Posted inଫୁରସତ

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ କରାଯାଏ। ଏଥିରେ ରାହୁ ଓ କେତୁଙ୍କର ଥାଏ ଭିନ୍ନ ମହତ୍ତ୍ୱ। ପ୍ରତ୍ୟେକ ଗ୍ରହଙ୍କ ଭଳି ରାହୁ ଓ କେତୁ ମଧ୍ୟ ନିଜସ୍ବ ପ୍ରଭାବକୁ ମନୁଷ୍ୟ ଉପରେ ପକାଇଥାନ୍ତି। ତାମିଲନାଡୁରେ କେତୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହା କୀଜାପେରୁମପଲ୍ଲମ୍‌ ଗଁାରେ ଅବସ୍ଥିତ। ଏହି ମନ୍ଦିରକୁ ନାଗନାଥସ୍ବାମୀ ମନ୍ଦିର ବା କେତି ମନ୍ଦିର ବୋଲି କୁହାଯାଏ। ମନ୍ଦିରକୁ ନେଇ ରହିଛି ଏକ ରହସ୍ୟମୟ କାହାଣୀ। ଯଦିଓ ମନ୍ଦିରଟି କେତୁଙ୍କୁ ସମର୍ପିତ; କିନ୍ତୁ ଏହାର ପ୍ରମୁଖ ଭଗବାନ ଭୋଳାଶଙ୍କର। ତେଣୁ ମନ୍ଦିରକୁ ନାଗନାଥ ନାମରେ ଜଣାଯାଏ। କୁହାଯାଏ, ଏଠାକୁ ବହୁ ଦୂରଦୂରାନ୍ତରରୁ ଲୋକେ କେତୁଙ୍କ ଉପରେ କ୍ଷୀର ଢ଼ାଳିବାକୁ ଆସନ୍ତି। କିନ୍ତୁ କିଛି ଲୋକଙ୍କଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ଧଳାରୁ ନୀଳ ରଙ୍ଗରେ ପରିଣତ ହୋଇଥାଏ। ମାନ୍ୟତା ରହିଛି, ଯେଉଁମାନଙ୍କ ଜାତକରେ କେତୁଙ୍କ କୁପ୍ରଭାବ ରହିଥାଏ, କେବଳ ସେମାନଙ୍କ ଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ପରିିବର୍ତ୍ତିତ ହୋଇଥାଏ। ମନ୍ଦିରକୁ ନେଇ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି। କୁହାଯାଏ, ଥରେ ଜଣେ ଋଷିଙ୍କ ଅଭିଶାପରୁ ମୁକ୍ତ ହେବାକୁ କେତୁ ମହାଦେବଙ୍କ ଆରାଧନା କରିଥିଲେ। ମହାଦେବ କେତୁଙ୍କ ଉପରେ ଖୁସି ହୋଇ କୌଣସି ଏକ ଶିବରାତ୍ରିରେ ଋଷିଙ୍କଠାରୁ ଶାପମୁକ୍ତ କରାଇଥିଲେ। ତେଣୁ କେତୁଙ୍କୁ ସମର୍ପିତ ମନ୍ଦିରରେ ମହାଦେବଙ୍କର ବିଶେଷତା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷା କୁକୁର ଉପରକୁ ଗୁଳି ଚଳାଇଲେ ମହିଳା, ୩ କୁକୁରଙ୍କୁ ୧୭୦ ଗୁଳି

କୁହାଯାଏ, କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଏବଂ ମଣିଷର ସର୍ବୋତ୍ତମ ବନ୍ଧୁ। କିନ୍ତୁ ମଣିଷ ଏହା ବୁଝି ପାରେନା। ଏହି କାରଣରୁ  ମଣିଷମାନେ ଅନେକ...

୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍‌ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ...

ଖୋଲିଲା ବିଶ୍ୱର ପ୍ରଥମ ସୁନାର ହୋଟେଲ

ସୁନାର ଅଳଙ୍କାର ନୁହେଁ ବରଂ ସୁନାର ହେଟେଲ। ଯେଉଁଠି ଆପଣ ସୁନାର ଥାଳିରେ ଖାଇପାରିବେ, ସୁନା ପଲଙ୍କରେ ଶୋଇପାରିବେ, ସୁନାର ପୁଲ୍‌ରେ ଗାଧୋଇବାର ମଜା ନେଇପାରିବେ।...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି...

୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି

ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି...

Advertisement
Archives

Model This Week