ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର କଟକଣା ଲଗାଉଛନ୍ତି। ଏପରି କି ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ମାସ୍କ ପିନ୍ଧିବା ସରକାର ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରୁଛି ସେମାନଙ୍କଠାରୁ ୨ ଶହରୁ ୫ଶହ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ମାସ୍କ ପିନ୍ଧିବା ନିୟମକୁ କଡାକଡ଼ି ଲାଗୁ କରିଛି ସଂଘ। ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ ସୂଚନା ଦେଇଛନ୍ତି। ଏପରି କି ପେଟ୍ରୋଲ ପମ୍ପ ମାଲିକମାନେ ସେମାନଙ୍କ କର୍ମଚାରୀଙ୍କୁ ତଗିଦ୍‌ ମଧ୍ୟ କରୁଛନ୍ତି। ଯେଉଁମାନେ ମାସ୍କ ନ ପିନ୍ଧି ଗାଡି ଆଣି ପେଟ୍ରୋଲ ପକାଇବାକୁ ଆସୁଛନ୍ତି ସେମାନଙ୍କୁ ପେଟ୍ରୋଲ ଦେବାକୁ ସିଧା ମନା କରିବାକୁ କର୍ମଚାରୀଙ୍କୁ କୁହାଯାଇଥିବା ଲାଠ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ ଅପରେଶନ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ହାର୍ଟ-ସର୍ଜରି ୟୁନିଟ୍‌ ଆରମ୍ଭ ହେବ। ଫଳରେ ଏଠାରେ ହାର୍ଟ ଅପରେଶନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର,...

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ...

ସିଙ୍ଗାପୁରରେ ଜୁନ୍‌ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ସିଙ୍ଗାପୁର,୨୧।୪: କରୋନା ଭାଇରସର ସଂକ୍ରମଣଙ୍କୁ ଦେଖି ବିଭିନ୍ନ ଦେଶରେ କ୍ରମାଗତ ଭାବେ ଲକ୍‌ଡାଉନ ଅବଧି ବୃଦ୍ଧି ହେବାରେ ଲାଗିଛି। ମଙ୍ଗଳବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହେସେନ...

ପରୀକ୍ଷା କେନ୍ଦ୍ରରେ ଭଙ୍ଗାଯାଉଛି ସିସିଟିଭି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭିକୁ ଜାଣିଶୁଣି ଭଙ୍ଗାଯାଉଛି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବାକୁ ତଥା ସିସିଟିଭିର ସୁରକ୍ଷା ଲାଗି ବୋର୍ଡ...

ମାଣତ୍ରୀରେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା

ସୋର, ୧୩।୧୧(ଡି.ଏନ.ଏ.)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସୋର ବ୍ଲକ ମାଣତ୍ରୀ ଗ୍ରାମରେ ଯୁବକମାନେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା ପ୍ରସ୍ତୁତ କରି ଗ୍ରାମ ପୋଖରୀରେ ଭସାଇଛନ୍ତି। ଗ୍ରାମର...

‘ବାପାଙ୍କ ଗାଳି ମୋ ଜୀବନର ଟର୍ନିଂ ପଏଣ୍ଟ’

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି...

ବାପ ଅଜା ଅମଳରୁ ଅନ୍ଧାରରେ ବିତୁଛି ଜୀବନ

ମହାକାଳପଡ଼ା,୧୩ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତର ପନ୍ଦରମାଇଲି ଆଦିବାସୀପଡ଼ାରେ ୧୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ମିଳିପାରିନାହିଁ। ବାପ ଅଜା ଅମଳରୁ...

ଗୁରୁତର ନ ଥିଲେ କଟକ, ଭୁବନେଶ୍ୱର ପଠାଅ ନାହିଁ

ଭୁବନେଶ୍ୱର,୧୬।୯(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। କଟକ ଓ ଭୁବନେଶ୍ୱର ଏକ ପ୍ରକାର ହଟ୍‌ସ୍ପଟ୍‌ ପାଲଟିଛି। ଏପରି ସ୍ଥଳେ ଅନ୍ୟ ଜିଲାଗୁଡିକରୁ...

Coronavirus Update

Archives

Model This Week

Why Dharitri