ଯୋଦ୍ଧାର ସମ୍ମାନ, ଖାକିରେ ଦାଗ: ହାତଗଣତି ଅଫିସରଙ୍କ ପାଇଁ ବଦନାମ ପୋଲିସ

ଲୋକଙ୍କ ଧନଜୀବନର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ହେଉଛି ପୋଲିସର ପ୍ରଥମ କାମ। ଏଥିପାଇଁ ଖାକିକୁ ଆବଶ୍ୟକ ଆଇନଗତ କ୍ଷମତା ଦିଆଯାଇଛି। ଜଣେ ସଚ୍ଚୋଟ, ଦକ୍ଷ ତଥା ନିଷ୍ଠାପର ପୋଲିସକୁ ସମାଜ ସବୁବେଳେ ସମ୍ମାନ କରୁଛି। ଏବେ କରୋନା ଭଳି ସଂକଟଜନକ ସ୍ଥିତିରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ବହୁ ପୋଲିସ ଭଲ କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଣ୍ଟିଛନ୍ତି। ସମାଜକୁ ବିପଦ ମୁହଁରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଖାକିର ମର୍ଯ୍ୟାଦାକୁ ଢେର୍‌ ଉଚ୍ଚକୁ ନେଇଛନ୍ତି। ଏହି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ବି ଓଡ଼ିଶାବାସୀ ସାଲ୍ୟୁଟ୍‌ କରୁଛନ୍ତି। ହେଲେ ଏପରି ସମୟରେ ଆଉ କେତେଜଣ ପୋଲିସ କ୍ଷମତାର ଦୁରୁପଯୋଗ କରି ଖାକିରେ କଳଙ୍କ ଲଗାଇଛନ୍ତି। କେତେଜଣ ଧରାପଡ଼ିଥିବାବେଳେ ଆଉ କେତେଜଣ ଚତୁରତାର ସହ ନିଜ କଳା କ୍ଷମତାକୁ ଘୋଡାଇ ପାରିଛନ୍ତି। ବଡ଼କଥା ହେଲା ଲକ୍‌ଡାଉନ୍‌ ସମୟରେ ହିଁ ଆଇନର ରକ୍ଷକମାନେ ଆଇନକୁ ଅଧିକ ଉଲ୍ଲଂଘନ କରି ନିଲମ୍ବିତ ହୋଇଛନ୍ତି। ପୋଲିସ ପ୍ରଶାସନ ପାଇଁ ବଦନାମ ଆଣିଥିବା ଏହି ପୋଲିସ ଅଫିସରଙ୍କ ସମ୍ପର୍କରେ ଆମର ସ୍ବତନ୍ତ୍ର ଉପସ୍ଥାପନା।

 

ଚୋରା ଗାଡ଼ିରେ ନାଲିବତି ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଲା
ଲକ୍‌ଡାଉନ୍‌ରେ ଘରେ ରହିବା ସହ ବହୁ କଟକଣା ଲଗାଇଥିଲା ପୋଲିସ। ହେଲେ ଯାଜପୁର ଜିଲା ବଡ଼ଚଣା ଥାନାର ତତ୍‌କାଳୀନ ଆଇଆଇସି ଦୀପକ ଜେନା ନିୟମ ଭାଙ୍ଗି ପରିବାର ସହ ଏପ୍ରିଲ ୨୦ରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଯାଇଥିଲେ। ଏପରି କି ଏକ ଚୋରା ଗାଡ଼ିରେ ନାଲିବତି ଲଗାଇ ଶ୍ରୀକ୍ଷେତ୍ରରେ ପହଞ୍ଚତ୍ ଜଣେ ସେବାୟତଙ୍କୁ ଧରି ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିବା ସମୟରେ ଧରାପଡିଥିଲେ। ଶ୍ରୀମନ୍ଦିର ବନ୍ଦ ଥିବାରୁ ଡ୍ୟୁଟିରେ ଥିବା ଜଣେ କନ୍‌ଷ୍ଟେବଳ ସେମାନଙ୍କୁ ଅଟକାଇଥିଲେ। ହେଲେ ଦୀପକ ଧମକ ଦେଇ ପରିବାର ଲୋକଙ୍କ ସହ ଭିତରକୁ ପଶିଥିଲେ। ଏନେଇ ପୁରୀ ଟାଉନ ଥାନାରେ ମାମଲା ହେବା ପରେ ଡିଜିପି ଅଭୟ ତାଙ୍କୁ ନିଲମ୍ବିତ କରିଥିଲେ।

