ରଣପୁର ଏନ୍‌ଏସିରେ ଦୁର୍ନୀତି ଅଭିଯୋଗ : କାର୍ଯ୍ୟାଦେଶ ସତ୍ତ୍ୱେ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ

ରଣପୁର,୨୪ା୬(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରକୃତ ହିତାଧିକାରୀ ପିସି ଦେଇ ନ ପାରି ପକ୍କା ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚାଘରକୁ ପକ୍କାଘର କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାର ପ୍ରତିଶୃତି ଦେଇ ୨୦୧୪ ନିର୍ବାଚନରେ ବିଜୟ ଲାଭ କରିଥିଲେ। ଆବାସ ଯୋଜନା ଅନୁସାରେ ମାଟିଘରକୁ ପକ୍କାଘର କରିବା ନିମନ୍ତେ ରଣପୁର ଏନ୍‌ଏସିରେ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ କେତେଜଣ ସରକାରୀ ଅଧିକାରୀ, ନେତାଙ୍କ ଦୁର୍ନୀତି ବା ଲାଞ୍ଚ କାରବାର ଯୋଗୁ ହିତାଧିକାରୀମାନେ ପକ୍କାଘରଟିଏ ପାଇପାରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ ହିତାଧିକାରୀମାନେ ବିଧାୟକ ଓ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୮-୧୯ରେ ୮ଶହରୁ ଊର୍ଦ୍ଧ୍ୱ ହିତାଧିକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ କିସ୍ତି ଅନୁସାରେ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ କାର୍ଯ୍ୟାଦେଶ ଆସିଥିଲା। ୬ ମାସରୁ ୧ ବର୍ଷ ମଧ୍ୟରେ ଗୃହ ନିର୍ମାଣ ସମ୍ପନ୍ନ କରିବା ନିୟମ ରହିଥିଲା। ତେବେ ପିସି ଦେଇ ନ ପାରିବାରୁ ୪ ମାସ ହେବ ୩ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନରୁ ବଞ୍ଚତ୍ତ କରାଯାଇଥିବା ଅଭିଯୋଗ ହେଉଛି। ପ୍ରକାଶଯୋଗ୍ୟ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡରେ ବାବା ବାଲୁଙ୍କେଶ୍ୱର ଦେବଙ୍କର ମନ୍ଦିର ପୂଜା ଅର୍ଚ୍ଚନା ପାଇଁ ତତ୍କାଳୀନ ରାଜା ୧୫ ମାଳି ସମ୍ପ୍ରଦାୟ ପରିବାରକୁ ପୁରୁଣା ବସନ୍ତ ଗ୍ରାମରେ ଆଣି ରଖିଥିଲେ। ସେହି ସମୟରୁ ଠାକୁରଙ୍କ ନାମରେ ଥିବା ସ୍ଥିତିବାନ ଜମିରେ ଉକ୍ତ ପରିବାରଗୁଡ଼ିକ ଘର କରି ରହି ଆସୁଛନ୍ତି। ସହରାଞ୍ଚଳ ବାସଗୃହ ମିଶନରେ ସେମାନଙ୍କୁ ସାମିଲ କରିବା ପାଇଁ ନଗର ଉନ୍ନୟନ ବିଭାଗ ତରଫରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଥମେ କୃଷ୍ଣଚନ୍ଦ୍ର ରଣା, ପ୍ରକାଶ ରଣା, ଦେବାନନ୍ଦ ଦାଶ, ଅରକ୍ଷିତ ରଣା ପ୍ରମୁଖ ୪ ପରିବାର ନାମରେ କାର୍ଯ୍ୟାଦେଶ ରଣପୁର ଏନ୍‌ଏସି କାର୍ଯ୍ୟାଳୟକୁ ପଠାଯାଇଥିଲା। କାର୍ଯ୍ୟାଳୟ ତରଫରୁ ଏହି ହିତାଧିକାରୀମାନଙ୍କୁ ଅବଗତ ମଧ୍ୟ କରାଯାଇଥିଲା ା ତେବେ ହିତାଧିକାରୀମାନେ ଯେତେବେଳେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇଥିଲେ, ପ୍ରତି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାବଦରେ ୨୦ରୁ ୨୫ହଜାର ଟଙ୍କା ଦେବାପାଇଁ କୁହାଯାଇଥିଲା। ଗରିବ ପରିବାରଗୁଡିକ ଏତେ ଟଙ୍କା ଲାଞ୍ଚ ନ ଦେବାରୁ କାର୍ଯ୍ୟାଦେଶ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ କେବଳ କୃଷ୍ଣଚନ୍ଦ୍ରଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପରେ ସେ ପକ୍କାଗୃହ କରିଥିବାବେଳେ ଅନ୍ୟ ୩ ପରିବାର ସେହି ମାଟିକାନ୍ଥ ଓ ଚାଳଛପର ଉପରେ ଜରିପାଲ ଟାଣି ରହୁଛନ୍ତି। ୪ ହିତାଧିକାରୀଙ୍କ ମଧ୍ୟରୁ କେବଳ ଜଣେ ଆବାସ ସୁବିଧା ପାଇଥିବାବେଳେ ଅନ୍ୟମାନେ ଏଥିରୁ କିପରି ବଞ୍ଚତ୍ତ ହେଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲାପାଳ ତୁରନ୍ତ ଏହାର ସ୍ବଚ୍ଛ ତଦନ୍ତ କରି ଅନ୍ୟ ପରିବାରଗୁଡ଼ିକୁ ପକ୍କା ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ରଣପୁର ଏନ୍‌ଏସି ଅଧିକାରିଣୀ ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ୨ନଂ ୱାର୍ଡର କେତେଜଣ ହିତାଧିକାରୀଙ୍କ ନାମରେ ଆବାସ ଯୋଜନା କାର୍ଯ୍ୟାଦେଶ ଆସିଛି। ତଦନ୍ତ କରି କାର୍ଯ୍ୟାଦେଶ ପାଇଥିବା ଅନ୍ୟମାନଙ୍କ ପାଇଁ ପକ୍କାଗୃହର ବ୍ୟବସ୍ଥା କରାଯିବ। ସେ କହିଥିଲେ, ଏହି ଯୋଜନାରେ କୌଣସି ପିସି କାରବାର କରାଯାଉ ନାହିଁ। ଏନ୍‌ଏସି ଅଧ୍ୟକ୍ଷା ସବିତା ଦାସ କହିଥିଲେ, ପ୍ରକୃତ ହିତାଧିକାରୀ ତୁରନ୍ତ କାର୍ଯ୍ୟାଦେଶ ପାଇବା କଥା, କ’ଣ ପାଇଁ ୪ ମାସ ହେବ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇ ନାହିଁ ତାହା ତଦନ୍ତ କରିବି। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି, ମୁଁ ଏନ୍‌ଏସି ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ତୁରନ୍ତ ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବେ। ଏହି କାର୍ଯ୍ୟାଳୟରେ କେତେଜଣ କର୍ମଚାରୀଙ୍କ ଅପାରଗତା ଯୋଗୁ ଗରିବ ଲୋକେ ହଇରାଣ ହେଉଛନ୍ତି।ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ହିତାଧିକାରୀମାନେ ପିସି ଦେଇ ନ ପାରିବାରୁ ସରକାରୀ କର୍ମଚାରୀମାନେ କାର୍ଯ୍ୟାଦେଶ ପ୍ରଦାନ କରିନାହାନ୍ତି ଏବଂ ଯେଉଁମାନେ ଏହା ଦେଇଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟାଦେଶ ମିଳିଛି ବୋଲି ଓ୍ବାର୍ଡବାସୀ ଚିନ୍ତାମଣି ରଣା ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?