Posted inଜାତୀୟ

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ଶିବରାଜ

ଭୋପାଳ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର ଅର୍ଥ ବୁଝାଇଛନ୍ତି। ସେ କହିଛନ୍ତି ମୋଦି ନାମ ଏକ ମନ୍ତ୍ର। ଏଥିରେ ‘ଏମ୍‌’ର ଅର୍ଥ ‘ମୋଟିଭେଶନ’ ଏହା ଦେଶକୁ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ ଓ ଆମକୁ ପ୍ରେରଣା ଦେଇଥାଏ। ‘ଓ’ର ଅର୍ଥ ହେଉଛି ‘ଅପରଚ୍ୟୁନିଟି’। ଏହା ଦେଶରେ ଲୁଚି ରହିଥିବା ଅବସରକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ। ‘ଡି’ର ଅର୍ଥ ହେଉଛି ‘ଡାଇନାମିକ ଲିଡରଶିପ’ ଓ ‘ଆଇ’ର ଅର୍ଥ ହେଉଛି ‘ଇନସ୍ପାୟର’ ଏହା ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରେରଣା ଦେଇଥାଏ। ସୂଚନାଯୋଗ୍ୟ, ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଏକ ବର୍ଷ ପୂରଣ ଅବସରରେ ନିଜେ ମୋଦି ଦେଶବାସୀଙ୍କୁ ଏକ ଖୋଲା ଚିଠି ମାଧ୍ୟମରେ ସମ୍ବୋଧନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ...

ବାୟୋମେଟ୍ରିକ୍ସକୁ ଲକ୍‌ କରିପାରିବେ କାର୍ଡଧାରୀ

ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)...

ବଡ଼ ବାକ୍ସ ଧରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨୬।୭: ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଆନ୍ନାମଲାଇ ଏକ ବଡ଼ ବାକ୍ସ ନେଇ ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି। ଏହି ବାକ୍ସରେ ‘ଡିଏମକେ ଫାଇଲ୍ସ ପାର୍ଟ-୨’ ରହିଛି।...

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

ମନ୍ଦିର ଭଙ୍ଗାରୁଜା ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ଶାହ

ନୂଆଦିଲ୍ଲୀ, ୩।୭: ଦିଲ୍ଲୀର ହୌଜକାଜି ଅଞ୍ଜଳରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବଂ ମନ୍ଦିର ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ରିପୋର୍ଟ...

Advertisement
Archives

Model This Week