ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ ଦେଖି ସହରରେ ରହି କାମ କରୁଥିବା ଅଧିକାଂଶ ଲୋକେ ଏବେ ଗାଁ ମୁହାଁ ହୋଇଛନ୍ତି। କେବଳ ସେତିକି ନୁହେଁ କରୋନାର ସଂକ୍ରମଣକୁ ଦେଖି ମଧ୍ୟ କେତେକ ଲୋକେ ଗାଁକୁ ଫେରି ଯାଉଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ସହର ଛାଡି ଆପଣମାନେ ଗାଁକୁ ଯାଆନ୍ତୁ ନାହିଁ। ଯେଉଁମାନେ ଯେଉଁଠି ଅଛନ୍ତି ସେହିଠାରେ କିଛିଦିନ ରୁହନ୍ତୁ। ଫଳରେ କରୋନା ସଂକ୍ରମିତ ହୋଇପାରିବ ନାହିଁ ବୋଲି ମୋଦି କହିଛନ୍ତି। ଜନତା କର୍ଫ୍ୟୁର ଗୋଟିଏ ଦିନ ପୂର୍ବରୁ ମୋଦି ଏହା କହିବା ସହ ଆହୁରି ମଧ୍ୟ କହିଥିଲେ, କାମ ନ ଥାଇ ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟାଣ୍ଡରେ ଭିଡ ଜମାନ୍ତୁ ନାହିଁ। ପରିବାରର ସ୍ବାସ୍ଥ୍ୟକଥା ଚିନ୍ତା କରନ୍ତୁ। ଯେତେ ସମ୍ଭବ ଘରେ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ...

ଅସୁସ୍ଥତା ଯୋଗୁ ଏଥର ସଂସଦ ଅଧିବେଶନରେ ଯୋଗଦେବେ ନାହିଁ ମନମୋହନ ସିଂ, ପି. ଚିଦାମ୍ବରମ

ନୂଆଦିଲ୍ଲୀ,୧୬।୯: କରୋନା ସମୟରେ ସଂସଦର ମୌସୁମୀ ଅଧିବେଶନ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ...

କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶ ଦିଅନ୍ତୁ ୮ ଶହ କୋଟି ଡଲାର: ୧୬୫ ଜଣ ବିଶିଷ୍ଟ ବ୍ୟକ୍ତି ଲେଖିଲେ ଚିଠି

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶକୁ...

୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ...

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ...

ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା...

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ...

ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’

ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ...

Coronavirus Update


Archives

Model This Week

Why Dharitri