦିତ୍ୟଙ୍କୁ ଭାଇ ବୋଲି ସମ୍ବୋଧନ କରି ଟୁଇଟର ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ନାତି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ୍‌ ବୟସରୁ ସେ ରାଜନୀତିରେ ପାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବିବାହରେ ଷ୍ଟେଜ୍‌ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ...

ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…

ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି।...

ନୀତୀଶଙ୍କ ସହ ନାହିଁ କୌଣସି ଶତ୍ରୁତା କେବଳ ନୀତିର ଲଢେଇ: ଚିରାଗ

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏନ୍‌ଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଛି । ଏହା ପଛର କାରଣ ହେଉଛି...

ଆଗାମୀ ନିର୍ବାଚନ ଲଢିବେ ନାହିଁ ଓମାର ଅବଦୁଲ୍ଲା, ସରକାର ଗଢିବାକୁ ନେଇପାରନ୍ତି ପିଡିପିର ସମର୍ଥନ

ଶ୍ରୀନଗର,୧୬ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ...

ଧର୍ମନିରପେକ୍ଷ ନୁହେଁ ଭାଜପା: ସିଦ୍ଧରମେୟା

ବେଙ୍ଗାଲୁରୁ,୩୦।୭: ଚଳିତବର୍ଷ କର୍ନାଟକର ଭାଜପା ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ବୁଧବାର କ୍ୟାବିନେଟ ବୈଠକ ପରେ ଏହା...

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦିଙ୍କ ହାତ ଥିବା ବିଶ୍ୱାସ ହେଉନି: ମମତା

କୋଲକାତା,୨୦।୯: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ସେ ବିଶ୍ୱାସ କରୁ ନ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ...

ଶପଥ ନେଲେ ୨୭ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୧୮ା୭: ରାଜ୍ୟ ସଭାକୁ ନୂଆ କରି ନିର୍ବାଚିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ପ୍ରଫୁଲ ପଟେଲ, କ୍ରିକେଟର ହର୍‌ଭଜନ ସିଂ ପ୍ରମୁଖଙ୍କ ସମେତ ୨୭...

Advertisement
Archives

Model This Week