ମୌସୁମୀ ବିଗାଡ଼ିଦେବ ଅର୍ଥନୀତି

ନୂଆଦିଲ୍ଲୀ,୨୦।୬: ଚଳିତବର୍ଷ ଦେଶରେ ମୌସୁମୀ ପ୍ରବାହ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସପ୍ତାହକ ବିଳମ୍ବରେ ମୌସୁମୀ ଦେଶରେ ପ୍ରବେଶ କରିଛି। ଜୁନ୍‌ରେ ଅଦ୍ୟାବଧି ସାରା ଦେଶରେ ସାମାନ୍ୟରୁ ପ୍ରାୟ ୪୩ରୁ ୪୪ ପ୍ରତିଶତ କମ ବର୍ଷା ହୋଇଛି। ଅନ୍ୟପକ୍ଷରେ ଆଉ ୧୫ ଦିନ ପରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। କୃଷି ଆଧାରିତ ଆୟକୁ ଦୃଷ୍ଟିରେ ରଖି ସରକାର ବଜେଟ ପ୍ରସ୍ତୁତ କରିଥାନ୍ତି। ତେବେ ଚଳିତ ବର୍ଷର ମୌସୁମୀ ଗତି ଦେଶର ଅର୍ଥନୀତିକୁ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ସତ ବୋଲି ମାନିଲେ ଜଣାପଡୁଛି ଯେ, ମୌସୁମୀ ଦେଶର ଅନ୍ୟ ଅଞ୍ଚଳକୁ ପହଞ୍ଚତ୍ବାରେ ୧୦ରୁ ୧୩ ଦିନ ବିଳମ୍ବ ହୋଇପାରେ। ବିଳମ୍ବ କାରଣରୁ ଚଳିତବର୍ଷ ସ୍ବଳ୍ପ ବୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବିଳମ୍ବ ମୌସୁମୀ କାରଣରୁ ଚାଷୀ ଅନେକାଂଶରେ ଚାରା ରୋପଣ କରିପାରିନାହାନ୍ତି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଅଦ୍ୟାବଧି ୨.୦୩ କୋଟି ଏକର ଜମିରେ ଚାରା ରୋପଣ ଶେଷ ହୋଇଛି। ଯାହା କି ଗତବର୍ଷ ଠାରୁ ୯ପ୍ରତିଶତ କମ୍‌। ସେହିପରି ତୁଳା ଚାଷ ୯.୪%, ସୋୟାବିନ ତଥା ଡାଲି ଜାତୀୟ ଖାଦ୍ୟପଦାର୍ଥ ବୁଣାବୁଣି ୫୧% ହ୍ରାସ ପାଇଛି। ଏହାହି ମୋଦି ସରକାରଙ୍କ ପାଇଁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇପାରେ। କାରଣ ମୌସୁମୀ ବର୍ଷା ଭାରତୀୟ ଅର୍ଥନୀତିର ଆଧାର ହୋଇଛି। ଦେଶର ଅର୍ଥନୀତିରେ କୃଷିର ଯୋଗଦାନ ୧୫% ରହିଛି। ଦେଶରେ ମୋଟ ଚାଷର ୭୦ ପ୍ରତିଶତ ମୌସୁମୀ ଉପରେ ନିର୍ଭରଶୀଳ। ପ୍ରାୟ ୮୦ କୋଟି ଲୋକ ଚାଷକୁ ନିର୍ଭର କରି ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତି। ଭଲ ବର୍ଷା ହେଲେ ଅଧିକ ଫସଲ ଉତ୍ପାଦିତ ହୋଇଥାଏ। ଏହାର ପ୍ରଭାବରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବୃଦ୍ଧି ପରିଲକ୍ଷିତ ହୁଏ। ଗ୍ରାମାଞ୍ଚଳରେ ଆୟ ବଢ଼ିବା କାରଣରୁ ସୁନା, ରୁପାଠାରୁ ଆରମ୍ଭ କରି ଟ୍ରାକ୍ଟର, କାର୍‌, ମୋଟରସାଇକେଲ, ଫ୍ରିଜ୍‌ ଭଳି ଉପଭୋକ୍ତା ସାମଗ୍ରୀ ବିକ୍ରି ବଢ଼ିଥାଏ। ଯାହା କି, ପ୍ରତ୍ୟକ୍ଷ ଭାବେ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିଥାଏ। ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଲାଗି ମୋଦି ସରକାର ବଜେଟରେ ଜୋର୍‌ ଦେବାକୁ ଯାଉଛନ୍ତି। ଏହାଛଡ଼ା ଚାଷକୁ ନିର୍ଭର କରି ସରକାର ଧିମା ହୋଇଯାଇଥିବା ଅର୍ଥନୀତିକୁ ଗତିଶୀଳ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଭଲ ବର୍ଷା ନ ହେଲେ ମୋଦି ସରକାରଙ୍କ ସମସ୍ତ ଆଶା ନିରାଶାରେ ବଦଳିଯିବ। କାରଣ କମ୍‌ ବର୍ଷା କାରଣରୁ ଫସଲ ଉତ୍ପାଦନ ହ୍ରାସ ପାଇବ। ଫଳରେ ଗ୍ରାମାଞ୍ଚଳରେ ଆୟ ବଢ଼ାଇବାର ଲକ୍ଷ୍ୟ ପୂରଣ କରିବା କଷ୍ଟସାଧ୍ୟ ହେବ। ସେହିପରି ଉତ୍ପାଦନ ହ୍ରାସ ପାଇବା କାରଣରୁ ଡାଲି ଜାତୀୟ, ତୈଳବୀଜ,ସୋୟାବିନ ତେଲ ଆମଦାନୀ ବଢ଼ିଯିବ। ଦେଶରେ ପନିପରିବା, ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇବା କାରଣରୁ ଦରଦାମ ବଢ଼ିବ। ଏହାର ସିଧାସଳଖ ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିବ। ଗତବର୍ଷ ଦେଶର କେତେକ ରାଜ୍ୟରେ ମରୁଡି ପଡିବା କାରଣରୁ କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା ବାବଦରେ କୃଷି ଋଣ ଛାଡ କରିଥିଲେ। ଏହାଦ୍ୱାରା ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଚାପ ଗ୍ରସ୍ତ ହୋଇଛି। ଚଳିତବର୍ଷ ମଧ୍ୟ ଏଥିରୁ ନିସ୍ତାର ପାଇବାର ସମ୍ଭାବନା ନାହିଁ। ଭଲ ବର୍ଷା ହୋଇଥିଲେ ମୁଦ୍ରାସ୍ଫୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କୁ ଅଧିକ ବ୍ୟୟ କରିବାକୁ ପଡିବ ନାହିଁ। କିନ୍ତୁ ଚଳିତବର୍ଷ ମୋଦି ସରକାର ଏ କ୍ଷେତ୍ରରେ ଅଧିକ ବ୍ୟୟ କରିବାର ଯଥେଷ୍ଟ ସମ୍ଭାବନା ଦୃଷ୍ଟିଗୋଚର ହେଲାଣି। ଭଲ ବର୍ଷା ହେଲେ ଜଳବିଦ୍ୟୁତ ଉତ୍ପାଦନ ଅଧିକ ହୋଇଥାଏ। ବର୍ଷା ଅଧିକ ହେଲେ ଜଳସେଚନ ଲାଗି ଆବଶ୍ୟକ ହେଉଥିବା ଡିଜେଲ ଚାହିଦା ଯଥେଷ୍ଟ କମିଥାଏ। ଚାଷୀଙ୍କ କ୍ଷତି ଭରଣା କରିବାକୁ ଯାଇ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ, ଯାହା ବଜେଟକୁ ବିଗାଡିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri