‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ କରୁଛି। ଅସମୟରେ ସୁଶାନ୍ତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ମନରେ ଗଭୀର ଆଘାତ ଦେଇଛି। ଏହାସହ ବଲିଉଡ୍‌ ଦୁନିଆରେ ହୋଇଥିବା ପ୍ରିୟାପ୍ରିତି ପୋଷଣକୁ ନେଇ ଆଲୋଚନା ବି ହେଉଛି। ସୋସିଆଲ ମିଡିଆରେ ଏବେ ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ସୁଶାନ୍ତଙ୍କ ସପକ୍ଷରେ ପୋଷ୍ଟ କରୁଥିବା ଦେଖାଯାଇଛି। ଏହାସହ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ରବିବାର ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ବେଳକୁ ତାଙ୍କ ଇନଷ୍ଟା ଆକାଉଣ୍ଟ ଫଲୋୟର୍ସଙ୍କ ସଂଖ୍ୟା ୯ ମିଲିୟନ ଥିଲା। ହେଲେ ଶୁକ୍ରବାର ଦ୍ୱିପହର ବେଳକୁ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ ମିଲିୟନରେ ପହଞ୍ଚି ସାରିଲାଣି। ସୁଶାନ୍ତ କିଛିମାସ ହେବ ଟୁଇଟରରେ ଆକ୍ଟିଭ ନ ଥିବା ବେଳେ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରି ଆସୁଥିଲେ। କିଛିଦିନ ତଳେ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଥିଲେ, ଯାହା ଆସିଥିଲା ଚର୍ଚ୍ଚାକୁ। ଉକ୍ତ ପୋଷ୍ଟରେ ସେ ତାଙ୍କ ମା’ଙ୍କ ଫଟୋ ସହ ନିଜର ଏକ ଫଟୋ ଲଗାଇଥିବା ଦେଖାଯାଇଥିଲା। ଏବେ ସୋସିଆଲ ନେଟଓ୍ବର୍କିଂ ସାଇଟ୍‌ ଇନଷ୍ଟାଗ୍ରାମରେ ତାଙ୍କ ଆକାଉଣ୍ଟକୁ ‘ମେମୋରାଲାଇଜ୍ଡ’ କାଟାଗୋରୀରେ ପକାଇ ଦିଆଯାଇଛି। ଆଉ ଏହାସହ ଲେଖାଯାଇଛି, ‘ରିମେମ୍ବରିଂ’। ଏହି କାଟାଗୋରୀର ଅର୍ଥ ହେଉଛି କାହାର ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଆକାଉଣ୍ଟକୁ ସାଇତି ରଖିବା। ସୁଶାନ୍ତଙ୍କ ସହ କାମ କରିଥିବା ତାଙ୍କ ଟିମ୍‌ ମଧ୍ୟ ଏହି ବଲିଉଡ୍‌ ନାୟକଙ୍କୁ ନିଜ ସ୍ମୃତିରେ ସାଇତି ରଖିବାକୁ ଚାହିଁଛନ୍ତି। ଏହାସହ ସୁଶାନ୍ତଙ୍କ ଟିମ୍‌ ତାଙ୍କ ନାଁରେ selfmusing ନାମକ ଏକ ଓ୍ବେବସାଇଟ ଲଞ୍ଚ କରିଥିବା ଜଣାପଡିଛି। ଏଥିରେ ସୁଶାନ୍ତଙ୍କ କାମ, ଚିନ୍ତାଧାରା, କୋଟ୍‌ସ ଓ ଶିକ୍ଷା ସହ ଜଡିତ ପୋଷ୍ଟ ଶେୟାର କରାଯିବ। ଏହାପରେ ସୁଶାନ୍ତଙ୍କ ଟିମ୍‌ର କହିବା କଥା ହେଲା ସେମାନେ ତାଙ୍କ ଅଭିନେତାଙ୍କୁ ପ୍ରଶଂସକଙ୍କ ନିକଟରେ ଜୀବିତ କରି ରଖିବାକୁ ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?