ମିଳିଲାନି ଗାଡ଼ି ଆସିଲାନି ଆମ୍ବୁଲାନ୍ସ: ସାପ କାମୁଡାରେ ଜୀବନ ଗଲା

ପାଟଣା, ୨୮।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକର ଉପାନ୍ତ ଅଞ୍ଚଳ ଡାଳପକା ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ସାପ କମୁଡାରେ ଜଣେ ବିବାହିତା ମହିଳାଙ୍କର ରବିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ରାମଦାସ ମାଝୀଙ୍କ ସ୍ତ୍ରୀ ଶାନ୍ତିଲତା। ସୂଚନା ଅନୁଯାୟୀ ରବିବାର ଭୋରରେ ଶାନ୍ତିଲତା ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ିଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ ପାଇଁ କଲ କରିଥିଲେ ହେଁ ଆମ୍ବୁଲାନ୍ସ ଉପଲବ୍ଧ ନ ହେବାରୁ ଘରୋଇ ଗାଡି ମାଲିକଙ୍କ ଗାଡ଼ିରେ କରଞ୍ଜିଆ ନେବାକୁ ଅନୁରୋଧ କରିଥିଲେ। ଲକ୍‌ଡାଉନ୍‌ ସକାଶେ ଘରୋଇ ଗାଡି ରୋଗୀ ନେବାକୁ ରାଜି ହୋଇ ନ ଥିଲେ। ଫଳରେ ଶାନ୍ତିଲତା ଘଟଣା ସ୍ଥଳରେ ଛଟପଟ ହୋଇ ଜୀବନ ହାରିଥିଲେ। ଖବର ପାଇ ପାଟଣା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୦) ରୁଜୁ କରି ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ରାଉତ ନୂଆଗାଁର ନାରାୟଣ ପାଣି ଶନିବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁପ୍ତଧନ ପାଇବା...

ଜୀବିକା ଲାଗି ଚାକିରି, ଦୁଃଖ ଲାଘବ ପାଇଁ କବିତା ଲେଖା

ଖଇରା, ୧୦।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ କପିଳ ଦାସ ଏକ ଜଣାଶୁଣା ନାଁ। ସେ ସକାଳୁ ସକାଳୁ ନିତ୍ୟ କର୍ମ ସାରି ସାଇକେଲ ଧରିବା ମାତ୍ରେ...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ...

ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଦେଲେ

ବରଗଡ଼ ଅଫିସ୍‌,୨୨।୪: କରୋନା ମୁକାବିଲା ପାଇଁ ବରଗଡ଼ ଜିଲା କଣ୍ଟ୍ରାକ୍ଟରସ୍‌ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ...

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ...

ଫୁଲୁଛି ମହାନଦୀ: ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର ଅଫିସ, ୧୬।୯: ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଛି। ବୁଧବାର ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଗୁରୁବାର...

Advertisement
Archives

Model This Week