ମାସ୍କ, ଔଷଧ ଯୋଗାଇବାକୁ ଭାରତକୁ ନେତାନ୍ୟାହୁଙ୍କ ଅନୁରୋଧ

ଜେରୁଜେଲମ୍‌, ୧୫।୩(ପି.ଟି.): ବିଶ୍ୱବ୍ୟାପୀ କରୋନା ଯନ୍ତ୍ରଣା ବଢ଼ିଚାଲିଥିବା ବେଳେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ମାସ୍କ ଏବଂ ଔଷଧ ଯୋଗାଣ ଲାଗି ଅନୁମତି ଦେବାକୁ କହିଛନ୍ତି। ଇସ୍ରାଏଲ୍‌କୁ କଞ୍ଚାମାଲ୍‌ ରପ୍ତାନି ଲାଗି ସହଯୋଗ କରିବାକୁ ଟେଲିଫୋନ୍‌ ଯୋଗେ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଭାରତ ଘରୋଇ ଚାହିଦା ପୂରଣ କରିବା ଲାଗି ଏଗୁଡ଼ିକର ରପ୍ତାନି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚଳିତ ସପ୍ତାହରେ ନେତାନ୍ୟାହୁଙ୍କ ଏଭଳି ଅନୁରୋଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇସ୍ରାଏଲର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏହାକୁ ପ୍ରମୁଖତା ପ୍ରଦାନ କରାଯାଇଛି। ପ୍ରକାଶଥାଉ କି, ବୁଧବାର ଏକ ଖବରଦାତା ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିପକ୍ଷ ବନ୍ଧୁ ମୋଦି ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି କରୋନା ଲାଗି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ସହଯୋଗ ଲୋଡ଼ିବେ ବୋଲି କହିଥିଲେ। ମୋଦି ସମସ୍ତ ସହଯୋଗ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ରାଜି ହୋଇଥିବା ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ଇତାମର ଗ୍ରୋଟୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା, ନୂଆ ଆଇନ ବିରୋଧରେ ହେଉଛି ପ୍ରଦର୍ଶନ

ତେଲ ଆଭିବ,୨୩ ।୧: ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଯାଉଥିବା ଏକ ଆଇନର ପ୍ରସ୍ତାବକୁ ଲଗାତାର ବିରୋଧ କରାଯାଉଛି । ଶନିବାର ଏକ...

ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ

ଦାର୍‌ ଏସ୍‌ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦...

ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…

ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ...

ପିଅନ ପଦବୀ ପାଇଁ ୧୫ ଲକ୍ଷ ଆବେଦନ,ଏମ୍‌ଫିଲ୍‌ ଡିଗ୍ରୀ ଥିବା ଯୁବବର୍ଗ ବି ସାମିଲ୍‌…

ଲାହୋର,୨୮।୯: ପାକିସ୍ତାନରେ ଏବେ ବେକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ବେକାରଙ୍କ ସଂଖ୍ୟା ୬.୫ ପ୍ରତିଶତ ରହିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହୁଥିବାବେଳେ ପ୍ରକୃତ ତଥ୍ୟ...

ମୋଚା ତାଣ୍ଡବ ମ୍ୟାନ୍‌ମାରରେ ୧୪୫ ମୃତ

ବ୍ୟାଙ୍କକ୍‌, ୨୦।୫: ବାତ୍ୟା ମୋଚା ପ୍ରଭାବରେ ମ୍ୟାନ୍‌ମାରରେ ଅଦ୍ୟାବଧି ୧୪୫ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୧୭ ରୋହିଙ୍ଗ୍ୟା ମୁସଲମାନ ରହିଛନ୍ତି। ମ୍ୟାନ୍‌ମାରର ରାଖିନରେ ମୋଚା...

ସତର୍କ ହେଲା ଆମେରିକା: ଦେଖାଇବାକୁ ହେବ ୨୪ ଘଣ୍ଟା ଭିତରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ

ୱାଶିଂଟନ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ଅଧିକାଂଶ ଦେଶରେ ଦେଖାଯାଇଥିବା ବେଳେ ସମସ୍ତ ଦେଶ ଏବେ ଏହାକୁ ନେଇ ନୂଆ ଗାଇଡ ଲାଇନ...

‘ନିଜ ଅଳିଆ ଅନ୍ୟ ଘରେ ନ ପକାଉ ପାକିସ୍ତାନ’, ପେଶାୱର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ତାଲିବାନ

କାବୁଲ,୨ ।୨: ପେଶାୱରର ପୋଲିସ ଲାଇନରେ ଥିବା ମସଜିଦ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ଏବେ...

ଏବେ ଦୁଇ ମିନିଟରେ ଘରେ ପ୍ରସ୍ତୁତ ହୋଇଯିବ ଚିଲ୍ଡ ବିୟର, ଆସିଲା ବିଶ୍ୱର ପ୍ରଥମ ବିୟର ପାଉଡର

ବର୍ଲିନ,୨୪ ।୩: ଗ୍ରୀଷ୍ମ ଆରମ୍ଭ ହେଲେ ବଜାରରେ ବିୟରର ଡିମାଣ୍ଡ ବଢି ଯାଇଥାଏ । ହେଲେ ବିୟରରେ ଆଲକୋହଲ ଥିବାରୁ ଏହାକୁ ସବୁ ସ୍ଥାନକୁ ନେଇ...

Advertisement
Archives

Model This Week