Posted inଖେଳ

ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ

ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରିୟ ଖେଳାଳି ସୁରେଶ ରାଇନା ରହିଥିଲେ ବୋଲି ପୂର୍ବତନ ଭାରତୀୟ ଅଲରାଉଣ୍ଡ ଯୁବରାଜ ସିଂ କହିଛନ୍ତି। ରାଇନାକୁ ଧୋନୀ ବହୁ ପରିମାଣରେ ସମର୍ଥନ କରୁଥିବା ଅନୁଭବ କରିଛି ବୋଲି ସେ କହିଛନ୍ତି।
ଏ ନେଇ ଯୁବରାଜ ୨୦୧୧ ବିଶ୍ୱକପ୍‌ରେ ଧୋନୀଙ୍କ ଧର୍ମ ସଙ୍କଟ ବିଷୟରେ ଉଲ୍ଲେଖ କରିଛନ୍ତି। ବିଶ୍ୱକପ୍‌ ଦଳରେ ୟୁସୁଫ ପଠାନ ଓ ରାଇନାଙ୍କ ମଧ୍ୟରୁ ଜଣକୁ ଚୟନ କରିବା ନେଇ ଧୋନୀ ଦ୍ୱନ୍ଦ୍ୱରେ ପଡିଥିଲେ। ସେତେବେଳେ ଅବଶ୍ୟ ଧୋନୀ ରାଇନାଙ୍କୁ ସମର୍ଥନ କରିଥିଲେ ଯୁବରାଜ ‘ସ୍ପୋଟର୍‌ସ ଟକ୍‌’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ବିଶ୍ୱକପ ଅଧାରୁ ୟୁସୁଫ୍‌ଙ୍କୁ ବାଦ୍‌ ଦିଆଯାଇଥିଲା। ଏହି ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୋଇଥିଲା ଓ ଯୁବରାଜ ଏହି ଐତିହାସିକ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସେତେବେଳେ ୟୁସୁଫ୍‌ ଭଲ ପ୍ରଦର୍ଶନ କରୁଥିଲେ। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମୋର ପ୍ରଦର୍ଶନ ମଧ୍ୟ ଭଲ ଥିଲା। କିନ୍ତୁ ରାଇନା ସେତେ ଭଲ ଫର୍ମରେ ନ ଥିଲେ ବୋଲି ଯୁବରାଜ କହିଛନ୍ତି। ଦଳରେ ବାମ୍‌ହାତୀ ସ୍ପିନର ନ ଥିଲେ ଓ ମୁଁ ଉଇକେଟ ହାସଲ କରିବାରେ ସମର୍ଥ ହୋଇଥିଲି।
୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ। ତେବେ ଏହାପରେ ସେ ଏହି ମ୍ୟାଚ୍‌ରେ ବ୍ୟବହାର କରିଥିବା ତାଙ୍କ ବ୍ୟାଟ୍‌କୁ ନେଇ ବିବାଦ ଓ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେତେବେଳେ ଏହି ବ୍ୟାଟ୍‌ରେ ଫାଇବର ଲାଗିଥିବାର ଅଭିଯୋଗ ଆଣିଥିଲେ ଅଷ୍ଟ୍ରେଲୀୟ କୋଚ୍‌। ଏହାକୁ ମ୍ୟାଚ୍‌ ରେଫରୀ ପରୀକ୍ଷା କରିଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ ହୋଇଥିଲା। ତାଙ୍କୁ ଅବଶ୍ୟ ବ୍ୟାଟ୍‌ ଚେକ୍‌ ବା ପରୀକ୍ଷା କରିବାକୁ ଦେଇଥିଲି। ଏପରି କି ପୂର୍ବତନ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟ ଏହି ବ୍ୟାଟ କିଏ ତିଆରି କରିଥିଲା ବୋଲି ପ୍ରଶ୍ନ ପଚାରିଥିଲେ। ମ୍ୟାଚ୍‌ ରେଫରି ମଧ୍ୟ ଏହି ବ୍ୟାଟ୍‌କୁ ପରୀକ୍ଷା କରିଥିଲେ। କିନ୍ତୁ ସତ କଥା କହିବାକୁ ଗଲେ ଏହି ବ୍ୟାଟ୍‌ ମୋ ପାଇଁ ବିଶେଷ ମହତ୍ତ୍ୱ ରଖୁଛି ବୋଲି ଯୁବରାଜ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସେ ପ୍ରଶଂସା କରିଛନ୍ତି। ଯୁବ ପ୍ରତିଭା ଚିହ୍ନଟ କରିବା ଓ ବିକାଶରେ ତାଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ। ଗାଙ୍ଗୁଲି ହେଉଛନ୍ତି ମୋର ଫେଭରାଇଟ୍‌ ଅଧିନାୟକ। ସେ ମୋତେ ବହୁତ ଓ ସର୍ବାଧିକ ସମର୍ଥନ କରିଛନ୍ତି। ସେତେବେଳେ ଆମେ ଯୁବକ ଥିଲୁ ଓ ଆମର ପ୍ରତିଭା ବିକାଶରେ ତାଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି ବୋଲି ଯୁବରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟଙ୍କା ପାଇଁ ଦେଶ ପକ୍ଷରୁ ଖେଳିବାକୁ ମନା କରିଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲୀୟ ପୂର୍ବତନ ଖେଳାଳି ଇଆନ ଚାପେଲ ଆଜି ତାଙ୍କର ୭୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଅଧିନାୟକ ଥିଲେ। ତାଙ୍କ ବ୍ୟତୀତ...

ବାରବାଟୀ ଦିନିକିଆ ଆଉ ୧୨ଦିନ

କଟକ ଅଫିସ,୧୦ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଆସନ୍ତା ୧୯ ଓ ୨୦ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ମୋଟ୍‌...

ପିଟି ଉଷା ଆଇଏଏଫ୍‌ର ଭେଟେରାନ ପିନ୍‌ ମନୋନୀତ

ନୂଆଦିଲ୍ଲୀ,୧୯|୭(ପିଟି)- ଦେଶର ଟ୍ରାକ୍‌ ଓ ଫିଲ୍ଡ କିମ୍ବଦନ୍ତୀ ପି.ଟି. ଉଷାଙ୍କୁ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଭେଟେରାନ ପିନ ଭାବେ ମନୋନୀତ କରାଯାଇଛି।...

ଜୋକୋଭିଚ୍‌ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୬ା୭-ଗତଥରର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ସର୍ବୀୟ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ରନର୍ସଅପ୍‌...

ସିଂହରାଜ କଲେ କମାଲ୍‌: ଜିତିଲେ ବ୍ରୋଞ୍ଜ

ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ...

କ୍ରିକେଟ୍‌ର ଭଗବାନଙ୍କୁ ପଛରେ ଛାଡ଼ିଲେ ରୁଟ୍‌

ଲିଡ୍ସ ,୨୭।୮: ଭାରତ ବିପକ୍ଷ ତୃତୀୟ ତଥା ଲିଡ୍ସ ଟେଷ୍ଟରେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଏହା ତାଙ୍କ...

କ୍ଷମା ମାଗିଲା ଆଇସିସି

ଦୁବାଇ, ୧୭ା୨(ପି.ଟି.):ଟେଷ୍ଟ ଟିମ୍‌ ର଼୍ୟାଙ୍କିଙ୍ଗରେ ବୈଷୟିକ ତ୍ରୁଟି ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ଷମା ମାଗିଛି। ବୁଧବାର ପ୍ରଥମେ ଭାରତକୁ ନମ୍ବର ୧ ଟେଷ୍ଟ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ: ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲାଉସାନ୍ନେ,୧୩।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳୀ...

Advertisement
Archives

Model This Week