Posted inଖେଳ

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ କରିଛନ୍ତି। ଇଟାଲୀରେ ଏବେ କରୋନା ଭାଇରସ୍‌ର ସ୍ଥିତି ଅତ୍ୟନ୍ତ ଭୟଙ୍କର। ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରାଣହାନି ଘଟିସାରିଛି। ଦେଶର ପ୍ରାୟ ମେଡିକାଲରେ ବହୁସଂଖାରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିରୁ ପାପା ଗିଓଭାନି ଏକ୍ସଏକ୍ସଆଇଆଇଆଇ ମେଡିକାଲ ଅନ୍ୟତମ। ଏହି ମେଡିକାଲକୁ ବଲ୍‌ ନିଲାମ କରିବା ଲାଗି ଦାନ କରିଛନ୍ତି ଲିସିକ୍‌। ଉଲ୍ଲେଖଯୋଗ୍ୟ, ଲିସିକ୍‌ଙ୍କ ୪ ଗୋଲ ଯୋଗୁ ଆଟ୍‌ଲାଣ୍ଟା ୪-୩ ଗୋଲରେ ଭାଲେନ୍ସିଆକୁ ହରାଇ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ନାପୋଲି ଅଧିନାୟକ ଲୋରେଞ୍ଜୋ ଏକ ଲକ୍ଷ ୟୁରୋ ନାପ୍ଲେସସ୍ଥିତ ମେଡିକାଲକୁ ଦାନ କରିଛନ୍ତି। ତାଙ୍କ ବ୍ୟତୀତ ଜୁଭେଣ୍ଟସ୍‌ ଡିଫେଣ୍ଡର ଲିଓନାର୍ଡୋ ବୋନୁସି ମଧ୍ୟ ସ୍ଥାନୀୟ ମେଡିକାଲକୁ ସହାୟତାର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ...

ପିଏସ୍‌ଏଲ୍‌ରୁ ଓହରିଲେ ଡୁପ୍ଲେସି

ଆବୁଧାବି, ୧୭।୬(ପି.ଟି.)-  ପାକିସ୍ତାନ ସୁପରଲିଗ୍‌ (ପିଏସ୍‌ଏଲ) ଅବସରରେ କନକ୍‌ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...

ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି।...

୧୦୯ ରନ୍‌ରେ ଭାରତୀୟ ଇନିଂସ ଶେଷ…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ସମସ୍ତ ଓ୍ବିକେଟ ହରାଇ ଭାରତୀୟ ଇନିଂସ ୧୦୯ରେ ଶେଷ ହୋଇଛି। ଇନ୍ଦୋରର ହୋଲକର...

ଟି୨୦ କ୍ରିକେଟ୍‌ରୁ ମିଥାଲିଙ୍କ ଅବସର

ନୂଆଦିଲ୍ଲୀ, ୩।୯ (ପି.ଟି.)- ଭାରତର ସିନିୟର ମହିଳା କ୍ରିକେଟର୍‌ ମିଥାଲି ରାଜ ମଙ୍ଗଳବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୨୧ ଆଇସିସି ବିଶ୍ୱକପ୍‌କୁ...

ଗୋଟିଏ ଓଭରରେ ୪ଟି ଚୌକା ମାରିଲେ ରୋହିତ ଶର୍ମା: ପ୍ରଶଂସକ କହିଲେ…

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଚନ୍ତି। ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ଚମତ୍କାର ବ୍ୟାଟିଂ...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ

ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ...

ଛିଣ୍ଡା ଜୋତା ଫଟୋ ଛାଡି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଅନେକ ଥର ଖେଳାଳିମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ଏପରି ଜଣେ କ୍ରିକେଟର ହେଉଛନ୍ତି ଜିମ୍ବାୱେର ରିଆନ ବର୍ଲ। ସେ ଏବେସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି।...

Advertisement
Archives

Model This Week