Posted inଖେଳ

ମିଆଁଦାଦଙ୍କ ଭଳି କୋହଲି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥାନ୍ତି: ସୋହେଲ

ଲାହୋର, ୬।୮: ଜାଭେଦ ମିଆଦାଦଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ତୁଳନା କରିଛନ୍ତି ପାକିସ୍ତାନ ପୂର୍ବତନ ଅଧିନାୟକ ଅମୀର ସୋହେଲ। କୋହଲିଙ୍କ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମିଆଁଦାଦଙ୍କ ପ୍ରତିଛବି ଦେଖୁଛି ବୋଲି ସେ କହିଛନ୍ତି। ମିଆଦାଦ ସବୁବେଳେ ପାକିସ୍ତାନ କ୍ରିକେଟର ଉନ୍ନତି କଥା ଚିନ୍ତା କରିଥାନ୍ତି। ସାଥୀ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ସେ ସବୁବେଳେ ଉତ୍ସାହିତ କରିଥାନ୍ତି। ତାଙ୍କ ସହିତ ପାର୍ଟନରଶିପ୍‌ ହେଲେ ସେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଇଥାନ୍ତି। ଠିକ୍‌ ଏହିଭଳି କୋହଲି ଏବେ ନିଜ ଦଳ ଓ ସାଥୀ ଖେଳାଳିଙ୍କ ପାଇଁ କରୁଛନ୍ତି। କୋହଲିଙ୍କ ସହିତ ଜଡିତ ଥିବା ସବୁ ଖେଳାଳି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ କୋହଲି ଜଣେ ମହାନ୍‌ ଖେଳାଳିଭାବେ ଉଭା ହୋଇଛନ୍ତି। ଏହି ଦୁଇଜଣ ଶେଷ ପର୍ଯ୍ୟନ୍ତ ହାର ମାନି ନ ଥାନ୍ତି ଓ ଲଢ଼େଇ ଜାରି ରଖିଥାନ୍ତି ବୋଲି ସୋହେଲ କହିଛନ୍ତି।
ମିଆଁଦାଦ ତାଙ୍କ କ୍ୟାରିୟରରେ ୧୨୪ଟି ଟେଷ୍ଟ ଓ ୨୩୩ ଦିନିକିଆ ଖେଳି ଯଥାକ୍ରମେ ୮୮୩୨ ଓ ୭୩୮୨ ରନ ସଂଗ୍ରହ କରିଛନ୍ତି। ଅନ୍ୟପଟେ କୋହଲି ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୨୪୦, ୧୧୮୬୭ ଓ ୨୭୯୪ ରନ ସଂଗ୍ରହ କରିଛନ୍ତି। କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଭାରତ

ସାଉଥାମ୍ପଟନ,୨୨।୬: ଏଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ସ୍କୋର ଛିଡ଼...

ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍‌ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି...

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩- ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ହେବା ଆବଶ୍ୟକ: ସର୍ଫରାଜ

ଟଣ୍ଟନ,୧୪।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱକପର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ରୂପେ ପରିଗଣିତ...

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ...

ଚେସ୍‌ ଅଲିମ୍ପିଆଡ କ୍ୱାର୍ଟରରେ ଭାରତ: ପ୍ରଜ୍ଞାନାନନ୍ଦ, ଦିବ୍ୟାଙ୍କ ଆକର୍ଷଣୀୟ ପ୍ରଦର୍ଶନ

ଚେନ୍ନାଇ, ୨୪।୮(ପି.ଟି.): ଆର. ପ୍ରଜ୍ଞାନାନନ୍ଦ ଏବଂ ଦିବ୍ୟା ଦେଶମୁଖଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୯ମ ତଥା ଅନ୍ତିମ ରାଉଣ୍ଡରେ ଶକ୍ତିଶାଳୀ ଚାଇନାକୁ ୪-୨ ବ୍ୟବଧାନରେ...

ସ୍କୁଲ୍ସ ଓପନ୍‌ ଚେସ୍‌: ସତ୍ୟମ୍‌ ଚାମ୍ପିୟନ

ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ବିଜେଇମ୍‌ ସ୍କୁଲ-୧ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ଆୟୋଜିତ ସ୍କୁଲ୍ସ ଓପନ ଚେସ୍‌ରେ କଟକ...

୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ: ଓଡ଼ିଶାର ସୁମିତ୍ରା ଭାରତୀୟ ଦଳ ଅଧିନାୟିକା

ଭୁବନେଶ୍ୱର, ୨୧।୮(କ୍ରୀଡ଼ା ପ୍ରତିନିଧି)-ଲାଓସର ଭେଣ୍ଟିଏନଠାରେ ଚଳିତମାସ ୨୪ ଓ ୨୫ ତାରିଖରେ ହେବାକୁଥିବା ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ପାଇଁ...

Advertisement
Archives

Model This Week