ରାଜଧାନୀରେ ଘରେ ପହଞ୍ଚିବ ମେଡ଼ିସିନ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା ପାଇଁ ଲୋକେ ବାହାରକୁ ବାହାରିପାରୁ ନ ଥିବାରୁ ଏବେ ଭୁବନେଶ୍ୱରବାସୀ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ନଜରକୁ ଆସିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଔଷଧର ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲୋର୍‌ ସହଯୋଗରେ ଏହି ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ସହରରେ ଥିବା ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ସେସବୁ ଦୋକାନ ସହ ଫୋନ୍‌ ନମ୍ବର ବିଏମ୍‌ସି ତା’ର ଓ୍ବେବ୍‌ସାଇଟ୍‌ ଓ ସୋସିଆଲ ମିଡିଆରେ ଜାରି କରିଛି। ଫୋନ୍‌ କଲ୍‌ କିମ୍ବା ସେହି ନମ୍ବର ସହ ଥିବା ହ୍ବାଟ୍‌ସଆପ୍‌ ଜରିଆରେ ସହରବାସୀ ଆବଶ୍ୟକ ଔଷଧ ନିକଟ ଦୋକାନକୁ ଅର୍ଡର ଦେଇପାରିବେ। ତେବେ ପାଖରେ ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ଥିବା ଜରୁରୀ। ହ୍ବାଟ୍‌ସଆପ୍‌ରେ ନିଜ ନାମ, ରୋଗୀଙ୍କ ନାମ, ପ୍ରେସ୍‌କ୍ରିପ୍‌ଶନର ଫଟୋ, ଠିକଣା ଓ ଯୋଗାଯୋଗ ଫୋନ୍‌ ନମ୍ବର ପଠାଇଲେ ୨୪ ଘଣ୍ଟା ମଧ୍ୟରେ ଘରେ ଔଷଧ ପହଞ୍ଚତ୍ୟିବ। ପ୍ରେସ୍‌କ୍ରିପ୍‌ଶନ ଦେଖାଇ ଔଷଧ ନେଇପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ...

ପୁଣି ୪ ପୋଲିସ କରୋନା ପଜିଟିଭ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ୪ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ ଚିହ୍ନଟ ହୋଇଥିବା...

ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ...

ବସ୍‌ ଷ୍ଟାଣ୍ଡରେ ସ୍ଥାପନ ହେବ କ୍ୟାମ୍ପ ଅଫିସ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା(କୋଭିଡ-୧୯)ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି)ର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି...

ସମ୍ବର ମାଂସ ଭାଗ କଲା ବେଳେ ଧରାପଡ଼ିଲେ ଶିକାରୀ

ଉଦଳା,୧୩।୨: ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ବନାଞ୍ଚଳ ଅଧୀନ ଅଙ୍ଗାରପଡ଼ା ଗ୍ରାମରେ ଚଢ଼ାଉ କରି ସମ୍ବର ମାଂସ ଜବତ କରିଛି। ଏପରି କି ଅଧିକାରୀମାନେ...

କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ଝିଅ ହରାଇବା ଦୁଃଖ

ପିପିଲି,୨୭।୪(ଡି.ଏନ୍‌.ଏ.): ନିଜ ଦୁଃଖ ଓ ସମସ୍ୟାକୁ ପଛରେ ପକାଇ ମହାମାରୀ କରୋନା ମୁକାବିଲାରେ ଦେଶ ପାଇଁ ସେବା ପ୍ରଦାନ କରି ଅନେକ ପୋଲିସ କର୍ମଚାରୀ ବେଶ...

ବସ୍‌ଉଠ, ମାଡ଼ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଉଲ୍ଲଂଘନକାରୀଙ୍କୁ ପୋଲିସ ପିଟିବା ସହ ବସ୍‌ଉଠ କରି ଦଣ୍ଡ ଦେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଏବେ ଜାତୀୟ ମାନବାଧିକାର...

Play 250+ Trending Games
Archives

Model This Week

Why Dharitri