‘ମୋମୋ’କରିଛି ସସ୍ମିତାଙ୍କୁ ସ୍ବାବଲମ୍ବୀ

ଘସିପୁରା, ୧୩।୧୨(ଡି.ଏନ.ଏ.)-‘ମୋମୋ’ ଏହି ସ୍ବାଦିଷ୍ଟ ଖାଦ୍ୟ ବ୍ୟଞ୍ଜନ ବିଷୟରେ ହୁଏତ ସଭିଏଁ ଜାଣିଥିବେ। ଆଉ ଏହାର ସ୍ବାଦ ମଧ୍ୟ ଚାଖିଥିବେ। ସାଧାରଣତଃ ବଡ଼ ସହାରଞ୍ଚଳରେ ମିଳୁଥିବା ମୋମୋ ଏବେ ଆନନ୍ଦପୁରରେ ମଧ୍ୟ ମିଳୁଛି। ଆଉ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହିକି ଯେ ମୋମୋ ତିଆରି ବ୍ୟବସାୟ ଜରିଆରେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି।
ଆନନ୍ଦପୁର ପୌରାଞ୍ଚଳ ଫକିରପୁରରେ ଗୋବିନ୍ଦ ଦାସଙ୍କ ସ୍ତ୍ରୀ ସସ୍ମିତା ଦାସଙ୍କ ହାତ ତିଆରି ସ୍ବାଦିଷ୍ଟ ମୋମୋ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ। ସସ୍ମିତା ନିଜ ଘରେ ମୋମୋ ତିଆରି କରି ତାହାର ବ୍ୟବସାୟରେ ସ୍ବାବଲମ୍ବୀ ହେବା ସହ ପରିବାର ରୋଜଗାରରେ ସ୍ବାମୀଙ୍କ ସହ ଅଂଶିଦାର ହୋଇ ପାରିଛନ୍ତି। ଫକିରପୁର ଏହି ଯୁବ ଦମ୍ପତି ଦୀର୍ଘ ବର୍ଷ ହେବ ନେପାଳରେ ରହୁଥିଲେ। ସେଠାରେ ଗୋବିନ୍ଦ ଏକ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ। ସସ୍ମିତା ସେହିଠାରେ ହିଁ ନିଜ ସାଙ୍ଗସାଥୀ ଓ ପଡ଼ିଶାଙ୍କ ଠାରୁ ମୋମୋ ତିଆରି କରିବା କଳାକୌଶଳ ପାଇଥିଲେ। ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ସ୍ବଦିଷ୍ଟ ମୋମୋ ତିଆରି କୌଶଳ ଶିଖି ପାରିଥିଲେ। ଏବେ ଏହି ଦମ୍ପତି ଫକିରପୁର ସ୍ଥିତ ନିଜ ଘରକୁ ଫେରି ଆସି ଏଠାରେ ମୋମୋ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ମଇଦାକୁ ଚକଟି ସେଥିରେ ଚିକେନ କିମ୍ବା ପନିରକୁ ପୁର ଆକାରରେ ଦେଇ ଷ୍ଟିମରରେ ଶିଝାଇ ମୋମୋ ପ୍ରସ୍ତୁତ କରୁଛନ୍ତି ସସ୍ମିତା। ସସ୍ମିତାଙ୍କ ମୋମୋ ଖାଇବାକୁ ଆନନ୍ଦପୁର ,ଘସିପୁରା, ଶାଳପଡ଼ା ସମେତ ଆଖପାଖ ଅଞ୍ଚଳରୁ ବହୁ ଗରାଖଙ୍କ ଭିଡ଼ ଜମୁଛି। ସ୍ତ୍ରୀଙ୍କର ଏହି ମୋମୋ ତିଆରି କରିବାର କୌଶଳ ଉପରେ ଖୁସି ବ୍ୟକ୍ତ କରିବା ସହ ଭବିଷ୍ୟତରେ ଏହି ବ୍ୟବସାୟକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଥିବା ଗୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ,୯।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...

ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ...

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି...

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର/ଜୟପୁର,୨୭ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ...

ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଗୁରୁତର

ଚିକିଟି,୬ା୨(ଡି.ଏନ୍‌.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

୨୪ ଘଣ୍ଟା ପରେ ବି ସୁଧୁରୁନି ସ୍ଥିତି : ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୪।୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ସୁଲୁମାହା ନିକଟରେ ଏକ ଅସ୍ଥାୟୀ ପୋଲ ଧୋଇଯାଇଛି। ୨୪ଘଣ୍ଟା ବିତି ଯାଇଥିଲେ...

ବ୍ରଜରାଜନଗରରେ ଆରମ୍ଭ ହେଲା ଗଣତି

ଝାରସୁଗୁଡ଼ା ଅଫିସ,୩ା୬: ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଭୋଟ ଗଣନା ଶୁକ୍ରବାର ସକାଳ ୮ଟାରେ ଆରମ୍ଭ ହୋଇଛି। ପ୍ରଥମେ...

ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଯୋଡ଼ା,୧୬।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ଆଜାଦ ବସ୍ତିଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର...

Advertisement
Archives

Model This Week