ଯାଜପୁର: ବ୍ରହ୍ମବରଦାରୁ ଉଠିଲା ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ବଳବତ୍ତର; ଖୋଲିଲା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ରସୁଲପୁର,୧୩ା୪(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଅଞ୍ଚଳର ୩କିମି ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଥିଲା। ଏଥିପାଇଁ ଏହି ଅଞ୍ଚଳକୁ ଲକ୍‌ଡାଉନରୁ ସଟ୍‌ଡାଉନକୁ ପରିବର୍ତ୍ତନ ହୋଇଥିଲା। ଏହି କଟକଣା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। କଟକଣା ସମୟରେ ଏହି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ବୃଦ୍ଧି ଘଟିଥିବା ସଟ୍‌ଡାଉନ ଅବଧି ରବିବାର ରାତି ୮ଟାରେ ଶେଷ ହୋଇଥିଲା। ପ୍ରଶାସନ ସେହି ସମୟରୁ ହିଁ ସଟ୍‌ଡାଉନ ଉଠାଇ ଲକ୍‌ଡାଉନକୁ ବଳବତ୍ତର ରଖିଛି। ଏବେ ବ୍ରହ୍ମବରଦା ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିଛି। ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଛି। ସାଧାରଣ ଲୋକେ ବାହାରକୁ ବାହାରିଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ଏଟିଏମ୍‌ ସମ୍ମୁଖରେ ଭିଡ଼ ପରିଲକ୍ଷିତ ହୋଇଛି। ଭିଡ଼ ଭିତରେ କିଛି ସ୍ଥାନରେ ସାମାଜିକ ଦୂରତା କଟକଣା ପାଳନ ହେଉ ନ ଥିବାର ଦେଖାଯାଇଛି। ଲୋକେ ବିନା ମାସ୍କରେ ବୁଲୁଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ...

ନିଯୁକ୍ତି, ଦୁର୍ନୀତିର ଜବାବ ଦେବେ ଭୋଟର

ଯାଜପୁର ଅଫିସ,୨୨ା୧: ଫେବୃୟାରୀ ୧୮ରୁ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ। ଏହି ନିର୍ବାଚନରେ ଯାଜପୁର ଜିଲାର ୩୧୧ ଗ୍ରାମପଞ୍ଚାୟତ, ୧୦ ପଞ୍ଚାୟତ...

ସୁକପାଇକା ନଦୀ ପୁନରୁଦ୍ଧାର ହେଉ

କଟକ ଅଫିସ, ୩ା୭: କଟକ ସଦର ଉପଖଣ୍ଡ ଅଧୀନ ୨୭.୫କିମି ଦୈର୍ଘ ସୁକପାଇକା ନଦୀ ଓ ଏବଂ ସେରୁଆ ନଦୀର ବାମପାର୍ଶ୍ୱ ଅବବାହିକା ୧୩.୧୨ କିମି...

ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ

ଧାମନଗର(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ...

କରୋନା ଛଡ଼ାଇ ନେଇଛି ଜୀବିକା: ସହାୟତା ଦାବି କଲା ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ

ବରଗଡ଼ ଅଫିସ,୧୭।୧୧- କରୋନା କଟକଣା ଯୋଗୁ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଦୀର୍ଘ ୮ମାସ ହେଲା, ପରିବାର ପୋଷଣ ସେମାନଙ୍କ ପକ୍ଷରେ...

ଜିଲା ବାହାର ବ୍ୟକ୍ତିଙ୍କୁ ବିରୋଧ

ଛେଣ୍ଡିପଦା,୧୮।୫(ସ୍ବ.ପ୍ର.)- ଖୋର୍ଦ୍ଧା ଜିଲାର ଜଣେ ବ୍ୟକ୍ତି ସୋମବାର ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ କୁବିହାରିପୁର ଗଁାକୁ ଯାଇଥିବା ବେଳେ ଗ୍ରାମବାସୀ ଜୋରଦାର ବିରୋଧ କରିଥିଲେ। ତାଙ୍କୁ...

ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ୍‌,୨୪।୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ଏବେ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦାଖଲ କରିପାରିବେ...

Advertisement
Archives

Model This Week