ମୋଦିଙ୍କ କାର୍ଯ୍ୟକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩ା୪: ବିଶ୍ୱବ୍ୟାପୀ କରୋନା ଆତଙ୍କ ଜାରି ରାହିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ଅଦ୍ୟାବଧି ବିଶ୍ୱରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪୯ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଲାଣି। ଭାରତରେ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୨,୦୩୨କୁ ବୃଦ୍ଧି ପାଇଥିବା ବେଳେ ୬୯ବ୍ୟକ୍ତି ପ୍ରାଣ ହରାଇଲେଣି। କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ନିରାଶ୍ରୟଙ୍କୁ ସରକାର ସହଯୋଗ ଯୋଗାଇ ଦେଇଛନ୍ତି। ଏଥିିଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍‌ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦିଙ୍କ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ (ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ) ବେଶ୍‌ ସହାୟକ ହେବ ବୋଲି ସେ ଟୁଇଟ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିବା ପାଇଁ ଅନନ୍ତ ହେଗଡ଼େଙ୍କ ଉପରେ ଭାଜପା ପକାଇଲା ଚାପ

ନୂଆଦିଲ୍ଲୀ,୩।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ କ୍ଷମା ମାଗିବା ପାଇଁ ଦଳ ପକ୍ଷରୁ ଚାପ ପକାଯାଇଛି। ଅନନ୍ତ...

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ...

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ...

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନାକୁ ହରାଇଲେ ୮୨ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ...

ଜେଲ ଗଲେ ଏଏପି ବିଧାୟକ

ନୂଆଦିଲ୍ଲୀ,୧୩ ।୫: ରାଜଧାନୀ ଦିଲ୍ଲୀରେ ବୁଲଡୋଜର ଚାଳନାକୁ ବିରୋଧ କରୁଥିବା ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲାହ ଖାଁ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି...

ଯୁବତୀଙ୍କ ସ୍ବାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଡିଜିପି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୭।୭: ଯୁବତୀଙ୍କ ସ୍ବାଧୀନତା ଉପରେ ମଧ୍ୟପ୍ରଦେଶ ଡିଜିପି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶରେ ବୃଦ୍ଧି...

ମଙ୍ଗଳବାର ସିବିଆଇ କୋର୍ଟରେ ହାଜର ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା,୧୭।୧୦: ରେଲଓ୍ବେ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ।...

ଯୋଗୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩ା୧: ସୁପ୍ରିମକୋର୍ଟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ...

Advertisement
Archives

Model This Week