ରାଜଧାନୀରୁ ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ: ବାରମ୍ବାର ଫୋନ କରି ଲକ୍‌ଡାଉନ୍‌ ନିୟମ କୋହଳ, କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ପକାଉଥିଲେ ଚାପ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କ୍ୟାପିଟାଲ ଥାନା ପୋଲିସ ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଗିରଫ କରିଛି। ତାଙ୍କ ନାମ ଶର୍ମିଷ୍ଠା ବେହେରା। ସେ ନିଜକୁ ଜଣେ ଆଇପିଏସ ଅଫିସର ପରିଚୟ ଦେଇ ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ସହ କିଛି ନିର୍ଦ୍ଧିଷ୍ଟ କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ଚାପ ପକାଉଥିବା ଜଣାପଡିଛି।

ସୂଚନାନୁସାରେ, ଗତ କିଛିଦିନ ହେଲା ଭୁବନେଶ୍ୱର ରିଜର୍ଭ ଇନସ୍ପେକ୍ଟରଙ୍କୁ ଜଣେ ଲେଡି ଆଇପିଏସ୍‌ ଅଫିସର ନିୟମିତ ବ୍ୟବଧାନରେ ଫୋନ କରୁଥିଲେ। ଫୋନ କରି ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ସହ କିଛି କନଷ୍ଟେବଳଙ୍କ ସପକ୍ଷରେ କହିଥିଲେ। ଏପରିକି ସେମାନଙ୍କୁ ଡ୍ୟୁଟି ନ ଦେବାକୁ ଚାପ ପକାଇଥିଲେ। ପ୍ରଥମେ ରିଜର୍ଭ ଇନସ୍ପେକ୍ଟର ତାଙ୍କ କଥା ଅନୁସାରେ କିଛି କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ କରିଥିଲେ। ହେଲେ ବାରମ୍ବାର ଫୋନ ଆସିବାରୁ ପୋଲିସର ସନ୍ଦେହ ହୋଇଥିଲା। ଏନେଇ ବରିଷ୍ଠ ଅଧିକାରୀଙ୍କୁ ସେ ଅବଗତ କରିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ପରେ ଗୁରୁବାର ରାତିରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହାଛଡ଼ା ପୋଲିସ ତାଙ୍କୁ ୪୧ ସିଆର୍‌ପିସିରେ ନୋଟିସ କରି ଛାଡି ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri