ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି ଲିଫ୍ଟ ଅଚଳ ହୋଇ ପଡିଛି। ଏବେ କାର୍ଯ୍ୟ କରୁଥିବା ଲିଫ୍ଟଟି ମଧ୍ୟ ଅଚଳ ହୋଇ ପଡିଛି ା ଚିକିତ୍ସାଳୟର ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲାରେ ଶିଶୁ ବିଭାଗ, ମହିଳା ବିଭାଗ, ଅସ୍ତିଶଲ୍ୟ, ଭେଷଜ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ବୃଦ୍ଧାବୃଦ୍ଧ କିମ୍ବା ଜରୁରୀ ଗୁରୁତର ରୋଗୀଙ୍କୁ ଉପର ମହଲାକୁ ନେବା ଆଣିବା ବେଳେ ସମସ୍ୟା ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅନିଲ ପାଢୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଶାଖାପାଟଣାର ଏକ ଘରୋଇ କମ୍ପାନୀ ଉପରେ ଲିଫ୍ଟଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ଲକଡାଉନ ଯୋଗୁ ମରାମତି କରିବାକୁ କମ୍ପାନୀ ଲୋକ ଆସିପାରୁ ନାହାନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ଏହାର ମରାମତି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ

ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ...

ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ...

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ...

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।...

ଫୁଲଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି ଚାଷୀ

ମାଲକାନଗିରି, ୩୧ା୩ (ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲାରେ ଫୁଲଚାଷ ପାଇଁ ଭିତ୍ତିଭୂମି, ଉପଯୁକ୍ତ ଜଳବାୟୁ, ଉର୍ବର ମୃତ୍ତିକା ଥିବା ସତ୍ତ୍ୱେ ଏଠାରେ ଫୁଲ ଚାଷ ପାଇଁ ଚାଷୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri