ରଥଯାତ୍ରା ସମ୍ପର୍କିତ ଜନସ୍ବାର୍ଥ ମାମଲା: ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୩ା୬: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ବାତିଲ କରିବା ପାଇଁ ହାଇକୋର୍ଟରେ ଯେଉଁ ଜନସ୍ବାଥର୍ର୍ ମାମଲା ରୁଜୁ ହୋଇଥିଲା, ସେଥିରେ ମଙ୍ଗଳବାର ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି। କେବଳ ‘ବିଧି ଓ ବିଧାନ’ ପାଇଁ ରଥଯାତ୍ରା ଆୟୋଜିତ ହେବ। ଭକ୍ତଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ ନାହିଁ। କିନ୍ତୁ ସେମାନଙ୍କ ପାଇଁ ଟିଭିରେ ଯାତ୍ରାର ସିଧା ପ୍ରସାରଣ ହେବ। ପୁରୀ ସହରକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ। ରଥଯାତ୍ରା ଆୟୋଜନ ବେଳେ କରୋନା କୋଭିଡ୍‌-୧୯ ପାଇଁ ଥିବା ଗାଇଡଲାଇନ୍‌ର କୌଣସି ପ୍ରକାର ଉଲ୍ଲଂଘନ ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ଯୁକ୍ତି ରଖିଥିଲେ। ତେବେ ସରକାର କିଭଳି ବିନା ଭକ୍ତରେ ରଥଯାତ୍ରା ଆୟୋଜନ ପାଇଁ ଯୋଜନା କରିଛନ୍ତି, ସେନେଇ ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତିନି ରଥ ଟାଣିବା ପାଇଁ ବହୁ ଭକ୍ତଙ୍କ ଆବଶ୍ୟକତା ରହିଛି। ଯଦି ଭକ୍ତ ନ ରହିବେ, କେଉଁମାନେ ରଥ ଟାଣିବେ। କେତେ ସଂଖ୍ୟକ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ ଓ ପୁରୀ ସହରକୁ କିଭଳି ସିଲ୍‌ କରାଯିବ, ସେନେଇ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଓ ବିଚାରପତି ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ୯ରେ ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଚଳିତ ବର୍ଷ ରଥଯାତ୍ରା ବାତିଲ କରିବା ପାଇଁ ନିବେଦନ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆଉ ୪ଟି ହସ୍ତକ୍ଷେପ ଯାଚିକା (ଇଣ୍ଟରଭେନ୍ସନ ପିଟିସନ୍‌) ଦାଖଲ କରାଯାଇଥିଲା। କୋର୍ଟ ସେହି ୪ଟି ଯାଚିକାକୁ ମଧ୍ୟ ଗ୍ରହଣ କରିଛନ୍ତି। ସେମାନଙ୍କ ପକ୍ଷରୁ ଆଇନଜୀବୀ ବିଜୟ ରଗଡ଼ ଓ ମାନସ ମହାପାତ୍ର ଯୁକ୍ତି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍‌

ଭୁବନେଶ୍ୱର,୨୭-୧୧(ବ୍ୟୁରୋ)/କଟକ(ଅଫିସ):ବଢ଼ି ଚାଲିଥିବା ସାଇବର ଅପରାଧ ଏବେ ପୋଲିସର ଚିନ୍ତା ବଢ଼ାଇଛି। ତେଣୁ ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ସୋସିଆଲ ମିଡିଆ ମନିଂଟରିଂ ସେଲ୍‌ ଖୋଲିବାକୁ ଯାଉଛି। ସାରା ରାଜ୍ୟର...

ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର

ମହାକାଳପଡ଼ା,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍‌ ପୃଥକ୍‌ ଥାନାରେ ଲିଖିତ ଅଭିଯୋଗ...

ପୋଖରୀ ଖୋଳୁଛି ଜେସିବି

ନୟାଗଡ଼ ଅଫିସ,୩୧।୧: ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଞ୍ଚାୟତ ତଳପାଟଣା ଗଁାର ଗୋଡିପୋଖରୀକୁ ଜେସିବି ଖୋଳୁଛି। ଏଠାରେ ପୋଖରୀର କାର୍ଯ୍ୟ ଦିନ ବେଳା କରା ନ...

ବିପଦ ସଙ୍କେତ ଉପରେ ଜଳକା

ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦...

ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ରାଜ୍ୟରେ ସୋମବାର ପୁଣି ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୦ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୭୭, ଗଜପତିରୁ ୪୩, କଟକରୁ...

ସହରରେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲାରେ ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍‌ ଜାମ୍‌ ହ୍ରାସ କରିବା ପାଇଁ ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରିଯାନ ଚଳାଚଳ ନେଇ...

ଜମି ସମସ୍ୟାରେ ଅଟକିଛି ଡିଏମ୍‌ଏଫ୍‌ ପ୍ରକଳ୍ପ

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲାରେ ୧୭ଟି ଉନ୍ନୟନ ପ୍ରକଳ୍ପ (ପ୍ରତ୍ୟେକର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସେଥିରୁ ଜିଲା...

ପୋଲିସ ଦେଖି ଦ୍ରୁତ ବାଇକ୍‌ ଚାଳନା, ସଚେତନ କଲେ ପ୍ରଶାସନ

ଜଟଣୀ,୫ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ...

Advertisement
Archives

Model This Week