ରପ୍ତାନି ସଂଗଠନ ସଭାପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ନିକଟରେ ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିଥିଲା। ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ୨୮ ପ୍ରକାର କୃଷିଜାତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲା। ଏହାଫଳରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଥଲା। ୨୮ ଜୁନ୍‌ରେ ଜାପାନର ଓସାକାଠାର ଜି୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଟାରିଫ୍‌ ବୃଦ୍ଧିକୁ ନେଇ ଆଲୋଚନା ହୋଇଛି। ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ସକାଶେ ଦୁଇ ଦେଶର ଶୀର୍ଷ ନେତା ଏକପ୍ରକାର ବୁଝାମଣା ସ୍ତରକୁ ଆସିଛନ୍ତି। ଏଭଳି ସ୍ଥଳେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ ବା ଭାରତୀୟ ରପ୍ତାନି ସଂଗଠନ ସଂଘ (ଏଫ୍‌ଆଇଇଓ)ର ଗୁରୁତ୍ୱ ବଢ଼ିଯାଇଛି।
ଏଫ୍‌ଆଇଇଓ ଭାରତର ବାଣିଜ୍ୟ ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ଏକ ଶୀର୍ଷ ସଂଗଠନ। ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଘରୋଇ ବାଣିଜ୍ୟ ଓ ଶିଳ୍ପର ମିଳିତ ସହଯୋଗରେ ଏହା ୧୯୬୫ ମସିହାରେ ନୂଆଦିଲ୍ଲୀଠାରେ ସ୍ଥାପନ କରାଯାଇଥିଲା। ଏକ୍ସପୋର୍ଟ ପ୍ରମୋଶନ କାଉନ୍‌ସିଲ, କମୋଡିଟି ବୋର୍ଡସ୍‌ ଆଣ୍ଡ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟିଜ୍‌ ଇନ୍‌ ଇଣ୍ଡିଆର ସର୍ବୋଚ୍ଚ ସଂସ୍ଥା ହୋଇଥିବାରୁ ଏଫ୍‌ଆଇଇଓ ରପ୍ତାନି ବାଣିଜ୍ୟ ବୃଦ୍ଧି ଲକ୍ଷ୍ୟରେ ଆଗେଇ ଚାଲିଛି। ଭାରତୀୟ ରପ୍ତାନିର ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅବଦାନ ଏହାର ସଦସ୍ୟମାନଙ୍କ ଦ୍ୱାରା ହେବା ନେଇ ଏଫ୍‌ଆଇଇଓ ନିର୍ଦ୍ଦେଶ ଦେଇଥାଏ। ଭାରତର ଅନ୍ତର୍ଜାତୀୟ ବାଣିଜ୍ୟ ଗୋଷ୍ଠୀ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାଣିଜି୍ୟକ ଆଦାନପ୍ରଦାନ, ରେଳପଥ, ବନ୍ଦର, ଭୂପୃଷ୍ଠ ପରିବହନ, ବିତ୍ତୀୟ ପ୍ରତିଷ୍ଠାନ ମଧ୍ୟରେ କାର୍ଯ୍ୟ ସୁଗମ କରିବା ଦିଗରେ ଏଫ୍‌ଆଇଇଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ ଏହାର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସାଂଗଠନିକ ଦକ୍ଷତା ରାପ୍ତାନି କ୍ଷେତ୍ରକୁ ତ୍ୱରାନ୍ବିତ କରିଥାଏ। ନିକଟରେ ଦେଶର ଜଣାଶୁଣା ରପ୍ତାନିକାରୀ ଗଣେଶ କୁମାର ଗୁପ୍ତାଙ୍କ ସ୍ଥାନରେ ଶରଦ କୁମାର ସରାଫଙ୍କୁ ଏଫ୍‌ଆଇଇଓ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି। ରପ୍ତାନି ବାଣିଜ୍ୟକୁ ଅଧିକ କ୍ରିୟାଶୀଳ କରିବେ ବୋଲି ସେ କହିଛନ୍ତି।
ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ବମ୍ବେ ଭଳି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଧାରଣ କରିଥିବା ଶରଦ କିଛି ନୂଆ କରି ଦେଖାଇବାର ଚିନ୍ତା ମନରେ ରଖିଥିଲେ। ସେଥିପାଇଁ ଚାକିରିକୁ ଜୀବନର ସର୍ବସ୍ବ ନ ଭାବି ଔଦ୍ୟୋଗିକ ବିକାଶ ଦିଗରେ ନିଜକୁ ନିୟୋଜିତ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେ ଟେକ୍ନୋକ୍ରାଟ୍‌ ଇଣ୍ଡଷ୍ଟ୍ରିଜ୍‌ (ଇଣ୍ଡିଆ) ପ୍ରତିଷ୍ଠା କରିଥିଲେ। ଏହା ନିର୍ମାଣ ସାମଗ୍ରୀ ଓ କପଡ଼ା ସମ୍ପର୍କିତ ଦ୍ରବ୍ୟ ଉତ୍ପାଦନ କରୁଛି। ଏଥିସହିତ ସିଟି ଅଫ୍‌ ନ୍ୟୁ ଓର୍ଲିନ୍ସ ଲା’ର ଅବୈତନିକ ଆମ୍ବାସାଡର, ଫେଡେରେଶନ୍‌ ଅଫ୍‌ ଏକ୍ସପୋର୍ଟିଂ ୟୁନିଟ୍‌ ଓ ଇଣ୍ଡିଆନ୍‌ କଟନ୍‌ ମିଲ୍ସ ପ୍ରଡକ୍ସନ ସଦସ୍ୟ ରହିଥିବା ଶରଦଙ୍କ ରପ୍ତାନି କ୍ଷେତ୍ରରେ ବିଶେଷ ଜ୍ଞାନ ଥିବାରୁ ସେ ଏଫ୍‌ଆଇଇଓକୁ ନିର୍ବାଚିତ ହୋଇଥିଲେ। ସଂଗଠନରେ ପ୍ରାରମ୍ଭିକ ସ୍ତରରେ ସେ ଦୁଇ ଥର ଉପସଭାପତି ଓ ୪ ଥର ଆଞ୍ଚଳିକ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ। ଏହି ସମୟରେ ସେ ରପ୍ତାନିକାରୀଙ୍କ ଅଭିଯୋଗ ସମାଧାନ ଲାଗି ଇଣ୍ଡିଆନ୍‌ ଏକ୍ସପୋର୍ଟର ଗ୍ରିଭାନ୍ସ ଫୋରମ୍‌ ପ୍ରତିଷ୍ଠା କରିଥିଲେ। ଏ ସଂକ୍ରାନ୍ତ ବିଭିନ୍ନ ବିବାଦର ସମାଧାନ ଆଇନଗତ ଭାବେ ହୋଇପାରୁଥିବାରୁ ଉକ୍ତ ମଞ୍ଚ ସୃଷ୍ଟି ଲାଗି ସବୁ ଶ୍ରେୟ ତାଙ୍କୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri