ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ କିସ୍‌ ଆବସିକ ବିଦ୍ୟାଳୟ କ୍ୟାମ୍ପସରେ ଏହା ବୁଧବାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ଓ ୧୦ଟି ଏଚଡ଼ିୟୁ ଶଯ୍ୟା ରହିଥିବା ଜିଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି। ଏଠାରେ ଓପିଡ଼ି ବ୍ୟବସ୍ଥା ଥିବା ବେଳେ ଜଣେ ବ୍ୟକ୍ତିଙ୍କ ମଧ୍ୟ ସ୍କ୍ରିନିଂ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ମାଇନିଂ କର୍ପୋରେଶନର ଆର୍ଥିକ ସହାୟତାରେ ହୋଇଥିବା ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ଭୁବନେଶ୍ୱରସ୍ଥିତ କିମସ୍‌କୁ ଦିଆଯାଇଛି। କରୋନା ସଂକ୍ରମିତଙ୍କୁ ଏଠାରେ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା କରାଯିବ ବୋଲି ସୂଚନା ମିଳିିଛି। ପ୍ରଥମ ପର୍ଯ୍ୟାୟରେ ୩ ଜଣ ଅଭିଜ୍ଞ ଡାକ୍ତରଙ୍କ ସହିତ ୫୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଡାକ୍ତର ସୁଧୀର ଶତପଥୀ, ଡାକ୍ତର ମାନସ ପାଣ୍ଡେଙ୍କ ସମେତ ଜିଲାସ୍ତରୀୟ ଅନ୍ୟ ଅଧିକାରୀମାନେ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ବେଳେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭି କେସ୍‌ ନ ଥିବା ବେଳେ ଏଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଥିବା ଜିଲାପାଳ ଭରଦ୍ୱାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କହିଥିଲେ, ଦେଲେ ନାହିଁ

ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍‌-୧୯ ଟିକା ନେବା ପାଇଁ...

ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ...

୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ...

୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି...

ଦାବି ପୂରଣ ନ ହେଲେ ଗଣଧାରଣା ଜାରି ରହିବ

ବେଗୁନିଆପଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୭...

ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର

ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ...

୪୮ଘଣ୍ଟା ଏସ୍‌ବିଆଇ ମୁଖ୍ୟ ଶାଖା ବନ୍ଦ

ନବରଙ୍ଗପୁର,୩।୧(ଡି.ଏନ୍‌.ଏ.): ନବରଙ୍ଗପୁର ଏସ୍‌ବିଆଇ ମୁଖ୍ୟ ଶାଖା ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍‌ ସଂକ୍ରମଣ ହେବା ପରେ...

ରାଜ୍ୟରୁ ଚିହ୍ନଟ ହେଲେ ୨୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ...

Advertisement
Archives

Model This Week