ଅପମିଶ୍ରଣରେ ଲଗାମ ନାହିଁ

ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍‌ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ ଥିବାରୁ କରୋନା ଭଳି ଆହୁରି ମାରାତ୍ମକ ରୋଗ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଗୋପାଳକମାନେ ଗାଈ, ମଇଁଷିଙ୍କୁ ଦୁହିଁବା ପୂର୍ବରୁ ପିଟୋସିନ ନାମକ ଏକ ଇଞ୍ଜେକସନ ଦେଉଛନ୍ତି। ପନିର ଚାହିଦା ମେଣ୍ଟାଇବା ପାଇଁ ପାରସ ଓ ଶିବା ଭଳି ଅନେକ ପାଉଡର ମିଶ୍ରଣ କରାଯାଉଛି। ସମୁଦ୍ର ଓ ନଦୀରୁ ଧରା ହେଉଥିବା ଖାଦ୍ୟ ଅନୁପଯୋଗୀ ମାଛରେ ଫର୍ମାଲିନ ନାମକ କେମିକାଲ ମିଶାଯାଇ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଏ ସବୁ ବ୍ୟତିରେକ ଆମଦାନୀ ଭିତ୍ତିକ ମାଛରେ ବିକେସି (ବେଞ୍ଜାଲ କ୍ରୋନାଇଲ କ୍ଲୋରିସାଇଡ୍‌) ନାମକ କେମିକାଲ ମିଶାଯାଇ ବଜାରରେ ବିକ୍ରି କରାଯାଉଥିବା ଜଣାଯାଇଛି। ଉକ୍ତ କେମିକାଲ ମିଶାଇବା ଦ୍ୱାରା ମାଛ ସତେଜ ରହିବା ସହ କାତି ସଫା ଦେଖାଯାଉଛି। ଏଥିସହ ମାଛ ପେଟିରେ ଭୁସି ମିଶାଯାଉଛି, ଯାହାଦ୍ୱାରା ମାଛର ଲାଳ ଅଧିକ ରହୁଛି। ଏପରି ମିଶ୍ରଣ ପରେ ସେଥିରେ ସ୍ଥାନୀୟ ନଦୀ କିମ୍ବା ପୋଖରୀ ପାଣିକୁ ପକାଯାଉଛି। ଏହାପରେ ପଡ଼ୋଶୀ ରାଜ୍ୟରୁ ଆମଦାନୀ ମାଛକୁ ଦେଶୀ ବା ସ୍ଥାନୀୟ ଘେରୀ ମାଛ କୁହାଯାଇ ବିକ୍ରି କରାଯାଉଛି। ସ୍ଥାନୀୟ ମାଛ କହିବା ପରେ ମୂଲ୍ୟ ମଧ୍ୟ କିଛିମାତ୍ରାରେ ବଢ଼ିଯାଉଛି। ଉକ୍ତ କେମିକାଲ ମିଶା ମାଛ ଶରୀର ପାଇଁ କେତେଦୂର ଗ୍ରହଣଯୋଗ୍ୟ, ସେ ସମ୍ପର୍କରେ ସିଫର ଜଣେ ବରିଷ୍ଠ ଗବେଷକ ବି. ନାୟକ କୁହନ୍ତି, ମାଛ ଧରାହେବାର ୪ ଘଣ୍ଟା ପର୍ଯ୍ୟନ୍ତ ଏହାର ରକ୍ତ ଓ ମାଂସ ସତେଜ ରହିଥାଏ। ଏହି ସମୟ ମଧ୍ୟରେ ଚାଷୀ କିମ୍ବା ବେପାରୀ ସେହି ମାଛକୁ ବରଫ ଦ୍ୱାରା ସଂରକ୍ଷଣ କରିଦେଲେ ଭଲ। ମାଛରେ ବିଭିନ୍ନ ପ୍ରକାର ପରଜୀବୀ ଜୀବାଣୁ, ଉକୁଣି, ଦୂଷିତ ଜଳୀୟଅଂଶ ଥାଏ। ତେବେ କେତେକ ଲାଭଖୋର ବ୍ୟବସାୟୀ ଓ ରପ୍ତାନିକାରୀ ସଂସ୍ଥା ବିକେସି କେମିକାଲ ମିଶାଇଥାନ୍ତି। ଏହି କେମିକାଲ ଓ ଭୁସି ଦ୍ୱାରା ମାଛ ୪ରୁ ୬ ଦିନ ରହିବା ମଧ୍ୟରେ ସେଥିରୁ ବିଭିନ୍ନ ପ୍ରକାର ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଏହିଭଳି ମାଛକୁ ଖାଦ୍ୟ ନିରୀକ୍ଷକମାନେ ଯାଞ୍ଚ କରିବା ଦରକାର ବୋଲି ସେ କୁହନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଖାଦ୍ୟ ନିରୀକ୍ଷିକା ଅନୀତା ରାଉତଙ୍କୁ ପଚାରିବାରେ, ପୂର୍ବରୁ ଶୁଖୁଆରେ ମିଶାଯାଉଥିବା ଫର୍ମାଲିନ ନାମକ କେମିକାଲ ସମ୍ପର୍କରେ ଦୁଇଥର ସାମ୍ପୁଲ୍‌ ଟେଷ୍ଟ କରାଯାଇ ପରୀକ୍ଷା କରାଯାଇଥିଲା। ସେତେବେଳେ ଥରେ ନେଗେଟିଭ୍‌ ଓ ଥରେ ପଜେଟିଭ୍‌ ରିପୋର୍ଟ ଆସିଥିଲା। ଆମଦାନୀଭିତ୍ତିକ ମାଛ ସମ୍ପର୍କରେ କେବେ ଯାଞ୍ଚ କରାଯାଇନାହିଁ। ଏଥର ଏସବୁ ଉପରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ପଡ଼ୋଶୀ ରାଜ୍ୟରୁ ମାଛକୁ ବ୍ୟବସାୟୀମାନେ ଏକ ନିର୍ଦ୍ଦିଷ୍ଟ ପ୍ଲାଷ୍ଟିକ ବାକ୍ସରେ ଯୋଗାଣ କରିଥାନ୍ତି। ସେଥିରେ ୩୫ କେଜି ମାଛ ଓ ୧୫ କେଜି ବରଫ ରହିଥାଏ। ସେହି ବରଫ ପେଟିରେ ଭୁସି ଓ କେମିକାଲକୁ ରାତିରେ ପକାଯାଏ। ସକାଳ ମାଛ ବାହାର କରାଯାଏ ବୋଲି ଅଠରବାଙ୍କି ବାଲିପୁଟର ଜଣେ ବ୍ୟବସାୟୀ କଥା ପ୍ରସଙ୍ଗରେ ସ୍ବୀକାର କରିଥିଲେ। ଏପରି ମାଛକୁ ଖାଉଥିବା ଖାଉଟି ନିଜ ଅଜାଣତରେ ବିଭିନ୍ନ ଦୁରାରୋଗକୁ ଆମନ୍ତ୍ରଣ କରୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri