ରତ୍ନଗର୍ଭା ସାଗର

ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ମହାସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ ଗଢ଼ି ଉଠିଛି। ଆମ ପୁରାଣରେ ସାଗରକୁ ରତ୍ନଗର୍ଭା କୁହାଯାଇଛି ଏବଂ ସାଗର ପୂଜା ହେଉଛି ହିନ୍ଦୁ ସଂସ୍କୃତିର ଏକ ଅଂଶ। ବିଷ୍ଣୁ ପୁରାଣ ଅନୁଯାୟୀ ଦେବତା ଓ ଦାନବମାନ ସମୁଦ୍ର ମନ୍ଥନ କରି ସେଥିରୁ ବିଷ୍ଣୁ, ଲକ୍ଷ୍ମୀ, ଐରାବତ ହସ୍ତୀ, ପାରିଜାତ ପୁଷ୍ପ, ଅମୃତ, ଚନ୍ଦ୍ର ସମେତ ଅନେକ ଧନରତ୍ନ ପାଇଥିଲେ। ପ୍ରାଚୀନ କାଳରେ ଦେଶାନ୍ତର ବାଣିଜ୍ୟ ଓ ଯାତ୍ରା ପାଇଁ ସମୁଦ୍ର ମୁଖ୍ୟ ମାଧ୍ୟମ ଥିଲା। ଓଡ଼ିଆ ବଣିକମାନେ ସମୁଦ୍ରରେ ବୋଇତ ନେଇ ସୁଦୂର ଜାଭା, ବାଲି, ସୁମାତ୍ରା ଆଦି ଦେଶ ସହ ବାଣିଜ୍ୟ କରୁଥିଲେ। ଆଜକୁ ପ୍ରାୟ ୧୫୦୦ ବର୍ଷ ତଳେ ଚାଇନା ପରିବ୍ରାଜକ ହୁଏନସାଂ ସ୍ଥଳପଥରେ ଚାଇନାରୁ ଭାରତ ଆସିଥିଲେ। କିନ୍ତୁ ଫେରିବା ବେଳେ ସେ ଦେଶର ପୂର୍ବଭାଗରେ ଥିବା ତାମ୍ରଲିପି ବନ୍ଦରରୁ ସିଂହଳ (ଆଧୁନିକ ଶ୍ରୀଲଙ୍କା) ଓ ସୁମାତ୍ରା ଦେଇ ବଡ ଜାହାଜରେ ଚାଇନା ଯାଇଥିବା ଲେଖିଛନ୍ତି। ଆଧୁନିକ ଯୁଗରେ ମଧ୍ୟ ସାଗର ଓ ମହାସାଗର ଅବଦାନ କିଛି କମ୍‌ ନୁହେଁ।
ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ସମୁଦ୍ର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୭ ପ୍ରତିଶତ ଅଛି। ମହାସାଗରଗୁଡିକ ପରସ୍ପର ସହ ସଂଯୁକ୍ତ ହୋଇଥିଲେ ସୁଦ୍ଧା ଏହାକୁ ୨୦୦୦ ମସିହା ପୂର୍ବରୁ ଚାରୋଟି ମହାସାଗର-ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର, ଭାରତୀୟ ମହାସାଗର ଓ ସୁମେରୁ ମହାସାଗରରେ ବିଭକ୍ତ କରାଯାଇଥିଲା। ୨୦୦୦ ମସିହାରେ ଅନ୍ତର୍ଜାତୀୟ ଜଳବିଜ୍ଞାନ ସଂସ୍ଥା ଗୋଟିଏ ନୂତନ ମହାସାଗର ସୀମା ନିର୍ଦ୍ଧାରଣ କଲା। ଏହା ହେଉଛି ଦକ୍ଷିଣ ମହାସାଗର। ଏହା ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଛି ଏବଂ ୬୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବ୍ୟାପିଛି। ଆୟତନ ଓ ଗଭୀରତାରେ ପ୍ରଶାନ୍ତ ମହାସାଗର ହେଉଛି ବୃହତ୍ତମ। ଏହାବ୍ୟତୀତ ଅନେକଗୁଡିଏ ସାଗର ଓ ଉପସାଗରକୁ (ମହାସାଗରର ଛୋଟ ଛୋଟ ଶାଖା) ଚିହ୍ନଟ କରାଯାଇଛି। କେତୋଟି ବଡ ସାଗର ହେଉଛି ଦକ୍ଷିଣ ଚାଇନା ସାଗର, କାରବିୟାନ ସାଗର ଓ ଭୂମଧ୍ୟ ସାଗର।
ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଅର୍ଦ୍ଧାଧିକ ସାଗର ଦେଇଥାଏ। ପୁନଶ୍ଚ ଆମେ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ଅଧିକାଂଶ ଅଙ୍ଗାରକାମ୍ଳକୁ ଏହା ଶୋଷଣ କରିଥାଏ। ଫଳରେ ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ, ଅବଶ୍ୟ ବିଗତ କେତେ ବର୍ଷରେ ଆମେ କଳକାରଖାନାରୁ ଏତେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ କରୁଛେ ଯେ ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀର ତାପମାତ୍ରା ବଢ଼ୁଛି।
ପୃଥିବୀରେ ଜଳଚକ୍ରର ମୁଖ୍ୟ କାରକ ହେଉଛି ସମୁଦ୍ର ସମୁଦ୍ର ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଯାଏ ଏବଂ ବର୍ଷା ଆକାରରେ ପୃଥିବୀରେ ପଡେ। ଆମର ପାଣିପାଗକୁ ମଧ୍ୟ ଏହା ନିୟନ୍ତ୍ରଣ କରୁଛି। ମୌସୁମୀ ପ୍ରବାହ ସମୁଦ୍ର ଯୋଗୁ ହିଁ ହେଉଛି। ସୂର୍ଯ୍ୟରୁ ଆସୁଥିବା ଉତ୍ତାପରୁ ଅର୍ଦ୍ଧାଧିକ ସମୁଦ୍ର ଶୋଷଣ କରିଥାଏ। ଲୋକମାନଙ୍କର ଅର୍ଥନୈତିକ କ୍ଷେତ୍ରରେ ସମୁଦ୍ରର ମଧ୍ୟ ଅବଦାନ ଅଛି। ଏହା ଆମକୁ ବିଭିନ୍ନ ଜାତିର ମାଛ ପ୍ରଦାନ କରିଥାଏ। ବାଣିଜ୍ୟ କାରବାର ପାଇଁ ସମୁଦ୍ର ପଥ ହିଁ ସୁବିଧାଜନକ ଓ ସର୍ବୋକୃଷ୍ଟ। ସମୁଦ୍ର ଜଳରୁ ଖାଇବା ଲୁଣ ସମେତ ଅନେକ ପ୍ରକାର ଲବର ସଂଗ୍ରହ କରାଯାଏ। ସମୁଦ୍ରରେ ଅନେକ ପ୍ରଜାତିର ଜୀବ ବାସ କରିଥାଆନ୍ତି।
ସମୁଦ୍ରକୁ ଶକ୍ତିର ଭଣ୍ଡାର କୁହାଯାଏ। ସମୁଦ୍ର ଜୁଆରରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି। ସର୍ବପୁରାତନ ଜୁଆରୀୟ ବିଦ୍ୟୁତ କେନ୍ଦ୍ର ଫ୍ରାନ୍ସର ଲା ରାନସ୍‌ଠାରେ ୧୯୬୬ରେ ସ୍ଥାପିତ ହୋଇଛି। ସେହିପରି ସମୁଦ୍ର ତରଙ୍ଗ ଓ ଜଳସ୍ରୋତରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ପାଇଁ ପରୀକ୍ଷା ଓ ଗବେଷଣା ଚାଲିଛି। ସମୁଦ୍ର କୂଳରେ ଓ ସମୁଦ୍ର ମଧ୍ୟରେ ଉଚ୍ଚ ଖୁଣ୍ଟ ନିର୍ମାଣ କରି ସେଥିରେ ପବନ ଟରବାଇନ୍‌ ଓ ଜେନେରେଟର ଖଞ୍ଜି ବିଦ୍ୟୁତ ଉତ୍ପାଦନ କରାଯାଉଛି। ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ରହିଛି। ଉଦାହରଣସ୍ବରୂପ ବମ୍ବେ ନିକଟରେ ବମ୍ବେ ହାଏ ଠାରେ ସମୁଦ୍ର ଶଯ୍ୟାରୁ ପେଟ୍ରୋଲିୟମ ଉତ୍ପାଦନ କରୁଛି। ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣରେ ମିଥେନ ହାଇଡ୍ରେଟ୍‌ ଠାବ କରାଯାଇଛି। ଏହାକୁ ସଂଗ୍ରହ କରି ଇନ୍ଧନ ଭାବରେ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି। ଏହା ସଫଳ ହୋଇପାରିଲେ ଏହା ଶକ୍ତିର ଗୋଟିଏ ବଡ ଉତ୍ସ ଭାବରେ ପରିଗଣିତ ହେବ।
ସାଗର ଓ ମହାସାଗରରୁ ଆମେ ଅନେକ ଉପକାର ପାଉଥିଲେ ମଧ୍ୟ ମନୁଷ୍ୟକୃତ ପ୍ରଦୂଷଣରୁ ମୁକ୍ତ ହୋଇନାହିଁ। ସମୁଦ୍ର ବେଳାଭୂମି ଓ ଜାହାଜଗୁଡିରୁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ପଦାର୍ଥ ସାମୁଦ୍ରିକ ଜୀବଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଓ ଏକ ଲକ୍ଷ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ପୁନଶ୍ଚ ତୈଳବାହୀ ଦୁର୍ଘଟଣା ଯୋଗୁ ଅନେକ ପେଟ୍ରୋଲିୟ ପଦାର୍ଥ ସମୁଦ୍ର ଜଳରେ ମିଶି ସାମୁଦ୍ରିକ ଜୀବଗୁଡିକ ପାଇଁ ବିପଦର କାରଣ ହୋଇଛି।
ମନୁଷ୍ୟ ସମାଜ ପ୍ରତି ମହାସାଗରର ଅବଦାନ ଏବଂ ଏହାର ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଜନ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଜୁନ୍‌ ମାସ ୮ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରୁଛି। ୨୦୦୯ରୁ ଏହା ପାଳନ କରାଯାଉଅଛି। ତା’ସହ ପ୍ରତ୍ୟେକ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ (ଥିମ୍‌) ନିର୍ବାଚନ କରାଯାଇ ତାହା ଉପରେ ଆଲୋଚନା ହେଉଛି। ଏହି ବର୍ଷର ଥିମ ହେଲା ”ପୋଷଣଶୀଳ ମହାସାଗର ପାଇଁ ନୂତନ ଉପାୟ“। ଅର୍ଥାତ୍‌, ମହାସାଗର କିପରି ସବୁଦିନ ପାଇଁ ଆମକୁ ନିର୍ବିଘ୍ନରେ ସେବା, ସେଥିପାଇଁ ନୂଆ ଉପାୟ ବାହାର କରାଯିବା ପାଇଁ ଏହା ହେଉଛି ଏକ ଆହ୍ବାନ ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର,
ଫେଜ୍‌-୧,ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?