ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ ବାଳକଠାରେ ଦେଖିବାକୁ ମିଳିଛି । ପିଲାଟିକୁ ମା’ କହିଥିଲେ ବିପଦ ସମୟରେ ଲୋକଙ୍କ ସହାୟତା କରିବା ଜରୁରୀ । ଏହାର ପ୍ରଭାବ ପିଲାଟି ଉପରେ ପଡ଼ିଥିଲା । ସେ ମା’ ତିଆରି କରିଥିବା ମାସ୍କ୍ ବିକ୍ରି କରିବାକୁ ଘରୁ ଗୋଡ଼ କାଢ଼ିଛି । ଦେଶରେ କରୋନା ସଂକ୍ରମଣ ହୋଇଥିବା ସମୟରେ ସାହିବାଲ ସହରର ପାକପାଟନ ଛକରେ ରାସ୍ତା କଡ଼ରେ ମୁହଁରେ ମାସ୍କ୍ ପିନ୍ଧି ହାତରେ ଏକ ବାଡ଼ିରେ ବହୁଗୁଡ଼ିଏ ମାସ୍କ୍ ଧରି ଠିଆ ହୋଇଛି । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ମାସ୍କ୍ ନେବାକୁ କହୁଛି । ଯଦି କେହି ପାଖରେ ଟଙ୍କା ନ ଥିବା କହୁଛନ୍ତି, ସେମାନଙ୍କୁ ମାଗଣାରେ ମାସ୍କ୍ ନେଇ ଯିବାକୁ କହୁଛି । ମାସ୍କ୍ ପିନ୍ଧି ସୁରକ୍ଷିତ ରହିବାକୁ ମଧ୍ୟ ସେ ଲୋକଙ୍କୁ ସଚେତନ କରାଉଛି । ସେ ୨୦ ଟଙ୍କାରେ ମାସ୍କ୍ ବିକ୍ରି କରୁଛି । ଏବେ ପିଲାଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ।...

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ...

ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।...

କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ...

ରୁଷିଆ ଭ୍ୟାକ୍ସିନ ଉପରେ ବିଶ୍ୱାସ ରଖିଲେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା,୧୧।୮: ବିଶ୍ୱର ପ୍ରଥମ କରୋନା ଭାଇରସ୍‌ ଭ୍ୟାକ୍ସିନର ପଞ୍ଜିକରଣ କରିଛି ରୁଷ। ଏନେଇ ମଙ୍ଗଳବାର ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ପରେ...

ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି...

ଅପହରଣ ହୋଇଥିବା ସ୍ତ୍ରୀକୁ ଖୋଜିବା ଲାଗି ୯୦ କିମି ଚାଲିଲେ ସ୍ବାମୀ

ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ...

ନିରନ୍ତର କୋଇଲା ଯୋଗାଣ ନେଇ ପଦକ୍ଷେପ

ଲକ୍‌ଡାଉନ ସମୟରେ ଜରୁରୀକ୍ଷେତ୍ରଗୁଡିକୁ ନିରନ୍ତର କୋଇଲା ଯୋଗାଣ ଜାରି ରଖିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଦେଶର ଶକ୍ତି...

Coronavirus Update

Archives

Model This Week

Why Dharitri