Posted inଖେଳ

ମାଲିଙ୍ଗାଙ୍କ ବୋଲିଂରେ ଏବେବି ଚମକ ଅଛି

ମାଞ୍ଚେଷ୍ଟର, ୨୩ା୬ (ଏଏଫ୍‌ପି)- ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ସାମର୍ଥ୍ୟକୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ବୋଲିଂରେ ଏବେବି ଚମକ ରହିଛି। ଏହି ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ଫେଭରାଇଟ୍‌ ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ଲିଡ୍ସଠାରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ମାଲିଙ୍ଗା ୪୩ ରନ ବିନିମୟରେ ୪ଟି ଉଇକେଟ ନେଇଥିଲେ। ଯାହାଫଳରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ୨୧୨ରେ ଅଲଆଉଟ କାରିଦେବା ସହ ୨୦ ରନରେ ମ୍ୟାଚ ଜିତିନେଇଥିଲା। ସେ ପ୍ରଥମେ ଇଂଲଣ୍ଡ ଓପନର ଜେମ୍ସ ଭିନ୍‌ସ ଏବଂ ଜନି ବେୟାରଷ୍ଟୋ ଏବଂ ପରେ ଦୁଇ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏବଂ ଜୋସ୍‌ ବଟଲରଙ୍କୁ ଆଉଟ କରି ଇଂଲଣ୍ଡକୁ ସଂକଟରେ ପକାଇ ଦେଇଥିଲେ। ମାଲିଙ୍ଗା ଅନେକଥର ଶ୍ରୀଲଙ୍କା ପାଇଁ ମ୍ୟାଚ ବିଜୟୀ ବୋଲିଂ କରିଛନ୍ତି ବୋଲି ଜୟବର୍ଦ୍ଧନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦେଶ ପାଇଁ ସର୍ବାଧିକ ଉଇକେଟ ନେବାରେ ଚହଲ ଯୁଗ୍ମ ଶୀର୍ଷରେ

ହାଇଦ୍ରାବାଦ,୬ା୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ୧୮ତମ ଓଭରରେ ଚହଲ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଶିମରନ ହେଟମାୟର ଓ...

ସଚିନଙ୍କ ପୁଅଙ୍କ ଯୋଗୁ ଏହି ଖେଳାଳିଙ୍କ ଭାଗ୍ୟ ଫିଟିଲା

ମୁମ୍ବାଇ,୧୬।୧୦: ଚଳିତ ବିଜୟ ହଜାରେ ଟ୍ରଫିରେ ଯଦିଓ ମୁମ୍ବାଇ ଦଳର ପ୍ରଦର୍ଶନ ସେତେଟା ଖାସ୍‌ ନାହିଁ ତଥାପି ଦଳର ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଯଶଓ୍ବାଲ୍‌ ସମସ୍ତଙ୍କ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ...

ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା

ମୁମ୍ବାଇ, ୨୯ା୯ (ପି.ଟି.)-ଗତ ସିଜନରେ ବେଙ୍ଗଲ ଦ୍ୱାରା ଉପେକ୍ଷିତ ହୋଇଥିବା ସିମ୍‌ ବୋଲର ଅଶୋକ ଦିଣ୍ଡା ଆସନ୍ତା ଘରୋଇ ସିଜନରେ ଗୋଆ ରଣଜୀ ଦଳ ତରଫରୁ...

୨୦ ହଜାରୁ ଅଧିକ ରନ୍‌, ୧୦୦୦ରୁ ଅଧିକ ଉଇକେଟ୍‌, ଏବେ ଚଲାଉଛନ୍ତି ଟ୍ରକ୍‌

ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ନ୍ୟୁଜିଲାଣ୍ଡକ ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତାଇଥିବା ପୂର୍ବତନ ଖେଳାଳି କ୍ରିସ୍‌ କ୍ରେନ୍ସ ଏବେ ଟ୍ରକ୍‌ ଚଲାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...

ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିପାରିବେନି କୋହଲି: ସେହଓ୍ବାଗ

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ...

ମେ ଶେଷ ସୁଦ୍ଧା ଜାତୀୟ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା ରହିଛି: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଳୀ୩।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ କରାଯାଇଥିବା ଜାତୀୟ ପ୍ରଶିକ୍ଷଣ ଶିବିରକୁ ପୁଣି ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ...

କୋଭିଡ-୧୯: ୧୦ ହଜାର ଲୋକଙ୍କୁ ଖୁଆଇଲେ ଗାଙ୍ଗୁଲି

କୋଲକାତା,୪/୪: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୈାରଭ ଗାଙ୍ଗୁଲି କୋଭିଡ-୧୯ ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଖୁଆଇବା ର ବ୍ୟବସ୍ଥା କରିଛନ୍ତି। ଇସ୍କନ...

Coronavirus Update

Archives

Model This Week

Why Dharitri