ରପ୍ତାନି ସଂଗଠନ ସଭାପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ନିକଟରେ ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିଥିଲା। ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ୨୮ ପ୍ରକାର କୃଷିଜାତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲା। ଏହାଫଳରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଥଲା। ୨୮ ଜୁନ୍‌ରେ ଜାପାନର ଓସାକାଠାର ଜି୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଟାରିଫ୍‌ ବୃଦ୍ଧିକୁ ନେଇ ଆଲୋଚନା ହୋଇଛି। ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ସକାଶେ ଦୁଇ ଦେଶର ଶୀର୍ଷ ନେତା ଏକପ୍ରକାର ବୁଝାମଣା ସ୍ତରକୁ ଆସିଛନ୍ତି। ଏଭଳି ସ୍ଥଳେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ ବା ଭାରତୀୟ ରପ୍ତାନି ସଂଗଠନ ସଂଘ (ଏଫ୍‌ଆଇଇଓ)ର ଗୁରୁତ୍ୱ ବଢ଼ିଯାଇଛି।
ଏଫ୍‌ଆଇଇଓ ଭାରତର ବାଣିଜ୍ୟ ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ଏକ ଶୀର୍ଷ ସଂଗଠନ। ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଘରୋଇ ବାଣିଜ୍ୟ ଓ ଶିଳ୍ପର ମିଳିତ ସହଯୋଗରେ ଏହା ୧୯୬୫ ମସିହାରେ ନୂଆଦିଲ୍ଲୀଠାରେ ସ୍ଥାପନ କରାଯାଇଥିଲା। ଏକ୍ସପୋର୍ଟ ପ୍ରମୋଶନ କାଉନ୍‌ସିଲ, କମୋଡିଟି ବୋର୍ଡସ୍‌ ଆଣ୍ଡ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟିଜ୍‌ ଇନ୍‌ ଇଣ୍ଡିଆର ସର୍ବୋଚ୍ଚ ସଂସ୍ଥା ହୋଇଥିବାରୁ ଏଫ୍‌ଆଇଇଓ ରପ୍ତାନି ବାଣିଜ୍ୟ ବୃଦ୍ଧି ଲକ୍ଷ୍ୟରେ ଆଗେଇ ଚାଲିଛି। ଭାରତୀୟ ରପ୍ତାନିର ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅବଦାନ ଏହାର ସଦସ୍ୟମାନଙ୍କ ଦ୍ୱାରା ହେବା ନେଇ ଏଫ୍‌ଆଇଇଓ ନିର୍ଦ୍ଦେଶ ଦେଇଥାଏ। ଭାରତର ଅନ୍ତର୍ଜାତୀୟ ବାଣିଜ୍ୟ ଗୋଷ୍ଠୀ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାଣିଜି୍ୟକ ଆଦାନପ୍ରଦାନ, ରେଳପଥ, ବନ୍ଦର, ଭୂପୃଷ୍ଠ ପରିବହନ, ବିତ୍ତୀୟ ପ୍ରତିଷ୍ଠାନ ମଧ୍ୟରେ କାର୍ଯ୍ୟ ସୁଗମ କରିବା ଦିଗରେ ଏଫ୍‌ଆଇଇଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ ଏହାର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସାଂଗଠନିକ ଦକ୍ଷତା ରାପ୍ତାନି କ୍ଷେତ୍ରକୁ ତ୍ୱରାନ୍ବିତ କରିଥାଏ। ନିକଟରେ ଦେଶର ଜଣାଶୁଣା ରପ୍ତାନିକାରୀ ଗଣେଶ କୁମାର ଗୁପ୍ତାଙ୍କ ସ୍ଥାନରେ ଶରଦ କୁମାର ସରାଫଙ୍କୁ ଏଫ୍‌ଆଇଇଓ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି। ରପ୍ତାନି ବାଣିଜ୍ୟକୁ ଅଧିକ କ୍ରିୟାଶୀଳ କରିବେ ବୋଲି ସେ କହିଛନ୍ତି।
ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ବମ୍ବେ ଭଳି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଧାରଣ କରିଥିବା ଶରଦ କିଛି ନୂଆ କରି ଦେଖାଇବାର ଚିନ୍ତା ମନରେ ରଖିଥିଲେ। ସେଥିପାଇଁ ଚାକିରିକୁ ଜୀବନର ସର୍ବସ୍ବ ନ ଭାବି ଔଦ୍ୟୋଗିକ ବିକାଶ ଦିଗରେ ନିଜକୁ ନିୟୋଜିତ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେ ଟେକ୍ନୋକ୍ରାଟ୍‌ ଇଣ୍ଡଷ୍ଟ୍ରିଜ୍‌ (ଇଣ୍ଡିଆ) ପ୍ରତିଷ୍ଠା କରିଥିଲେ। ଏହା ନିର୍ମାଣ ସାମଗ୍ରୀ ଓ କପଡ଼ା ସମ୍ପର୍କିତ ଦ୍ରବ୍ୟ ଉତ୍ପାଦନ କରୁଛି। ଏଥିସହିତ ସିଟି ଅଫ୍‌ ନ୍ୟୁ ଓର୍ଲିନ୍ସ ଲା’ର ଅବୈତନିକ ଆମ୍ବାସାଡର, ଫେଡେରେଶନ୍‌ ଅଫ୍‌ ଏକ୍ସପୋର୍ଟିଂ ୟୁନିଟ୍‌ ଓ ଇଣ୍ଡିଆନ୍‌ କଟନ୍‌ ମିଲ୍ସ ପ୍ରଡକ୍ସନ ସଦସ୍ୟ ରହିଥିବା ଶରଦଙ୍କ ରପ୍ତାନି କ୍ଷେତ୍ରରେ ବିଶେଷ ଜ୍ଞାନ ଥିବାରୁ ସେ ଏଫ୍‌ଆଇଇଓକୁ ନିର୍ବାଚିତ ହୋଇଥିଲେ। ସଂଗଠନରେ ପ୍ରାରମ୍ଭିକ ସ୍ତରରେ ସେ ଦୁଇ ଥର ଉପସଭାପତି ଓ ୪ ଥର ଆଞ୍ଚଳିକ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ। ଏହି ସମୟରେ ସେ ରପ୍ତାନିକାରୀଙ୍କ ଅଭିଯୋଗ ସମାଧାନ ଲାଗି ଇଣ୍ଡିଆନ୍‌ ଏକ୍ସପୋର୍ଟର ଗ୍ରିଭାନ୍ସ ଫୋରମ୍‌ ପ୍ରତିଷ୍ଠା କରିଥିଲେ। ଏ ସଂକ୍ରାନ୍ତ ବିଭିନ୍ନ ବିବାଦର ସମାଧାନ ଆଇନଗତ ଭାବେ ହୋଇପାରୁଥିବାରୁ ଉକ୍ତ ମଞ୍ଚ ସୃଷ୍ଟି ଲାଗି ସବୁ ଶ୍ରେୟ ତାଙ୍କୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri