ଅପମିଶ୍ରଣରେ ଲଗାମ ନାହିଁ

ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍‌ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ ଥିବାରୁ କରୋନା ଭଳି ଆହୁରି ମାରାତ୍ମକ ରୋଗ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଗୋପାଳକମାନେ ଗାଈ, ମଇଁଷିଙ୍କୁ ଦୁହିଁବା ପୂର୍ବରୁ ପିଟୋସିନ ନାମକ ଏକ ଇଞ୍ଜେକସନ ଦେଉଛନ୍ତି। ପନିର ଚାହିଦା ମେଣ୍ଟାଇବା ପାଇଁ ପାରସ ଓ ଶିବା ଭଳି ଅନେକ ପାଉଡର ମିଶ୍ରଣ କରାଯାଉଛି। ସମୁଦ୍ର ଓ ନଦୀରୁ ଧରା ହେଉଥିବା ଖାଦ୍ୟ ଅନୁପଯୋଗୀ ମାଛରେ ଫର୍ମାଲିନ ନାମକ କେମିକାଲ ମିଶାଯାଇ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଏ ସବୁ ବ୍ୟତିରେକ ଆମଦାନୀ ଭିତ୍ତିକ ମାଛରେ ବିକେସି (ବେଞ୍ଜାଲ କ୍ରୋନାଇଲ କ୍ଲୋରିସାଇଡ୍‌) ନାମକ କେମିକାଲ ମିଶାଯାଇ ବଜାରରେ ବିକ୍ରି କରାଯାଉଥିବା ଜଣାଯାଇଛି। ଉକ୍ତ କେମିକାଲ ମିଶାଇବା ଦ୍ୱାରା ମାଛ ସତେଜ ରହିବା ସହ କାତି ସଫା ଦେଖାଯାଉଛି। ଏଥିସହ ମାଛ ପେଟିରେ ଭୁସି ମିଶାଯାଉଛି, ଯାହାଦ୍ୱାରା ମାଛର ଲାଳ ଅଧିକ ରହୁଛି। ଏପରି ମିଶ୍ରଣ ପରେ ସେଥିରେ ସ୍ଥାନୀୟ ନଦୀ କିମ୍ବା ପୋଖରୀ ପାଣିକୁ ପକାଯାଉଛି। ଏହାପରେ ପଡ଼ୋଶୀ ରାଜ୍ୟରୁ ଆମଦାନୀ ମାଛକୁ ଦେଶୀ ବା ସ୍ଥାନୀୟ ଘେରୀ ମାଛ କୁହାଯାଇ ବିକ୍ରି କରାଯାଉଛି। ସ୍ଥାନୀୟ ମାଛ କହିବା ପରେ ମୂଲ୍ୟ ମଧ୍ୟ କିଛିମାତ୍ରାରେ ବଢ଼ିଯାଉଛି। ଉକ୍ତ କେମିକାଲ ମିଶା ମାଛ ଶରୀର ପାଇଁ କେତେଦୂର ଗ୍ରହଣଯୋଗ୍ୟ, ସେ ସମ୍ପର୍କରେ ସିଫର ଜଣେ ବରିଷ୍ଠ ଗବେଷକ ବି. ନାୟକ କୁହନ୍ତି, ମାଛ ଧରାହେବାର ୪ ଘଣ୍ଟା ପର୍ଯ୍ୟନ୍ତ ଏହାର ରକ୍ତ ଓ ମାଂସ ସତେଜ ରହିଥାଏ। ଏହି ସମୟ ମଧ୍ୟରେ ଚାଷୀ କିମ୍ବା ବେପାରୀ ସେହି ମାଛକୁ ବରଫ ଦ୍ୱାରା ସଂରକ୍ଷଣ କରିଦେଲେ ଭଲ। ମାଛରେ ବିଭିନ୍ନ ପ୍ରକାର ପରଜୀବୀ ଜୀବାଣୁ, ଉକୁଣି, ଦୂଷିତ ଜଳୀୟଅଂଶ ଥାଏ। ତେବେ କେତେକ ଲାଭଖୋର ବ୍ୟବସାୟୀ ଓ ରପ୍ତାନିକାରୀ ସଂସ୍ଥା ବିକେସି କେମିକାଲ ମିଶାଇଥାନ୍ତି। ଏହି କେମିକାଲ ଓ ଭୁସି ଦ୍ୱାରା ମାଛ ୪ରୁ ୬ ଦିନ ରହିବା ମଧ୍ୟରେ ସେଥିରୁ ବିଭିନ୍ନ ପ୍ରକାର ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଏହିଭଳି ମାଛକୁ ଖାଦ୍ୟ ନିରୀକ୍ଷକମାନେ ଯାଞ୍ଚ କରିବା ଦରକାର ବୋଲି ସେ କୁହନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଖାଦ୍ୟ ନିରୀକ୍ଷିକା ଅନୀତା ରାଉତଙ୍କୁ ପଚାରିବାରେ, ପୂର୍ବରୁ ଶୁଖୁଆରେ ମିଶାଯାଉଥିବା ଫର୍ମାଲିନ ନାମକ କେମିକାଲ ସମ୍ପର୍କରେ ଦୁଇଥର ସାମ୍ପୁଲ୍‌ ଟେଷ୍ଟ କରାଯାଇ ପରୀକ୍ଷା କରାଯାଇଥିଲା। ସେତେବେଳେ ଥରେ ନେଗେଟିଭ୍‌ ଓ ଥରେ ପଜେଟିଭ୍‌ ରିପୋର୍ଟ ଆସିଥିଲା। ଆମଦାନୀଭିତ୍ତିକ ମାଛ ସମ୍ପର୍କରେ କେବେ ଯାଞ୍ଚ କରାଯାଇନାହିଁ। ଏଥର ଏସବୁ ଉପରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ପଡ଼ୋଶୀ ରାଜ୍ୟରୁ ମାଛକୁ ବ୍ୟବସାୟୀମାନେ ଏକ ନିର୍ଦ୍ଦିଷ୍ଟ ପ୍ଲାଷ୍ଟିକ ବାକ୍ସରେ ଯୋଗାଣ କରିଥାନ୍ତି। ସେଥିରେ ୩୫ କେଜି ମାଛ ଓ ୧୫ କେଜି ବରଫ ରହିଥାଏ। ସେହି ବରଫ ପେଟିରେ ଭୁସି ଓ କେମିକାଲକୁ ରାତିରେ ପକାଯାଏ। ସକାଳ ମାଛ ବାହାର କରାଯାଏ ବୋଲି ଅଠରବାଙ୍କି ବାଲିପୁଟର ଜଣେ ବ୍ୟବସାୟୀ କଥା ପ୍ରସଙ୍ଗରେ ସ୍ବୀକାର କରିଥିଲେ। ଏପରି ମାଛକୁ ଖାଉଥିବା ଖାଉଟି ନିଜ ଅଜାଣତରେ ବିଭିନ୍ନ ଦୁରାରୋଗକୁ ଆମନ୍ତ୍ରଣ କରୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri