ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ

କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍‌ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡ଼ାଇ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ଥିବା ପର୍ଯ୍ୟଟକ ବିଶ୍ରାମାଗାର, ଲକ୍‌ଜ୍ୟୁରି କଟେଜ, ଫୁଡ୍‌ ଷ୍ଟଲ ଓ ସାଂସ୍କୃତିକ ମଣ୍ଡପ ପ୍ରଭୃତିର ଲୋକାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।
ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ କୋଣାର୍କସ୍ଥିତ ହେଲିପ୍ୟାଡଠାରେ ଅବତରଣ କରିବା ପରେ ସେଠାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲାପାଳ ବଲୱନ୍ତ ସିଂ ଓ ଏସ୍‌ପି ଉମାଶଙ୍କର ଦାଶ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ୪ଟା ୨୦ରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ପହଞ୍ଚତ୍ବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏକ ବ୍ୟାଟେରୀଚାଳିତ କାର୍‌ରେ ଉତ୍ସବସ୍ଥଳ ବୁଲି ଦେଖିବା ସହ ସମୁଦ୍ରକୂଳରେ କିଛି ସମୟ ବିତାଇଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଉଦଘାଟନୀ ସନ୍ଧ୍ୟାରେ ଦିଲ୍ଲୀର ରକ୍‌ ବ୍ୟାଣ୍ଡ ୟୁଫୋରିଆ ଗ୍ରୁପ୍‌ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା। ୫୦ଗୋଟି ବିଳାସପୂର୍ଣ୍ଣ କଟେଜ ମଧ୍ୟରୁ ୨୦ଟି ପର୍ଯ୍ୟଟକମାନେ ରାତ୍ରିଯାପନ ପାଇଁ ବୁକିଂ କରିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାପଡିଛି। ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର କାରିଗରି ଶିଳ୍ପର ପ୍ରଚାର ପ୍ରସାର ପାଇଁ ୧୦ଗୋଟି ଷ୍ଟଲ ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀର ପସରା ମେଲିଥିବା ଦେଖିବାକୁ ମିଳିଛି। ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକ ମାଳାରେ ବେଳାଭୂମି କୂଳ ଝଲସୁଥିବାବେଳେ ପ୍ରଥମ ଦିନ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରେଲ୍‌ ସହ ଟେମ୍ପୁଲ୍‌ ଟୁର୍‌ ଏବଂ ଇକୋଲୋଜିକାଲ ଟୁର୍‌ ହେବ। ସେହିଭଳି ଆଡ୍‌ଭେଞ୍ଚର ସ୍ପୋର୍ଟସରେ ‘ଜେଟ୍‌-ସ୍କି’, ‘ସ୍ପିଡ୍‌ ବୋଟିଂ, ‘ପାରାସେଲିଂ’, ‘ଏଟିଭି’, ‘ଆର୍ଚେରୀ’, ‘ରାଇଫଲ୍‌ ଶୁଟିଂ’, ‘ବିଚ୍‌ ଭଲିବଲ୍‌’, ‘ଓ୍ବାଟର୍‌ ରୋଲର୍‌’ ଆଦି ରହିବ। ଏହାବ୍ୟତୀତ ସ୍ବତନ୍ତ୍ର ଫୁଡ୍‌ ଫେଷ୍ଟିଭାଲ ଓ ବିଚ୍‌ ମାର୍କେଟ୍‌ର ମଜା ସାଧାରଣ ଲୋକ ନେଇପାରିବେ। ଆଇଜି ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୧୦ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇ ଚନ୍ଦ୍ରଭାଗାଠାରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ୪୯ ଦିନ ଧରି ଏହି ଉତ୍ସବ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ...

ଜୀବନ ସଂଗ୍ରାମରେ ହାରିଗଲେ ସ୍ବାଧୀନତା ସଂଗ୍ରାମୀ

ସମ୍ବଲପୁର,୨୦ା୨(ବ୍ୟୁରୋ): ଜୀବନ ସଂଗ୍ରାମରେ ହାରିଯାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା। ସମ୍ବଲପୁରର ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷରେ ଶନିବାର ତାଙ୍କର ପରଲୋକ ଘଟିଛି।...

ଶ୍ରୀକ୍ଷେତ୍ରରେ ଅଧିକାଂଶ ସିସିଟିଭି ଅଚଳ

ପୁରୀ ଅଫିସ,୧୪ା୪: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରାକୁ ସମାପନ କରିବା ପାଇଁ ପୁରୀ ପୋଲିସ ଏବଂ ଜିଲା ପ୍ରଶାସନ...

ତାଲିକାରେ ଅଣସେବକଙ୍କ ନାଁ

ପୁରୀ ଅଫିସ,୧୩ା୬: କରୋନା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ...

ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି...

ଆନ୍ଧ୍ରରେ ବନ୍ଧା ୨ ହଜାର ବଣ୍ଡା

ମାଲକାନଗିରି,୨୭।୧୦: ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟିରେ ରହୁଛନ୍ତି ବଣ୍ଡା ଆଦିବାସୀ। ଏହି ଆଦିମ ଜନଜାତିଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ସରକାରୀ ଓ ଘରୋଇ...

ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ଆସିକା,୧୧ା୩ (ଡି.ଏନ.ଏ.)- ଆସିକା ଏନଏସିରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଭାଜପା ଆସିକା ନଗର ମଣ୍ଡଳ ପକ୍ଷରୁ ଅଭିଯୋଗ...

ନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗ

ନନ୍ଦପୁର,୧୩ା୩ (ଡି.ଏନ.ଏ.):ରାଜ୍ୟ ସରକାର ଶିକ୍ଷାର ବିକାଶ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ଦିଗରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ବିଦ୍ୟାଳୟଗୁଡିକର ଆଧୁନିକୀକରଣ...

Advertisement
Archives

Model This Week