ରଣପୁର ଏନ୍‌ଏସିରେ ଦୁର୍ନୀତି ଅଭିଯୋଗ : କାର୍ଯ୍ୟାଦେଶ ସତ୍ତ୍ୱେ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ

ରଣପୁର,୨୪ା୬(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରକୃତ ହିତାଧିକାରୀ ପିସି ଦେଇ ନ ପାରି ପକ୍କା ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚାଘରକୁ ପକ୍କାଘର କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାର ପ୍ରତିଶୃତି ଦେଇ ୨୦୧୪ ନିର୍ବାଚନରେ ବିଜୟ ଲାଭ କରିଥିଲେ। ଆବାସ ଯୋଜନା ଅନୁସାରେ ମାଟିଘରକୁ ପକ୍କାଘର କରିବା ନିମନ୍ତେ ରଣପୁର ଏନ୍‌ଏସିରେ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ କେତେଜଣ ସରକାରୀ ଅଧିକାରୀ, ନେତାଙ୍କ ଦୁର୍ନୀତି ବା ଲାଞ୍ଚ କାରବାର ଯୋଗୁ ହିତାଧିକାରୀମାନେ ପକ୍କାଘରଟିଏ ପାଇପାରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ ହିତାଧିକାରୀମାନେ ବିଧାୟକ ଓ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୮-୧୯ରେ ୮ଶହରୁ ଊର୍ଦ୍ଧ୍ୱ ହିତାଧିକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ କିସ୍ତି ଅନୁସାରେ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ କାର୍ଯ୍ୟାଦେଶ ଆସିଥିଲା। ୬ ମାସରୁ ୧ ବର୍ଷ ମଧ୍ୟରେ ଗୃହ ନିର୍ମାଣ ସମ୍ପନ୍ନ କରିବା ନିୟମ ରହିଥିଲା। ତେବେ ପିସି ଦେଇ ନ ପାରିବାରୁ ୪ ମାସ ହେବ ୩ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନରୁ ବଞ୍ଚତ୍ତ କରାଯାଇଥିବା ଅଭିଯୋଗ ହେଉଛି। ପ୍ରକାଶଯୋଗ୍ୟ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡରେ ବାବା ବାଲୁଙ୍କେଶ୍ୱର ଦେବଙ୍କର ମନ୍ଦିର ପୂଜା ଅର୍ଚ୍ଚନା ପାଇଁ ତତ୍କାଳୀନ ରାଜା ୧୫ ମାଳି ସମ୍ପ୍ରଦାୟ ପରିବାରକୁ ପୁରୁଣା ବସନ୍ତ ଗ୍ରାମରେ ଆଣି ରଖିଥିଲେ। ସେହି ସମୟରୁ ଠାକୁରଙ୍କ ନାମରେ ଥିବା ସ୍ଥିତିବାନ ଜମିରେ ଉକ୍ତ ପରିବାରଗୁଡ଼ିକ ଘର କରି ରହି ଆସୁଛନ୍ତି। ସହରାଞ୍ଚଳ ବାସଗୃହ ମିଶନରେ ସେମାନଙ୍କୁ ସାମିଲ କରିବା ପାଇଁ ନଗର ଉନ୍ନୟନ ବିଭାଗ ତରଫରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଥମେ କୃଷ୍ଣଚନ୍ଦ୍ର ରଣା, ପ୍ରକାଶ ରଣା, ଦେବାନନ୍ଦ ଦାଶ, ଅରକ୍ଷିତ ରଣା ପ୍ରମୁଖ ୪ ପରିବାର ନାମରେ କାର୍ଯ୍ୟାଦେଶ ରଣପୁର ଏନ୍‌ଏସି କାର୍ଯ୍ୟାଳୟକୁ ପଠାଯାଇଥିଲା। କାର୍ଯ୍ୟାଳୟ ତରଫରୁ ଏହି ହିତାଧିକାରୀମାନଙ୍କୁ ଅବଗତ ମଧ୍ୟ କରାଯାଇଥିଲା ା ତେବେ ହିତାଧିକାରୀମାନେ ଯେତେବେଳେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇଥିଲେ, ପ୍ରତି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାବଦରେ ୨୦ରୁ ୨୫ହଜାର ଟଙ୍କା ଦେବାପାଇଁ କୁହାଯାଇଥିଲା। ଗରିବ ପରିବାରଗୁଡିକ ଏତେ ଟଙ୍କା ଲାଞ୍ଚ ନ ଦେବାରୁ କାର୍ଯ୍ୟାଦେଶ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ କେବଳ କୃଷ୍ଣଚନ୍ଦ୍ରଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପରେ ସେ ପକ୍କାଗୃହ କରିଥିବାବେଳେ ଅନ୍ୟ ୩ ପରିବାର ସେହି ମାଟିକାନ୍ଥ ଓ ଚାଳଛପର ଉପରେ ଜରିପାଲ ଟାଣି ରହୁଛନ୍ତି। ୪ ହିତାଧିକାରୀଙ୍କ ମଧ୍ୟରୁ କେବଳ ଜଣେ ଆବାସ ସୁବିଧା ପାଇଥିବାବେଳେ ଅନ୍ୟମାନେ ଏଥିରୁ କିପରି ବଞ୍ଚତ୍ତ ହେଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲାପାଳ ତୁରନ୍ତ ଏହାର ସ୍ବଚ୍ଛ ତଦନ୍ତ କରି ଅନ୍ୟ ପରିବାରଗୁଡ଼ିକୁ ପକ୍କା ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ରଣପୁର ଏନ୍‌ଏସି ଅଧିକାରିଣୀ ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ୨ନଂ ୱାର୍ଡର କେତେଜଣ ହିତାଧିକାରୀଙ୍କ ନାମରେ ଆବାସ ଯୋଜନା କାର୍ଯ୍ୟାଦେଶ ଆସିଛି। ତଦନ୍ତ କରି କାର୍ଯ୍ୟାଦେଶ ପାଇଥିବା ଅନ୍ୟମାନଙ୍କ ପାଇଁ ପକ୍କାଗୃହର ବ୍ୟବସ୍ଥା କରାଯିବ। ସେ କହିଥିଲେ, ଏହି ଯୋଜନାରେ କୌଣସି ପିସି କାରବାର କରାଯାଉ ନାହିଁ। ଏନ୍‌ଏସି ଅଧ୍ୟକ୍ଷା ସବିତା ଦାସ କହିଥିଲେ, ପ୍ରକୃତ ହିତାଧିକାରୀ ତୁରନ୍ତ କାର୍ଯ୍ୟାଦେଶ ପାଇବା କଥା, କ’ଣ ପାଇଁ ୪ ମାସ ହେବ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇ ନାହିଁ ତାହା ତଦନ୍ତ କରିବି। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି, ମୁଁ ଏନ୍‌ଏସି ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ତୁରନ୍ତ ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବେ। ଏହି କାର୍ଯ୍ୟାଳୟରେ କେତେଜଣ କର୍ମଚାରୀଙ୍କ ଅପାରଗତା ଯୋଗୁ ଗରିବ ଲୋକେ ହଇରାଣ ହେଉଛନ୍ତି।ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ହିତାଧିକାରୀମାନେ ପିସି ଦେଇ ନ ପାରିବାରୁ ସରକାରୀ କର୍ମଚାରୀମାନେ କାର୍ଯ୍ୟାଦେଶ ପ୍ରଦାନ କରିନାହାନ୍ତି ଏବଂ ଯେଉଁମାନେ ଏହା ଦେଇଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟାଦେଶ ମିଳିଛି ବୋଲି ଓ୍ବାର୍ଡବାସୀ ଚିନ୍ତାମଣି ରଣା ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri