ରାଜଧାନୀରେ ହ୍ୟାଣ୍ଡଓ୍ବାଶ୍‌ କାରଖାନା ଉପରେ ଚଢ଼ାଉ: ବିନା ଲାଇସେନ୍ସରେ ଚଳାଉଥିଲେ ବ୍ୟବସାୟ

କଟକରୋଡ଼, ୩୧।୩(ଡି.ଏନ୍‌.ଏ.): ଦେଶରେ କରୋନା (କୋଭିଡ-୧୯) ବ୍ୟାପିବାରେ ଲାଗିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ବାଶ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଭଳି ପରିପ୍ରେକ୍ଷୀରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ହ୍ୟାଣ୍ଡ ଓ୍ବାଶ ତିଆରି କରୁଥିବା ଏକ କାରଖାନା ଉପରେ ପ୍ରେସ୍‌ କଣ୍ଟ୍ରୋଲର ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଡ୍ରଗ୍ସ ଇନ୍ସପେକ୍ଟର ଡ. ସୁଦର୍ଶନ ବିଶ୍ୱାଳଙ୍କ ସହ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ହ୍ୟାଣ୍ଡଓ୍ବାଶ୍‌ ତିଆରି ପାଇଁ ରଖାଯାଇଥିବା ପ୍ରାୟ ୩୫ ଲିଟର କେମିକାଲ, ପ୍ରସ୍ତୁତ ହୋଇଥିବା ୩ ଶହ ବୋତଲ ହ୍ୟାଣ୍ଡଓ୍ବାଶ୍‌, ହଜାରେ ଲେବୁଲ ଓ ପ୍ୟାକିଂ ଖୋଳ ଆଦି ଜବତ ହୋଇଛି। ଯେହେତୁ ହ୍ୟାଣ୍ଡଓ୍ବାଶ୍‌ ଏକ ପ୍ରସାଧନ ସାମଗ୍ରୀ ତେଣୁ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟଠାରୁ ଏଥିପାଇଁ ସମ୍ପୃକ୍ତ ମାଲିକ ଲାଇସେନ୍ସ ନେଇ ନ ଥିଲେ ବୋଲି ଇନ୍ସପେକ୍ଟର ବିଶ୍ୱାଳ କହିଛନ୍ତି। ଉକ୍ତ କାରଖାନା ଉପରେ ଚଢ଼ାଉ କରାଯାଇ ମାଲିକଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ଇନ୍ସପେକ୍ଟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ମାମଲା ଲଢ଼ି କୋଟିଏ ଫେରିପାଇଲେ

ଭୁବନେଶ୍ୱର,୨୫।୧୦:  ନ୍ୟାୟ ପାଇଁ ଜନସାଧାରଣ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି। କିନ୍ତୁ ବିନା ଆଇନଜୀବୀରେ କୋର୍ଟରେ ମାମଲା ଲଢ଼ିବା ଓ ଜିତିବା କାଠିକର ପାଠ। ହେଲେ ଏମିତି...

ଚିନ୍ତା ବଢ଼ାଇଲା କରୋନା: ମଧ୍ୟପ୍ରଦେଶର ୫ଟି ଜିଲାରେ ପଜିଟିଭ୍‌ ଚିହ୍ନଟ

ଭୋପାଳ,୨୦।୩: କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ନିଜର କାୟା ମେଲାଇଲାଣି। ଦେଶର କେତେକ ରାଜ୍ୟରେ କରୋନା ପୁଣି ଚିନ୍ତା ବଢ଼ାଇଛି। ଇତିମଧ୍ୟରେ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

୨୦୨୪ ପାଇଁ ରଣନୀତି

ଭୁବନେଶ୍ବର,୧୭।୧୨(ବ୍ୟୁରୋ): ଭାଜପା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦୁଇଟି ପର୍ଯ୍ୟାୟରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ବୈଠକ କରିବେ।...

ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର...

ଧାମନଗର ଉପନିର୍ବାଚନ: ୧୩୪ ବୁଥ୍‌ର ନାମ ପରିବର୍ତ୍ତନ

ଭଦ୍ରକ ଅଫିସ, ୧୦ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ...

ଦୁଇ ବାଇକ୍‌ ମୁହଁ।ମୁହିଁ:୨ ଜୀବନ ଗଲା

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ...

ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଶୁକ୍ରବାର ଭିଜିଲାନ୍ସ ବିଭାଗ...

Advertisement
Archives

Model This Week