ହାଇ ସିକ୍ୟୁରିଟି ଜୋନ୍‌ରେ ମଦ ପିଇ ନିଲମ୍ବିତ
ମେ ୧ରେ ରାଜଧାନୀ ଲକ୍‌ଡାଉନ୍‌ ଥିଲା। ରାତିରେ କର୍ଫୁ ଲାଗୁ ହୋଇଥିଲା। ହେଲେ ଲୋକସେବା ଭବନ ନିକଟ ତଥା ଜୟଦେବ ଭବନ ସମ୍ମୁଖ ହାଇ ସିକ୍ୟୁରିଟି ଜୋନ୍‌ରେ ସାଙ୍ଗମାନଙ୍କ ସହ ମଦ ପିଇ ମଉଜମସ୍ତି କରୁଥିଲେ ହାବିଲଦାର ଏବଂ କନ୍‌ଷ୍ଟେବଳ ସଂଘର ତତ୍‌କାଳୀନ ସମ୍ପାଦକ ପ୍ରସନ୍ନ ବେହେରା। କ୍ୟାପିଟାଲ ଥାନା ଅଧିକାରୀ ସେମାନଙ୍କୁ ଧରି ଥାନାକୁ ନେବା ପରେ ଜରିମାନା କରି ଛାଡ଼ି ଦେଇଥିଲେ। ପରେ ଡିସିପି ତାଙ୍କୁ ମେ ୩ରେ ନିଲମ୍ବିତ କରିଥିଲେ।

ବଳାତ୍କାର, ଠକେଇରେ ପୋଲିସ
ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ସହ ୫ଲକ୍ଷ ଠକି ନେଇଥିଲେ କ୍ୟାପିଟାଲ ଥାନାର ତତ୍‌କାଳୀନ ଏସ୍‌ଆଇ ରାକେଶ ସାମଲ। ଏନେଇ ଯୁବତୀଜଣକ ମହିଳା ଥାନାରେ ମେ ୧୨ରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତରୁ ତାଙ୍କର ଆପରାଧିକ କାର୍ଯ୍ୟକଳାପ ପଦାକୁ ଆସିବା ପରେ ଡିସିପି ତାଙ୍କୁ ନିଲମ୍ବିତ କରିଥିଲେ। ଏବେ ସେ ଗିରଫଦାରିକୁ ନେଇ ହାଇକୋର୍ଟରୁ ଅନ୍ତରୀଣ ରହିତାଦେଶ ଆଣି ଖୁଲମ୍‌ଖୁଲା ବୁଲୁଛନ୍ତି।

ଥାନାରେ ପଶୁଭଳି ପିଟିଥିଲେ ମହିଳା ଆଇଆଇସି
କେନ୍ଦୁଝର ଜିଲା ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଥାନା ଭିତରେ ଜଣେ ଯୁବକଙ୍କୁ ଗୋରୁ ଭଳି ପିଟିଥିଲେ। ମେ ୨୩ରେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। କମିଶନ ଘଟଣାର ତଦନ୍ତ ପାଇଁ କେଉଁଝର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବା ସହ ଥାନା ଅଧିକାରୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ପୀଡିତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ।

ମହିଳା ଏସ୍‌ଆଇଙ୍କୁ ଅସଦାଚରଣ କରିଥିଲେ ଥାନାଧିକାରୀ
ନନ୍ଦନକାନନ ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ଥାନା ଅଧିକାରୀ ପରମାନନ୍ଦ ନାୟକ ନିଜ ଚାମ୍ବରରେ ଅସଦାଚରଣ କରିଥିଲେ। ଏନେଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ ପରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରେ ଡିସିପିଙ୍କ ତଦନ୍ତ ରିପୋର୍ଟ ଆଧାରରେ ପୋଲିସ ଡିଜି ଅଭୟ ଥାନାଧିକାରୀ ପରମା ନନ୍ଦଙ୍କୁ ମେ ୨୮ରେ ନିଲମ୍ବିତ କରିଥିଲେ।

ଧକ୍କା ମାରି ଫାଣ୍ଡି ଅଧିକାରୀ ନିଲମ୍ବିତ
ଗୋପ ଥାନା ଅଧୀନ ନୟାହାଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁ ଏପ୍ରିଲ ୧୮ରେ ପୁରୀ ଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିଥିଲେ। ସେ ପଡି ଯିବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏନେଇ ସାକ୍ଷୀଗୋପାଳ ଥାନାରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ପୁରୀ ଏସ୍‌ପି ତାଙ୍କୁ ନିଲମ୍ବିତ କରିଥିଲେ।

ରାସ୍ତା ମଝିରେ ପିଟି ମୁଣ୍ଡ ଫଟାଇଲେ
ଭଦ୍ରକ ଜିଲା ବନ୍ତ ବଜାରରେ ମେ ୯ରେ ଜଣେ ଯୁବକ ମାସ୍କ ପିନ୍ଧି ନ ଥିବାରୁ ତାଙ୍କୁ ରାସ୍ତା ମଝିରେ ୫ରୁ ଊର୍ଦ୍ଧ୍ୱ ପୋଲିସ ଘେରିଯାଇ ନିର୍ଘାତ ପିଟିଥିଲେ। ଲାଠି ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ୨୫ ତାରିଖରେ ଭିଡିଓ ଭାଇରାଲ ହେବା ପରେ ଏସ୍‌ପି ସମ୍ପୃକ୍ତ ଜଣେ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରିଥିଲେ। ହେଲେ ମାଡ଼ ଖାଇଥିବା ଉକ୍ତ ଯୁବକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

ପଚା ଆଳୁ କାଢ଼ି ଦେବା ଆବଶ୍ୟକ
କରୋନା କଟକଣା ପାଇଁ ପୋଲିସ ଅଧିକ ଚାପରେ ରହିଛି। ଆଇନଶୃଙ୍ଖଳା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ହେଲେ କେତେଜଣ ପୋଲିସ ନିଜ ପଦବୀକୁ ଅପବ୍ୟବହାର କରୁଛନ୍ତି। କୌଣସି ପୋଲିସ କାହାକୁ ଥାନାରେ ପିଟିବା ଠିକ୍‌ ନୁହେଁ। ଆଳୁ ବସ୍ତାରେ ଯେଉଁ ପଚା ଆଳୁ ଅଛି ତାହାକୁ କାଢିଦେବା ଆବଶ୍ୟକ। ପୋଲିସ ଏବେ ଅଧିକ ସମ୍ମାନ ପାଉଛି। କିନ୍ତୁ ସେଥିରେ କଳାଦାଗ ଲଗାଉଥିବା ଅଫିସରଙ୍କୁ ବାହାର କରିଦିଆଯିବା ଉଚିତ।
– ବିପିନ ବିହାରୀ ମିଶ୍ର, ପୂର୍ବତନ ପୋଲିସ ଡିଜି, ଓଡ଼ିଶା

ଅଗଣତାନ୍ତ୍ରିକ, ଆଇନର ଶାସନ ବିପନ୍ନ
ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଥିବା ପୋଲିସ ଅଫିସରମାନେ ଖାକି ପାଇଁ ବ୍ୟତିକ୍ରମ। ନ୍ୟାୟିକ ପ୍ରକ୍ରିୟାକୁ ନିରୀକ୍ଷଣ କଲେ ସମୁଦାୟ ଘଟଣା ଅଗଣତାନ୍ତ୍ରିକ ଓ ଆଇନର ଶାସନ ବିପନ୍ନ ହୋଇଥିବା ସଙ୍କେତ ଦେଉଛି। ସେହିଭଳି ଆଇନଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି, ପୋଲିସ ଲକ୍‌ଡାଉନ୍‌ ସମୟରେ ଯେଭଳି କାର୍ଯ୍ୟ କରିଛି ତାହା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ। ହେଲେ ଯେଉଁ ପୋଲିସ ଅଫିସରମାନେ ଆଇନକୁ ହାତକୁ ନେଇ ବେଆଇନ କାର୍ଯ୍ୟ କରୁଛନ୍ତି ସମାନଙ୍କ ବିରୋଧରେ ଲୋକଦେଖାଣିଆ ନୁହେଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?