ମୟୂରଭଞ୍ଜ ସାହିତ୍ୟ ପରିଷଦର କବିତା ପାଠୋତ୍ସବ

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ବିଷୟ ସମ୍ପର୍କିତ ଏକ ମନୋଜ୍ଞ କବିତା ପାଠୋତ୍ସବ ମହର୍ଷି ପବ୍ଲ୍‌ିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସିଟିଜେନ ଫେରାମର ଆବାହକ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ ଭାରତର ରୂପରେଖ ତଥା ଗାରିମାର କଥା ବଖାଣିଥିଲେ। ସମ୍ମାନିତ ଅତିଥି ଭାବେ ଆଇନଜୀବୀ କୃଷ୍ଣଚନ୍ଦ୍ର ଶତପଥୀ, କବି ବୃନ୍ଦାବନ ଦାଶ, ମୟୂରଭଞ୍ଜ ପୁସ୍ତକ ମେଳା କମିଟିର କୋଷାଧ୍ୟକ୍ଷ କୈବଲ୍ୟ ପ୍ରସାଦ ମହାପାତ୍ର ଏବଂ କବି ଶଙ୍କର ଜେନା ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଅଖଣ୍ଡ ଭାରତର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। କବି ଶିଉଲାଲ ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିବା ବେଳେ ଉପସଭାପତି କାବେରୀ ମିଶ୍ର କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କବିୟିତ୍ରୀ ବାସନ୍ତୀଲତା ମହାପାତ୍ର ଏବଂ କବି ଅଜୟ ପାଲଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଅଜିତ ପାଣିଗ୍ରାହୀ, ଅଜିତ କୁମାର କବାଟ, ବୃନ୍ଦାବନ ଦାଶ, ନୂତନ କୁମାର ବେହେରା, ସତୀଶ ଚନ୍ଦ୍ର ବେହେରା, ସମରେନ୍ଦ୍ର ବଶା, ବୀଣାପାଣି ପଣ୍ଡା, ତିମିର ଘୋଷ, ଡ.ଦୀନବନ୍ଧୁ ଭଞ୍ଜ, ଦୀପକ ଶତପଥୀ, ଜୟନ୍ତ କୁମାର ଦ୍ୱାରୀ ପ୍ରମୁଖ କବିତା ପାଠ କରିଥିଲେ। ହିମାଂଶୁ ଶେଖର ଦାସ, ବିମ୍ବାଧର ପାତ୍ର, ନରସିଂହ ବାରିକ, ଅଶୋକ କୁମାର କର, ଲିପିକା ଦାଶ, ଅମିତାଭ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ମନୋଜ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍‌

ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ...

ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି

ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ...

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ

ରାଇରଙ୍ଗପୁର,୨୭।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା...

ଡ୍ରେନ ନିର୍ମାଣ ଅଧାପନ୍ତରିଆ

ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି...

କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଠାକୁରମୁଣ୍ଡା,୪ା୧୨(ଡି.ଏନ୍‌.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।...

ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ

ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି...

ବାପା ମାଡ଼ରେ ୮ ବର୍ଷର ଝିଅ ଗୁରୁତର

ଉଦଳା ,୩୧ା୧(ଡ଼ି.ଏନ୍‌.ଏ.)- ନିଶା ଯେ ମଣିଷକୁ କେଉଁ ସ୍ତରକୁ ନେଇଯାଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ପାଟଶାଣୀପୁର...

ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ତାଲା

ବାଙ୍ଗିରିପୋଷି,୪ ।୨(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ କାଳିଆମି ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଛାତ୍ରୀଛାତ୍ର ଓ ଗ୍ରାମବାସୀ...

Advertisement
Archives

Model This Week