Posted inଭଦ୍ରକ

ମିଳିନି ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା

ଭଦ୍ରକ ଅଫିସ, ୨୩।୧-ଭଦ୍ରକ ଜିଲାରେ ଖରିଫ୍‌ ଧାନ ଅମଳ ସରିବାକୁ ବସିଲାଣି। ହେଲେ ଏଯାଏ ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ଇନ୍‌ପୁଟ୍‌ ସବ୍‌ସିଡି। ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପ୍ରତି ଅଭିଯୋଗ ଶୁଣାଣିରେ ଏହି କ୍ଷତିଗ୍ରସ୍ତ ଚାଷୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳୁଛି। ଏହାମଧ୍ୟରେ ଦୁଇମାସ ବିତିଯାଇଥିବାବେଳେ ଏଯାଏ ସହାୟତା ପ୍ରଦାନ କରା ନ ଯିବା ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ନଭେମ୍ବରରେ ପ୍ରଳୟଙ୍କରୀ ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକ ଜିଲାରେ ବିଶେଷ କରି ଖରିଫ୍‌ ଧାନଚାଷ ପ୍ରଭାବିତ ହୋଇଥିଲା। ହଜାର ହଜାର ହେକ୍ଟର ଚାଷଜମିରେ ପାଣି ପଶି ଫାଚିଲା ଧାନ ଫସଲକୁ ନଷ୍ଟଭ୍ରଷ୍ଟ କରିଥିଲା। ପ୍ରାୟ ଅମଳ ସମୟରେ ଏହି କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିଲା। ଫୁଲ ଉଡ଼ାଉଥିବା ଧାନକୁ ଅଗାଡ଼ି କରିଦେଇଥିଲା ବାତ୍ୟା। ବୁଲ୍‌ବୁଲ୍‌ ପରେ ସରକାରୀ ଭାବେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଥିଲା। ଜିଲା କୃଷି ବିଭାଗ ପକ୍ଷରୁ ଜିଲାରେ ମୋଟ ୧ ଲକ୍ଷ ୬୩ ହଜାର ହେକ୍ଟର ଚାଷଜମି ମଧ୍ୟରୁ ୬୩ ହଜାର ୭୨୯ ହେକ୍ଟର ଜମି ବୁଲ୍‌ବୁଲ୍‌ରେ ପ୍ରଭାବିତ ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ କରାଯାଇଥିଲା। ଯାହାର ଆର୍ଥିକ କ୍ଷୟକ୍ଷତି ପରିମାଣ ୫୮କୋଟି ୯୮ ଲକ୍ଷ ବୋଲି ଦର୍ଶାଯାଇ ସରକାରଙ୍କୁ ଏହି ବାବଦକୁ ଇନ୍‌ପୁଟ୍‌ ସବ୍‌ସିଡି ଯୋଗାଇ ଦେବାକୁ ସୁପାରିସ କରାଯାଇଥିଲା। ଏହାମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାକୁ ଘର ଏବଂ କୋଠାବାଡ଼ି କ୍ଷୟକ୍ଷତି ବାବଦ କ୍ଷତିପୂରଣ ଅର୍ଥ ଯୋଗାଇ ଦିଆଯାଇଥିଲେ ମଧ୍ୟ ସର୍ବାଧିକ କ୍ଷତି ହୋଇଥିବା କୃଷି କ୍ଷେତ୍ର ଲାଗି ଏଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ। ଅନ୍ୟପକ୍ଷେ କ୍ଷୟକ୍ଷତି ନେଇ ରାଜସ୍ବ ଓ କୃଷି ବିଭାଗର ମିଳିତ କ୍ରପ୍‌କଟିଂ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ଆସିବା ପରେ ଏହା ସମସ୍ତଙ୍କୁ ଅଡୁଆ କରିଛି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଚୂଡ଼ାନ୍ତ ତାଲିକା ସିଦ୍ଧାନ୍ତ ହୋଇପାରି ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପଚାରିବାରୁ ଗୋଟିଏ ସପ୍ତାହ ମଧ୍ୟରେ ଚାଷୀଙ୍କ ବୁଲ୍‌ବୁଲ୍‌ କ୍ଷୟକ୍ଷତି ଭରଣା କରାଯିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକ୍ରିୟା ସରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି...

ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପଦ୍ମପୁର,୬।୧୨(ବ୍ୟୁରୋ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ରାଜଘରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତଦେହ ନିକଟସ୍ଥ ମହାପାତ୍ର ସାହି ପୋଖରୀରୁ ସୋମବାର ଜବତ କରାଯାଇଛି। ମୃତ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଚାନ୍ଦବାଲି,୩ା୬(ଡି.ଏନ୍‌.ଏ.): ଭଦ୍ରକ ବନଖଣ୍ଡ ଅନ୍ତର୍ଗତ ଚାନ୍ଦବାଲିସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ବୁଧବାର ମଧ୍ୟାହ୍ନରେ ଭଦ୍ରକ...

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ,୮।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର...

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ପ୍ରଥମ ଦିନ ଅର୍ଥାତ ରବିବାର ବେଦମାତା ବେଶ ଓ ଦ୍ୱିତୀୟ ଦିନ ସୋମବାର...

ସ୍ବଚ୍ଛଭାରତ ମିଶନ: ୧୯,୧୬୧ ପାଇଖାନା ଅସମ୍ପୂର୍ଣ୍ଣ

ବାସୁଦେବପୁର, ୨୯।୮ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ଥିବା ୩୯,୫୫୫ଟି...

ସବୁଠି ଜଗିଛି ପୋଲିସ: ବାଇକ୍‌, ୪ ଚକିଆ ଯାନ ଉପରେ ନଜର

ବନ୍ତ, ୧୦।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଦିନକୁଦିନ ଲକଡାଉନ୍‌ ଆଇନକୁ କଡାକଡି କରୁଛନ୍ତି ା ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ...

ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ପଦ୍ମପୁର, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ...

Advertisement
Archives

Model This Week