Posted inଫୁରସତ

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ ଡିପ୍ରେସନ୍‌ରେ ପଳାଇଥାନ୍ତି, ଆଉ କେତେକ ଏହାକୁ ଚ୍ୟାଲେଞ୍ଜିଂ କରି ଏକ ଭିନ୍ନ କାହାଣୀ ଲେଖିଥାନ୍ତି। କିଛି ଏଭଳି କରି ଦେଖାଇଛନ୍ତି ବ୍ରିଟେନ୍‌ ଲିନ୍‌କୋଲନଶୟରର ଅଲକେବି ସହରରେ ରହୁଥିବା ୨୬ ବର୍ଷୀୟ ଜେନିଫର ଏଟିକ୍‌। ନିକଟରେ ଜେନିଫର ମିସ୍‌ ଗ୍ରେଟ ବ୍ରିଟେନ-୨୦୨୦ର ଖ୍ୟାତି ହାସଲ କରିଛନ୍ତି। ବହୁ ପରିଶ୍ରମ ବଦଳରେ ସେ ଏହି ଖ୍ୟାତି ହାସଲ କରିଥିବା ଜଣାପଡ଼ିଛି।

ଗତ ୨ବର୍ଷ ପୂର୍ବରୁ ଜେନିଫର ଅତ୍ୟଧିକ ମୋଟା ଥିଲେ। ସେତେବେଳେ ତାଙ୍କର ଓଜନ ୧୦୯ ଥିବା ବେଳେ ଏବେ ତାଙ୍କର ଓଜନ ହ୍ରାସ ହୋଇ ୫୬ କିଲୋ ରହିଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ୨ବର୍ଷ ସମୟ ଲାଗିଥିଲା। ଏଭଳି କରିବା ପାଇଁ  ଭାବି ସ୍ବାମୀ ଓ ପସନ୍ଦର ଡ୍ରେସ୍‌ଠାରୁ ପ୍ରେରଣା ମିଳିଥିଲା ବୋଲି ଜେନିଫର କୁହନ୍ତି। ସୂଚନା ମୁତାବକ ତାଙ୍କର ମେଦବହୁଳତା ଯୋଗୁ ତାଙ୍କ ଭାବି ସ୍ବାମୀ ତାଙ୍କଠାରୁ ଦୂରେଇ ଯାଇ ବିବାହ ଭାଙ୍ଗି ଦେଇଥିଲେ। ସେହିଦିନ ସେ ଭାଙ୍ଗି ନ ପଡ଼ିବା ସହ ଓଜନ ହ୍ରାସ କରିବାକୁ ନିଷ୍ପତି ନେଇଥିଲେ। ଏହାପରେ ସେ ଡାଏଟ୍‌ କଣ୍ଟ୍ରୋଲ କରିବା ସହ ଲଗାତର ଜିମ୍‌ରେ ଝାଳ ବୁହାଇଥିଲେ। ଫଳରେ ଜେନିଫର ୨ବର୍ଷ ଭିତରେ ନିଜର ୧୦୦ ପାଉଣ୍ଡ ବା ପ୍ରାୟ ୪୬ କିଲୋ ଓଜନ ହ୍ରାସ କରିଥିଲେ। ଯାହା ଆଜି ତାଙ୍କ ଜୀବନକୁ ଏକ ଦିଗ ଦେବା ସହ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଏହି ପରିଶ୍ରମ ପାଇଁ ଜେନିଫର ଆଜି ମିସ୍‌ ଗ୍ରେଟ୍‌ ବ୍ରିଟେନ-୨୦୨୦। ଏହା ପୂର୍ବରୁ ସେ ମିସ୍‌ ସ୍କିନଥର୍ପ ଓ ମିସ୍‌ ଇଂଲଣ୍ଡ-୨୦୧୮ର ରନର୍ସ ଅପ୍‌ ରହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri