ରଙ୍ଗ ଉତ୍ସବକୁ ଫିକା କରିବ କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିନ କେଇଟା ପରେ ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଫଗୁ ଓ ଫଗୁଣର ଏହି ଉତ୍ସବକୁ ସ୍ବାଗତ କରିବାକୁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଡରାଇ ଦେଇଛି କରୋନା। ଗୋଟିଏ ସ୍ଥାନରେ ଏକାଠି ହୋଇ ହୋଲି ନ ଖେଳିବାକୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଜନସାଧାରଣଙ୍କୁ ଅନୁରୋଧ କରିଥିବାବେଳେ ଏପଟେ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିଭଳି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଏହାମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ହୋଲି ଉତ୍ସବ ପାଳନକୁ ନେଇ ଆଶଙ୍କା ଦେଖାଦେଇଛି। ଅନେକେ ହୋଲି ନ ଖେଳିବାକୁ ଚିନ୍ତା କରୁଥିବାରୁ ଏଥର ରଙ୍ଗର ଉତ୍ସବ ଫିକା ପଡ଼ିଯିବ ବୋଲି କୁହାଯାଉଛି।

ଚାଇନା ପିଚ୍‌କାରି, ମୁଖା ଉଭାନ

ହୋଲିକୁ ଆଉମାତ୍ର ୩ଦିନ ବାକି ରହିଥିବାବେଳେ ଏପର୍ଯ୍ୟନ୍ତ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁନି। ରାସ୍ତାକଡ଼ରେ ରଙ୍ଗ ଦୋକାନ କରିବାକୁ ବିଏମ୍‌ସି ରୋକ ଲଗାଇଥିବାବେଳେ ଲୋକଙ୍କ ମନରେ କରୋନା ଭୟ ଘାରିବାରେ ଲାଗିଛି। ସେହିଭଳି କମ୍‌ ସଂଖ୍ୟକ ଦୋକାନ ଖୋଲିଥିଲେ ମଧ୍ୟ ଅଧିକାଂଶ ବ୍ୟବସାୟୀଙ୍କ ପାଖରେ ରଙ୍ଗ ଅବିର ରହିଛି। ପିଚ୍‌କାରୀ, ଟୋପି, ମୁଖା ଆଦି ଦେଖିବାକୁ ମିଳୁନି। ଏସବୁ ସାମଗ୍ରୀ ଚାଇନାରୁ ଆମଦାନୀ ହୋଇଥାଏ। ଚାଇନାରେ ମୃତ୍ୟୁର ବିଭୀଷିକା ରଚିଥିବା କରୋନା ଯୋଗୁ ଉକ୍ତ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗିଛି। ତେଣୁ ପୂର୍ବରୁ ଯେତିକି ମହଜୁଦ ରହିଛି ତାହାକୁ ବହୁ ଚଢ଼ା ଦରରେ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି। ରଙ୍ଗ ବ୍ୟବସାୟୀ ଦେବରାଜ ବେହେରା କହିଛନ୍ତି, ହୋଲି ଓ ଦୀପାବଳିରେ ଅଧିକାଂଶ ସାମଗ୍ରୀ ଚାଇନାରୁ ଆସିଥାଏ। ହେଲେ କରୋନା ପାଇଁ ସେସବୁ ସାମଗ୍ରୀ ଆଉ ଆସୁନାହିଁ। ହୋଲ୍‌ସେଲରମାନେ ରଖିଥିବା ସେସବୁ ସାମଗ୍ରୀ ଉପରେ ୧୫ରୁ ୨୦ ପ୍ରତିଶତ ମୂଲ୍ୟବୃଦ୍ଧି କରିଥିବାରୁ ଆମଭଳି ଖୁଚୁରା ବେପାରୀମାନେ ତାହାକୁ ଆଣି ବିକିବା କଷ୍ଟକର ହେବ।

ମାସ୍କ ପିନ୍ଧି ହୋଲି ଖେଳିବେ ଲୋକେ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବାକୁ ଓ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଭଳିସ୍ଥଳେ ବଡ଼ ବଡ଼ ହୋଲି ଇଭେଣ୍ଟର ଆୟୋଜନ କରୁଥିବା ସଂସ୍ଥା ତଥା ଅନୁଷ୍ଠାନ ଚିନ୍ତାରେ ପଡ଼ିଛନ୍ତି। ଟିକେଟ ବିକ୍ରି ସହ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଶେଷ ମୁହୂର୍ତ୍ତରେ କରୋନା ସବୁକିଛି ବିଗାଡ଼ି ଦେଇଛି। ହେଲେ ଏବେ ଲୋକେ ହୋଲି ଖେଳିବାକୁ ଡରିବା ସହ ବୁକିଂ ବାତିଲ୍‌ କରିବାକୁ ଚାହୁଁଛନ୍ତି। ପ୍ରତିବର୍ଷ ଭୁବନେଶ୍ୱରରେ ‘ହର୍ବାଲ୍‌ ହୋଲି’ ଉତ୍ସବର ଆୟୋଜନ କରୁଥିବା ଅଭିନେତ୍ରୀ ତଥା ମଡେଲ ସ୍ବପ୍ନ ପତି କୁହନ୍ତି, ପବ୍ଲିକ୍‌ ଗ୍ୟାଦରିଂ ନ ହେଲେ ତ ହୋଲି ଖେଳି ହେବନି। ତେଣୁ ଏଥିଲାଗି ଆମେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ମାସ୍କ ଦେବୁ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରି ହୋଲି ଉତ୍ସବର ଆୟୋଜନ କରିବୁ ବୋଲି ସେ କହିଛନ୍ତି। ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର ଓ ବାବୁଶାନ୍‌ ମହାନ୍ତି ଏହି ଉତ୍ସବରେ ଯୋଗଦେଉଥିବା ବେଳେ ଏଥିରେ ଏସିଡ୍‌ ଆକ୍ରମଣ ପୀଡ଼ିତା ଏବଂ ଦିବ୍ୟାଙ୍ଗମାନଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯିବ।

ରଙ୍ଗରୁ ବ୍ୟାପିବନି କରୋନା

ହୋଲି ରଙ୍ଗରୁ କରୋନା ବ୍ୟାପିବନି କିମ୍ବା ମେଡ୍‌ ଇନ୍‌ ଚାଇନା ପିଚ୍‌କାରୀରୁ କରୋନା ଭୂତାଣୁ ବାହାରିବନି। ଗତ କିଛିଦିନ ହେଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ମେସେଜ୍‌ ସମ୍ପୂର୍ଣ୍ଣଭାବେ ମିଥ୍ୟା ବୋଲି ବିଶେଷଜ୍ଞମାନେ କହିଛନ୍ତି। ପ୍ରଥମତଃ ଏବେ ଚାଇନାରୁ କୌଣସି ସାମଗ୍ରୀ ଆମଦାନୀ ହେଉନି। ଭାରତୀୟ ବଜାରରେ ଯାହା ବି ହୋଲି ସାମଗ୍ରୀ ବିକ୍ରି ହେଉଛି ତାହା ଭାରତରେ ପ୍ରସ୍ତୁତ କିମ୍ବା ପୂର୍ବବର୍ଷରେ ମହଜୁଦ ରହିଥିବା ଚାଇନା ସାମଗ୍ରୀ। ଦ୍ୱିତୀୟତଃ କୌଣସି ଭାଇରସ୍‌ ପିଚ୍‌କାରୀ ଓ ପାଣି ଭିତରେ ଏତେଦିନ ବଞ୍ଚତ୍ ରହିପାରିବ ନାହିଁ। ତେଣୁ ଏହାକୁ ନେଇ ଭୟଭୀତ ନ ହେବାର କାରଣ ନାହିଁ। ଅଯଥାରେ ଭୁଲ୍‌ ତଥ୍ୟ ଉପରେ ଭରସା ନ କରିବାକୁ ପରାମର୍ଶ ଦିଆଯାଇଛି। ଘରେ ରହି ପରସ୍ପରକୁ ଅବିର ବୋଳି କିମ୍ବା ହର୍ବାଲ ହୋଲି ଖେଳି ଏଥର ରଙ୍ଗର ପର୍ବରେ ମଜା ନେବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri